Modi Condemns Terrorism: ଶେହବାଜଙ୍କ ସାମନାରେ ପାକିସ୍ତାନକୁ ମୋଦିଙ୍କ କଡା ବାର୍ତ୍ତା: ସମଗ୍ର ବିଶ୍ବ ପାଇଁ ବିପଦ ଆତଙ୍କବାଦ

ଏସସିଓ ଶିଖର ସମ୍ମିଳନୀରେ ଉଗ୍ରବାଦ, ବିଚ୍ଛିନ୍ନତାବାଦ ଓ ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

01 September 2025 12:35 PM IST
Modi Condemns Terrorism: ଶେହବାଜଙ୍କ ସାମନାରେ ପାକିସ୍ତାନକୁ ମୋଦିଙ୍କ କଡା ବାର୍ତ୍ତା: ସମଗ୍ର ବିଶ୍ବ ପାଇଁ ବିପଦ ଆତଙ୍କବାଦ

ଏସସିଓ ଶିଖର ସମ୍ମିଳନୀରେ ଉଗ୍ରବାଦ, ବିଚ୍ଛିନ୍ନତାବାଦ ଓ ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପାକିସ୍ତାନକୁ କଡା ବାର୍ତ୍ତା। କୌଣସି ପ୍ରକାର ଆତଙ୍କବାଦ ଚଳିବନି ବୋଲି ମୋଦି କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଉପସ୍ଥିତିରେ ଆତଙ୍କବାଦ ବିରୋଧରେ କଡା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚୀନର ତିଆନଜିନରେ ଅନୁଷ୍ଠିତ ୨୫ତମ ଏସସିଓ ଶିଖର ସମ୍ମିଳନୀରେ ଭାରତ ସମେତ ୧୦ ସଦସ୍ୟ ରାଷ୍ଟ୍ର ଆତଙ୍କବାଦକୁ କଡା ନିନ୍ଦା କରିଛନ୍ତି।

ଏହି ସମ୍ମିଳନୀରେ ଅଭିଭାଷଣ ଦେଲା ବେଳେ ପ୍ରଧାନମନ୍ତ୍ରୀ ମୋଦି ଭାରତ କିମ୍ବା କୌଣସି ଦେଶ କେବେ ବି ଉଗ୍ରବାଦ, ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ସହ୍ୟ କରିବ ନାହିଁ ବୋଲି କହିଛନ୍ତି। ମୋଦି କହିଛନ୍ତି, କିଛି ରାଷ୍ଟ୍ର ଦ୍ୱାରା ଆତଙ୍କବାଦୀ ସଂଗଠନମାନଙ୍କୁ ଦିଆଯାଉଥିବା ଖୋଲାଖୋଲି ସମର୍ଥନକୁ ଆଉ ସହ୍ୟ କରାଯାଇପାରିବ ନାହିଁ। ଆତଙ୍କବାଦ କେବଳ ଗୋଟିଏ ଦେଶର ସୁରକ୍ଷା ପାଇଁ ହିଁ ବିପଦ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ଏକ ବିପଦ।

ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଭାରତ ଗତ ଚାରି ଦଶନ୍ଧି ଧରି ଆତଙ୍କବାଦର କଷ୍ଟ ସହ୍ୟ କରି ଆସୁଛି ନିକଟରେ ପହଲଗାମ ହମ୍‌ଲା ମାନବିକତା ଉପରେ ଆକ୍ରମଣ ଥିଲା। ଏଭଳି କଠିନ ସମୟରେ ଭାରତକୁ ସମର୍ଥନ କରିଥିବା ମିତ୍ର ଦେଶଗୁଡ଼ିକୁ ଧନ୍ୟବାଦ ଜଣାଉଛି।

ଆମେ ସ୍ପଷ୍ଟ ଏବଂ ଏକମତରେ କହିବାକୁ ହେବ ଯେ ଆତଙ୍କବାଦ ଉପରେ କୌଣସି ଦ୍ୱିମୁଖୀ ନୀତି ଗ୍ରହଣୀୟ ନୁହେଁ। ପହଲଗାମ ଆକ୍ରମଣ ପ୍ରତ୍ୟେକ ଦେଶ ଏବଂ ମାନବତାରେ ବିଶ୍ୱାସ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଖୋଲା ଆହ୍ୱାନ ଥିଲା। ଏପରି ପରିସ୍ଥିତିରେ, କିଛି ଦେଶର ଆତଙ୍କବାଦକୁ ଖୋଲାଖୋଲି ସମର୍ଥନ ଆମ ପାଇଁ ଗ୍ରହଣୀୟ ହୋଇପାରେ କି ବୋଲି ପ୍ରଶ୍ନ ଉଠାଇବା ସ୍ୱାଭାବିକ। ଆମେ ଆତଙ୍କବାଦର ପ୍ରତ୍ୟେକ ରୂପକୁ ବିରୋଧ କରିବା ଉଚିତ। ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍। ଭାରତ ଅଲକାଏଦା ସହ ଅନ୍ୟାନ୍ୟ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ସ୍ବର ଓଠାଇଛି। ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ।

ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ଏସସିଓର ଜଣେ ସଦସ୍ୟ ଭାବରେ ଅତ୍ୟନ୍ତ ସକାରାତ୍ମକ ଭୂମିକା ଗ୍ରହଣ କରିଛି। ଏସସିଓ ପାଇଁ ଭାରତର ଦୃଷ୍ଟିକୋଣ ଏବଂ ନୀତି ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ଆଧାରିତ: ଏସ - ସୁରକ୍ଷା, ସି - ସଂଯୋଗୀକରଣ ଏବଂ ଓ - ସୁଯୋଗ," ବୋଲି ସେ କହିଥିଲେ।

Disclaimer: This content has been automatically aggregated from television for informational purposes. To read the original article, please visit television.