Mourners Wade Through Knee-Deep Water: ଆଣ୍ଠୁଏ ପାଣି ଓ କାଦୁଅ ରାସ୍ତାରେ ଶ୍ମଶାନ ଗଲା ଶବ

Jul 17, 2026 - 10:41
Mourners Wade Through Knee-Deep Water: ଆଣ୍ଠୁଏ ପାଣି ଓ କାଦୁଅ ରାସ୍ତାରେ ଶ୍ମଶାନ ଗଲା ଶବ

ଆଣ୍ଠୁଏ ପାଣି ଓ କାଦୁଅ ରାସ୍ତାରେ ଶ୍ମଶାନ ଗଲା ଶବ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଲଖନା ପଞ୍ଚାୟତ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ସିଙ୍ଗଲପଡ଼ା ଗ୍ରାମର ଜଣେ ଯୁବକଙ୍କର ଅକାଳ ବିୟୋଗ ଘଟିଥିଲା। ପରିବାର ଲୋକେ ଓ ଗ୍ରାମବାସୀ ଶବ ସତ୍କାର ପାଇଁ ସ୍ଥାନୀୟ ଶ୍ମଶାନ ଘାଟକୁ ନେବାକୁ ବାହାରିଥିଲେ। ହେଲେ ଗ୍ରାମରୁ ଶ୍ମଶାନ ଘାଟକୁ ସଂଯୋଗ କରୁଥିବା କୌଣସି ପକ୍କା ରାସ୍ତା ନାହିଁ।

ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ଶ୍ମଶାନକୁ ଯିବା ପାଇଁ ଥିବା ପାଦଚଲା ରାସ୍ତାଟି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ପାଣି ଓ କାଦୁଅରେ ପରିଣତ ହୋଇଛି। ଅନ୍ୟ କୌଣସି ଉପାୟ ନପାଇ ଶେଷରେ ମୃତ ଯୁବକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଶବକୁ କାନ୍ଧରେ ବୋହି ଆଣ୍ଠୁଏ ପାଣିରେ ପଶି ପଶି ଶ୍ମଶାନ ଘାଟକୁ ଯାଇଥିଲେ।...

ଆଣ୍ଠୁଏ ପାଣି ଓ କାଦୁଅ ରାସ୍ତାରେ ଶ୍ମଶାନ ଗଲା ଶବ
ନୂଆପଡ଼ା କୋମନା ବ୍ଲକରେ ଅଭାବନୀୟ ଘଟଣା
ଗ୍ରାମରୁ ଶ୍ମଶାନକୁ ସଂଯୋଗ ପାଇଁ କୌଣସି ପକ୍କା ରାସ୍ତା ନାହିଁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।