mother murder case ମାତୃହନ୍ତା ପୁଅକୁ ୮ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡ
"କଟକ: ଯେଉଁ ମା" ୧୦ ମାସ ଗର୍ଭକଷ୍ଟ ସହ୍ୟ କରି ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା ସେହି ମାଙ୍କୁ ଟାଙ୍ଗିଆ ଚୋଟରେ ହତ୍ୟା କରିଥିଲା ପୁଅ।
ପ୍ରାୟ ୭ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି।
ମାତୃହନ୍ତା ପୁଅକୁ ଦୋଷୀ ସାବ୍ୟସ୍ତ କରିବା ସହ ୮ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି।
Advertisment ଟଙ୍କା ନ ଦେବାରୁ ଲିଭ-ଇନ ପାର୍ଟନରଙ୍କ ସହ ମିଶି ମାକୁ ହତ୍ୟା କଲେ ଝିଅ କଟକ ଦ୍ବିତୀୟ ଅତିରିକ୍ତ ଦୌରା ଜଜ ଅଦାଲତ ଶୁଣାଣି କରି ଚୌଦ୍ବାର ଥାନା ଅନ୍ତର୍ଗତ ଶଙ୍କରପୁର ବନ୍ତ ଗ୍ରାମର ପ୍ରକାଶ ପ୍ରଧାନ (୩୫)କୁ ୮ ବର୍ଷ ସଶ୍ରମ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ କରିଛନ୍ତି।
ଆଇପିସିର ଦଫା ୩୦୪ ପାର୍ଟ-୨ରେ ପ୍ରକାଶକୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ପ୍ରଦାନ କରିଛନ୍ତି।
ଜୋରିମାନା ରାଶି ପଇଠ ନ କଲେ ଆସାମୀକୁ ଅଧିକ ୬ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।
ଭତ୍ତା ଟଙ୍କା ନ ଦେବାରୁ ଟାଙ୍ଗିଆରେ ହାଣି ମାକୁ ହତ୍ୟା କଲେ ଦୁଇ ପୁଅ ସାକ୍ଷ୍ୟ ପ୍ରମାଣରୁ ପ୍ରକାଶର ଟାଙ୍ଗିଆ ଚୋଟରେ ମା" ସାବିତ୍ରୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ପ୍ରମାଣିତ ହୋଇଥିଲା।
କିନ୍ତୁ ଏପରି କାର୍ଯ୍ୟ ପାଇଁ ପ୍ରକାଶର କୌଣସି ପୂର୍ବ ଉଦ୍ଦେଶ୍ୟ ନଥିଲା।
ବିବାହ ଉତ୍ସବ ବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
କ୍ଷଣିକ ଉତ୍ତେଜନା ମଧ୍ୟରେ ପ୍ରକାଶ ଟାଙ୍ଗିଆରେ ମା"ଙ୍କ ମୁଣ୍ଡକୁ ଏକ ଚୋଟ ପକାଇଥିଲା।
ଏଭଳି ସ୍ଥିତିରେ ଅଦାଲତ ପ୍ରକାଶକୁ ଆଇପିସିର ଦଫା ୩୦୨ ପାର୍ଟ-୨ରେ ପ୍ରକାଶକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।
କାଠଫାଳିଆରେ ପିଟି ପିଟି ମାକୁ ହତ୍ୟା, ପୁଅ ଗିରଫ ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୯, ଜୁଲାଇ ୧୪ରେ ଘରେ ବିବାହ ଉତ୍ସବ ଚାଲିଥିବା ବେଳେ ପ୍ରକାଶର ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ପାଟିତୁଣ୍ଡ ହୋଇଥିଲା।
ଏହି ସମୟରେ ମା" ଆସି ସମାଧାନ କରିବାକୁ ଉଦ୍ୟମ କରିଥିଲେ।
ପ୍ରକାଶ ଉତ୍ତେଜିତ ହୋଇ ଏକ ଟାଙ୍ଗିଆରେ ମା"ଙ୍କ ମୁଣ୍ଡକୁ ଚୋଟେ ପକାଇଥିଲା।
ମା" ସାବିତ୍ରୀଙ୍କୁ ଆଠଗଡ଼ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ସଦସ୍ୟଙ୍କ ଏତଲା ପରେ ଚୌଦ୍ବାର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସରକାରଙ୍କ ତରଫରୁ ଅତିରିକ୍ତ ପିପି ଏ.ବି.ବେହେରା ଓ ଶର୍ମିଳା ରାଉତରାୟ ମାମଲା ପରିଚାଳନା କରୁଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।