Monsoon Fruit Prices: ମୌସୁମୀ ପ୍ରଭାବରେ ଫଳ ବଜାର ଗରମ: କାହିଁକି ଓ କେଉଁ ଫଳ ମହଙ୍ଗା ଜାଣନ୍ତୁ

Jul 15, 2026 - 12:43
Monsoon Fruit Prices: ମୌସୁମୀ ପ୍ରଭାବରେ ଫଳ ବଜାର ଗରମ: କାହିଁକି ଓ କେଉଁ ଫଳ ମହଙ୍ଗା ଜାଣନ୍ତୁ

ସୁସ୍ଥ ଖାଦ୍ୟାଭ୍ୟାସ କଥା ଆସିଲେ ଅନେକ ଲୋକ ଦୈନିକ ଫିଟ୍ ରହିବା ପାଇଁ ନିଜ ଖାଦ୍ୟ ତାଲିକାରେ ଫଳକୁ ନିଶ୍ଚିତ ଭାବେ ସାମିଲ କରନ୍ତି। କିନ୍ତୁ ବର୍ଷା ଋତୁରେ ଫଳ କିଣିବା ବେଳେ ସେମାନଙ୍କୁ ଗୋଟିଏ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ, ତାହା ହେଉଛି ଫଳର ବଢ଼ୁଥିବା ଦାମ। ବର୍ଷା ଦିନରେ ପରିବହନ ବାଧାପ୍ରାପ୍ତ ହେବା ସହ ଅଧିକ ଆର୍ଦ୍ରତା ଯୋଗୁଁ ଫଳ ଶୀଘ୍ର ଖରାପ ହେବା ଆରମ୍ଭ କରେ। ବିଶେଷକରି ବାହାର ରାଜ୍ୟରୁ ଆସୁଥିବା ଫଳ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଥାଏ। ଏପରି ସ୍ଥିତିରେ କେଉଁ ଫଳ ବର୍ଷା ଋତୁରେ ଅଧିକ ମହଙ୍ଗା ହୁଏ ଏବଂ କେଉଁ ଫଳ କିଣିବା ପୂର୍ବରୁ ଭଲଭାବେ ବିଚାର କରିବା ଉଚିତ, ତାହା ଜାଣିବା ଜରୁରୀ।

ବର୍ଷା ଋତୁରେ କେଉଁ ଫଳର ଦାମ ବଢ଼େ?

ବର୍ଷା ଋତୁରେ ସେଓ, ଡାଳିମ୍ବ, ଅଙ୍ଗୁର, କମଳା ଏବଂ କଦଳୀ ଭଳି ଫଳର ଦାମ ସାଧାରଣତଃ ସବୁଠାରୁ ଅଧିକ ବଢ଼ିଥାଏ। ସେଓ ପାହାଡ଼ିଆ ଅଞ୍ଚଳରୁ ଆସୁଥିବାରୁ ପ୍ରବଳ ବର୍ଷା ସମୟରେ ପରିବହନ ବାଧାପ୍ରାପ୍ତ ହୁଏ, ଫଳରେ ଏହାର ଦାମ ବଢ଼ିଯାଏ। ସେହିପରି ଡାଳିମ୍ବ ଓ ଅଙ୍ଗୁର ଅଧିକ ଆର୍ଦ୍ରତା କାରଣରୁ ଶୀଘ୍ର ନଷ୍ଟ ହେବାର ଆଶଙ୍କା ଥିବାରୁ ସେଗୁଡ଼ିକର ମୂଲ୍ୟ ମଧ୍ୟ ବଢ଼ିଥାଏ।

ଯେଉଁମାନେ ପ୍ରତିଦିନ ସକାଳ ଜଳଖିଆରେ କଦଳୀ ଖାଆନ୍ତି, ସେମାନଙ୍କ ପାଇଁ ଏହି ତଥ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବଜାରରେ କଦଳୀର ଚାହିଦା ସବୁବେଳେ ରହୁଥିଲେ ମଧ୍ୟ ବର୍ଷା ଦିନରେ ପରିବହନ ସମସ୍ୟା କାରଣରୁ ଏହାର ଦାମରେ ପରିବର୍ତ୍ତନ ଦେଖାଯାଏ। ସେହିପରି କମଳା ମଧ୍ୟ ଅନ୍ୟ ରାଜ୍ୟରୁ ଆସୁଥିବାରୁ ବର୍ଷା ଋତୁରେ ଏହାର ମୂଲ୍ୟରେ ଉତ୍ଥାନ-ପତନ ଦେଖିବାକୁ ମିଳେ।

ସାଧାରଣ ଲୋକ କ'ଣ କରିବେ, କ'ଣ କରିବେ ନାହିଁ?

ଏହି ସୂଚନା ପରେ ଅନେକଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ, ବର୍ଷା ଋତୁରେ କୌଣସି ଫଳ କ’ଣ ସୁଲଭ ଦାମରେ ମିଳେ ନାହିଁ କି? ଏହାର ଉତ୍ତର ହେଉଛି, ବର୍ଷା ଋତୁରେ ସବୁବେଳେ ସ୍ଥାନୀୟ ଓ ମୌସୁମୀ ଫଳ ଖାଇବା ଉଚିତ। ଯଥା ଜାମୁ ଏବଂ ନାସପାତି। ଏଗୁଡ଼ିକ ମୌସୁମୀ ଫଳ ହୋଇଥିବାରୁ ସତେଜ ମିଳିଥାଏ ଏବଂ ସାଧାରଣତଃ ଯଥୋଚିତ ଦାମରେ ମଧ୍ୟ ଉପଲବ୍ଧ ହୋଇଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।