Monalisa: ବଲିଉଡ ପରେ ମୋନାଲିସାଙ୍କୁ ମିଳିଲା ବଡ଼ ଅଫର...ଅନେକଙ୍କ ପାଇଁ ଏହା ସ୍ବପ୍ନ
ମୋନାଲିସା ଏବେ ମାଲାୟଲମ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଖୁସି ଖବର ମୋନାଲିସା ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି। ମୋନାଲିସା ତାଙ୍କ ଏହି ସାଉଥ ଫିଲ୍ମର ନାମ ଏବଂ ଅନେକ ବିବରଣୀ ମଧ୍ୟ ପ୍ରକାଶ କରିଛନ
ମୋନାଲିସା ଏବେ ମାଲାୟଲମ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଖୁସି ଖବର ମୋନାଲିସା ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି। ମୋନାଲିସା ତାଙ୍କ ଏହି ସାଉଥ ଫିଲ୍ମର ନାମ ଏବଂ ଅନେକ ବିବରଣୀ ମଧ୍ୟ ପ୍ରକାଶ କରିଛନ୍ତି। ସେ ଫିଲ୍ମର ମହୁରତ ସମୟର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।
ମହାକୁମ୍ଭରେ ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ଏବେ ଚମକି ଉଠିଛି । ୨୦୨୫ ମହାକୁମ୍ଭ ମେଳାରେ ପ୍ରୟାଗରାଜରେ ଭାଇରାଲ ହେବା ପରଠାରୁ ତାଙ୍କ ଭାଗ୍ୟ ଖୋଲିଯାଇଛି। ପ୍ରଥମେ ମୋନାଲିସାଙ୍କୁ ବଲିଉଡ ଫିଲ୍ମରୁ ଅଫର ମିଳିଥିଲା ଓ ଏବେ ସାଉଥ ସିନେମାରୁ ମଧ୍ୟ ଅଫର ଆସିବା ଆରମ୍ଭ ହୋଇଛି।
ମୋନାଲିସା ଏବେ ମାଲାୟଲମ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଖୁସି ଖବର ମୋନାଲିସା ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି। ମୋନାଲିସା ତାଙ୍କ ଏହି ସାଉଥ ଫିଲ୍ମର ନାମ ଏବଂ ଅନେକ ବିବରଣୀ ମଧ୍ୟ ପ୍ରକାଶ କରିଛନ୍ତି। ସେ ଫିଲ୍ମର ମହୁରତ ସମୟର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।
ମୋନାଲିସାଙ୍କ ସାଉଥ ଡେବ୍ୟୁ
ମୋନାଲିସାଙ୍କ ସାଉଥ ଡେବ୍ୟୁ ଫିଲ୍ମର ନାମ ହେଉଛି ‘ନାଗମ୍ମା’, ଯେଉଁଥିରେ କୈଲାଶ ମୁଖ୍ୟ ଭୂମିକାରେ ନଜର ଆସିବେ। କୈଲାଶ ୨୦୦୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନୀଲାଥାମାରା’ ପାଇଁ ଲୋକପ୍ରିୟ। ରିପୋର୍ଟ ଅନୁସାରେ, ପି ବୀନୁ ଭାର୍ଗୀସଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ‘ନାଗମ୍ମା’ ଫିଲ୍ମର ସୁଟିଂ ସେପ୍ଟେମ୍ବର ଶେଷ ସୁଦ୍ଧା ଆରମ୍ଭ ହୋଇପାରେ। ମୋନାଲିସା ଫିଲ୍ମର ପୂଜା ସମୟର କିଛି ଝଲକ ତାଙ୍କ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି। ଫିଲ୍ମର ପୂଜା କୋଚ୍ଚିରେ ଅନୁଷ୍ଠିତ ହୋଇଥିଲା।
ଫିଲ୍ମର ନିର୍ମାତା ହେଉଛନ୍ତି ସିବି ମଲୟିଲ, ଯିଏ ଏହା ପୂର୍ବରୁ ‘ଥାନିୟାବର୍ତନମ’ (୧୯୮୭), ‘କିରୀଦମ’ (୧୯୮୯), ‘ଦଶରଥମ’ (୧୯୮୯), ‘ମହାମହିମ ଅବଦୁଲ୍ଲା’ (୧୯୯୦), ‘ଭାରତମ’ (୧୯୯୧), ‘ସଦାୟମ’ (୧୯୯୨), ‘କମଲାଦଲମ’ (୧୯୯୨), ଏବଂ ‘ଚେନକୋଲ’ (୧୯୯୩) ଭଳି ଫିଲ୍ମ ପାଇଁ ଜଣାଶୁଣା।
ମୋନାଲିସାଙ୍କ ବଲିଉଡ ଫିଲ୍ମ
ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭ ମେଳାରେ ମୋନାଲିସା ତାଙ୍କ ପରିବାର ସହିତ ମାଳ ବିକ୍ରି କରିବାକୁ ଆସିଥିଲେ। ପରେ ସେ ଭାଇରାଲ ହୋଇଥିଲେ। ମୋନାଲିସାଙ୍କ ନୀଳ ଆଖି ସମସ୍ତଙ୍କୁ ଆକର୍ଷତ କରିଥିଲା । ଅନେକ ଲୋକ ମୋନାଲିସାଙ୍କୁ ଦେଖିବା ବାହାନାରେ କୁମ୍ଭ ମେଳାକୁ ଯାଉଥିଲେ। ତାଙ୍କୁ ଦେଖିବା ପାଇଁ ଏତେ ଭିଡ଼ ଜମିଥିଲା ଯେ ମୋନାଲିସାଙ୍କୁ ଘରକୁ ଫେରିବାକୁ ପଡ଼ିଥିଲା। ସେହି ସମୟରେ ସନୋଜ ମିଶ୍ରା ତାଙ୍କୁ ‘ଦି ଡାୟାରୀ ଅଫ ମଣିପୁର’ ଫିଲ୍ମରେ ଅଫର ଦେଇଥିଲେ, ବର୍ତ୍ତମାନ ସୁଦ୍ଧା ଏହାର ସୁଟିଂ ଆରମ୍ଭ ହୋଇନାହି ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
