Mosque Wall Collapse Claims Three Lives: ମସଜିଦର କାନ୍ଥ ଭୁଶୁଡ଼ି ୩ ମୃତ, ୩ ଗୁରୁତର ଆହତ

Jul 10, 2026 - 11:52
Mosque Wall Collapse Claims Three Lives: ମସଜିଦର କାନ୍ଥ ଭୁଶୁଡ଼ି ୩ ମୃତ, ୩ ଗୁରୁତର ଆହତ

ଗତ କିଛି ଦିନ ଧରି ହୋଇଥିବା ଭୀଷଣ ବର୍ଷା ଯୋଗୁଁ ସାଧାରଣ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ପରିସ୍ଥିତି ମଧ୍ୟରେ ଏକ ମସଜିଦର କାନ୍ଥ ଭୁଶୁଡ଼ି ପଡ଼ିଛି। ଦୁର୍ଘଟଣାରେ ୬ ଜଣ ଲୋକ କାନ୍ଥ ତଳେ ଚାପି ହୋଇଯାଇଥିଲେ।

ଘଟଣା ପରେ ସେଠାରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ କାନ୍ଥ ତଳେ ଫସିଥିବା ସମସ୍ତ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ବୁଲନ୍ଦଶହରର ମୁଣ୍ଡାଖେଡ଼ା ଅଞ୍ଚଳରେ ଘଟିଛି। 

ସୂଚନା ଅନୁସାରେ, ଧ୍ୱଂସାବଶେଷ ତଳେ ଚାପି ହୋଇଥିବା ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ୪ ଜଣ ଆହତଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟୁ ହେବାରୁ ମୃତକଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅନ୍ୟ ୩ ଜଣ ଆହତଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ଘଟଣାସ୍ଥଳରେ ପରିସ୍ଥିତି ସ୍ୱାଭାବିକ ରହିଛି। ଲଗାତାର ବର୍ଷା ଯୋଗୁଁ ମସଜିଦର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଘଟଣା ସମ୍ପର୍କରେ ସୂଚନା ଦେଇ ଖୁର୍ଜା ସିଓ ଶୋଭିତ କୁମାର ଅତ୍ରୀ କହିଛନ୍ତି, "ଖୁର୍ଜା ନଗର ଥାନା ଅନ୍ତର୍ଗତ ମୁଣ୍ଡାଖେଡ଼ା ଗାଁରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଘଟଣା ଘଟିଛି। ଏଥିରେ ମୋଟ ୬ ଜଣ ଧ୍ୱଂସାବଶେଷ ତଳେ ଚାପି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ୪ ଜଣ ଆହତଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। 

ଫଳରେ ଏହି ଘଟଣାରେ ମୋଟ ୩ ଜଣଙ୍କ ପ୍ରାଣହାନି ଘଟିଛି। ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।