Mohammed Shami:ବିସ୍ଫୋରକ ବୟାନ ଦେଲେ ମହମ୍ମଦ ଶାମି, କହିଲେ ଅବସର ନେଇ ବଡ଼ କଥା

ଆମ ଅନ୍ତରଆତ୍ମା କହୁଥିଲା ଆମେ ଜିତିବୁ। କିନ୍ତୁ ଆମେ ଲଗାତର ଜିତୁଥିବାରୁ ଗୋଟିଏ ଭୟ ମଧ୍ୟ ରହିଥିଲା। ତାହା ନକଆଉଟ ଷ୍ଟେଜ ମଧ୍ୟ ଥିଲା। ନିଶ୍ଚିତ ଭାବେ କିଛି ଭୟ ରହିଥିଲା। କିନ୍ତୁ ଫ୍ୟାନ୍ସଙ୍କ ଉତ୍ସାହ ଓ ବିଶ୍ୱାସ ଆମକୁ ପ୍ରେରଣା ଦେଇଥିଲା।

28 August 2025 08:30 PM IST
Mohammed Shami:ବିସ୍ଫୋରକ ବୟାନ ଦେଲେ ମହମ୍ମଦ ଶାମି, କହିଲେ ଅବସର ନେଇ ବଡ଼ କଥା

ଆମ ଅନ୍ତରଆତ୍ମା କହୁଥିଲା ଆମେ ଜିତିବୁ। କିନ୍ତୁ ଆମେ ଲଗାତର ଜିତୁଥିବାରୁ ଗୋଟିଏ ଭୟ ମଧ୍ୟ ରହିଥିଲା। ତାହା ନକଆଉଟ ଷ୍ଟେଜ ମଧ୍ୟ ଥିଲା। ନିଶ୍ଚିତ ଭାବେ କିଛି ଭୟ ରହିଥିଲା। କିନ୍ତୁ ଫ୍ୟାନ୍ସଙ୍କ ଉତ୍ସାହ ଓ ବିଶ୍ୱାସ ଆମକୁ ପ୍ରେରଣା ଦେଇଥିଲା। ସେହି ସ୍ୱପ୍ନ ପୂରଣ ହୋଇପାରିଥାଆନ୍ତା, କିନ୍ତୁ ସମ୍ଭବତଃ ମୋ ଭାଗ୍ୟରେ ନଥିଲା।” ,

ପ୍ରଥମେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଓ ପରେ ଏସିଆ କପରୁ ବାଦ ପଡ଼ିଥିବା ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ଶାମି ବଡ଼ ବୟାନ ଦେଇଛନ୍ତି। ଫିଟନେସ ସମସ୍ୟା ଦେଇ ଗତି କରୁଥିବା ଶାମି ଭାରତୀୟ ଟିମରୁ ବାଦ ପଡ଼ୁଥିବାରୁ ଅବସର ଚର୍ଚ୍ଚା ଜୋର ଧରିଥିଲା। ଏସବୁ ଭିତରେ ଶାମି ଅବସର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜାତୀୟ ଦଳକୁ ଫେରିବା ପାଇଁ ସେ ଘରୋଇ କ୍ରିକେଟ ଖେଳିବା ଜାରି ରଖିବେ ବୋଲି କହିଛନ୍ତି।

ଶେଷଥର ପାଇଁ ଚାମ୍ପିୟନ୍ସ ଟ୍ରଫିରେ ନଜର ଆସିଥିବା ଶାମି ନିଜର ଭବିଷ୍ୟତ ସମ୍ପର୍କରେ ମତ ରଖିବା ବେଳେ ବିସ୍ଫୋରକ କଥା କହିଛନ୍ତି। କାହା ସହ ତାଙ୍କର ସମସ୍ୟା ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅବସର ପାଇଁ ସେ କୌଣସି ଯୋଜନା କରି ନାହାନ୍ତି ଓ ତାଙ୍କ ଭିତରେ ଅନେକ କ୍ରିକେଟ ବାକି ରହିଛି। ଏବେ ସେ ଘରୋଇ କ୍ରିକେଟରେ ଅଧିକ ପରିଶ୍ରମ କରିବେ ଓ ଭାରାତୀୟ ଟିମକୁ ଫେରି ୨୦୨୭ ଦିନିକିଆ ବିଶ୍ୱକପ ଖେଳିବାକୁ ଲକ୍ଷ୍ୟ ରଖିଥିବା ଆଶା କରିଛନ୍ତି।

ଶାମି କହିଛନ୍ତି “ଯଦି ମୋ ସହ କାହାର କିଛି ସମସ୍ୟା ରହିଛି, ତା’ହେଲେ ମୋତେ କହିପାରିବେ। ଯଦି ମୁଁ ଅବସର ନେଲେ କାହା ଜୀବନରେ ଭଲ ପରିବର୍ତ୍ତନ ହେବ, ତା’ହେଲେ ମୁଁ ଅବସର ନେବାକୁ ପ୍ରସ୍ତୁତ। କାହା ଜୀବନକୁ ମୁଁ ପୂରା ପଥର କରି ଦେଇଛି ଯେ ମୋତେ ଆପଣ ଅବସର ନେବାକୁ କହୁଛନ୍ତି? ଯେଉଁ ଦିନ ମୁଁ ବରିକ୍ତ ଅନୁଭବ କରିବି, ସେଦିନ ସବୁ ଛାଡ଼ି ଦେବି।

ଆପଣମାନେ ମୋତେ ନେଉ ନାହାନ୍ତି। କିନ୍ତୁ ମୁଁ ଅଧିକ ପରିଶ୍ରମ କରିବି। ଆପଣମାନେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ମୋତେ ଚୟନ କରୁ ନାହାନ୍ତି, ମୁଁ ଘରୋଇ କ୍ରିକେଟ ଖେଳିବି। ମୁଁ ଏଠି ନହେଲେ ସେଠି ଖେଳିବି। ଆପଣ କେଉଁଠି ବିରକ୍ତ ଅନୁଭବ କରୁଛନ୍ତି, ସେକଥା ନିଜେ ନିଷ୍ପତ୍ତି ନେବେ। ଏବେ ମୋ ପାଇଁ ସେହି ସମୟ ଆସିନାହିଁ।”

୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରି ଯାଇଥିଲା। ସେକଥାକୁ ମନେ ପକାଇ ଶାମି କହିଛନ୍ତି, “ମୋର ଗୋଟିଏ ସ୍ୱପ୍ନ ବାକି ରହିଛି। ସେଇଟା ହେଲା ଦିନିକିଆ ବିଶ୍ୱକପ ଜିତିବା। ମୁଁ ସେହି ଟିମର ଅଂଶ ବିଶେଷ ହେବାକୁ ଚାହୁଁଛି ଓ ନିଜର ପ୍ରଦର୍ଶନ ଜରିଆରେ ଦିନିକିଆ ବିଶ୍ୱକପ ଜିତି ସ୍ୱଦେଶ ଆଣିବାକୁ ଅପେକ୍ଷା କରିଛି। ଆମେ ୨୦୨୩ରେ ଅତି ନିକଟରେ ଥିଲୁ।

ଆମ ଅନ୍ତରଆତ୍ମା କହୁଥିଲା ଆମେ ଜିତିବୁ। କିନ୍ତୁ ଆମେ ଲଗାତର ଜିତୁଥିବାରୁ ଗୋଟିଏ ଭୟ ମଧ୍ୟ ରହିଥିଲା। ତାହା ନକଆଉଟ ଷ୍ଟେଜ ମଧ୍ୟ ଥିଲା। ନିଶ୍ଚିତ ଭାବେ କିଛି ଭୟ ରହିଥିଲା। କିନ୍ତୁ ଫ୍ୟାନ୍ସଙ୍କ ଉତ୍ସାହ ଓ ବିଶ୍ୱାସ ଆମକୁ ପ୍ରେରଣା ଦେଇଥିଲା। ସେହି ସ୍ୱପ୍ନ ପୂରଣ ହୋଇପାରିଥାଆନ୍ତା, କିନ୍ତୁ ସମ୍ଭବତଃ ମୋ ଭାଗ୍ୟରେ ନଥିଲା।”

ଶାମି ଖୁଲାସା କରିଛନ୍ତି ଯେ ଦୀର୍ଘ ୨ ମାସ ହେଲା ସେ ନିଜ ପ୍ରଦର୍ଶନକୁ ଆହୁରି ମାର୍ଜିତ କରିବାକୁ ଜୋରଦାର ପରିଶ୍ରମ କରୁଛନ୍ତି ଓ ଏବେ ସେ କମବ୍ୟାକ ପାଇଁ ପ୍ରସ୍ତୁତ ରହିଛନ୍ତି। ସେ କହିଛନ୍ତି, “ଏବେ ସବୁ କିଛି ଭଲ ହୋଇଛି। ଦୁଇ ମାସ ହେଲେ ମୁଁ ଅଭ୍ୟାସ କରୁଛି ଓ ମୋ ଦକ୍ଷତାକୁ ବଢ଼ାଇଛି। ଦେଖାଯାଉ ମୋତେ କେଉଁ ଫଳ ମିଳୁଛି। ଲୟକୁ ଫେରିବା ଓ ଲମ୍ବା ସମୟ ଧରି ବୋଲିଂ କରିବା ଉପରେ ମୋ ଫୋକସ ରହିଛି। ମୁଁ ବ୍ୟାଟିଂ ଓ ଫିଲ୍ଡିଂ ଉପରେ ମଧ୍ୟ କାମ କରିଛି। ବହୁତ ଜିମ କରିବାକୁ ପଡ଼ିଛି। ଏବେ ସବୁ କିଛି ସ୍ୱାଭାବିକ ଅନୁଭବ ହେଉଛି।”

ଏଯାଏ ଶାମି ଭାରତ ପାଇଁ ୬୪ଟି ଟେଷ୍ଟ, ୧୦୮ ଦିନିକିଆ ଓ ୨୭ଟି ଟି-୨୦ ଖେଳିଛନ୍ତି। ୩ଟି ଯାକ ଫର୍ମାଟରେ ସେ ଦେଶ ପାଇଁ ୪୬୨ଟି ୱିକେଟ ନେଇଛନ୍ତି।

Disclaimer: This content has been automatically aggregated from television for informational purposes. To read the original article, please visit television.