Multi-Crore LED Streetlight Scam: ଆଲୁଅ ଦେଖାଇ ଲୁଟିନେଲେ! LED ଷ୍ଟ୍ରିଟ୍ ଲାଇଟ ନାଁରେ ଖାଇଗଲେ କୋଟିକୋଟି

Jun 26, 2026 - 11:29
Multi-Crore LED Streetlight Scam: ଆଲୁଅ ଦେଖାଇ ଲୁଟିନେଲେ! LED ଷ୍ଟ୍ରିଟ୍ ଲାଇଟ ନାଁରେ ଖାଇଗଲେ କୋଟିକୋଟି

ଗିଳିଥିଲେ ଦୁର୍ନୀତିର ନିଆଁ, ଏବେ ବାହାରୁଛି ଅଙ୍ଗାର। ପଞ୍ଚାୟତରେ ଆଲୋକୀକରଣ ନାଁରେ ଲଗାଇଥିଲେ LED ଷ୍ଟ୍ରିଟ୍ ଲାଇଟ। କିନ୍ତୁ ଆଲୁଅର ଆଳ କରି ଆତ୍ମସାତ କରିଦେଲେ କୋଟି କୋଟି। ‘ଆମ ଗାଁ ଆମ ବିକାଶ’ ଯୋଜନା ନାଁରେ ତତ୍କାଳୀନ ନବୀନ ସରକାର ଖୁଣ୍ଟ ପୋତି LED ଷ୍ଟ୍ରିଟ୍ ଲାଇଟ ଲଗାଇଥିଲେ। କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ନବୀନଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟରେ ଏବେ ଦୁର୍ନୀତିର ମହାଘଳିଆ। 

ନା ଜଳୁଛି ବିଜୁଳି, ନା ପୈଠ ହୋଇଛି ବିଦ୍ୟୁତ ବିଲ୍। ମେଣ୍ଟେନାନ୍ସ ଅଭାବରୁ କେଉଁଠି ଖୁଣ୍ଟ ନଇଁ ପଡ଼ିଲାଣି ତ ଆଉ କେଉଁଠି ବଲବର ଦେଖାନାହିଁ। ରାଜ୍ୟର ୩ ଜିଲ୍ଲାରେ ବ୍ୟାପକ ଅର୍ଥ ହରଣଚାଲର ପ୍ରମାଣ ହାତେଇ ଘାଣ୍ଟୁଛି ଭିଜିଲାନ୍ସ ଟିମ୍। ଯେଉଁଥିରେ ସରକାରୀ ବାବୁ ଏବଂ LED ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପ ସଂସ୍ଥାର ସଂପୃକ୍ତି ସାମ୍ନାକୁ ଆସିଛି।