Missing Naidu Commission Report Row: ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲା: CMO ଓ ଗୃହ ବିଭାଗକୁ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ

Aug 01, 2026 - 14:07
Missing Naidu Commission Report Row: ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲା: CMO ଓ ଗୃହ ବିଭାଗକୁ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ

ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାକୁ ନେଇ ତଦନ୍ତରେ ଆଗକୁ ବଢିଛି କ୍ରାଇମବ୍ରାଞ୍ଚ। ଗାୟବ ହୋଇଥିବା ଫାଇଲ୍‌ର ତଥ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଛି।

ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO), ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗକୁ ଚିଠି ଲେଖି ଫାଇଲ୍ ସମ୍ପର୍କିତ ଆବଶ୍ୟକ ତଥ୍ୟ ମଗାଯାଇଛି।

ଫାଇଲ୍ କେଉଁଠି ଗଲା? ଖୋଜୁଛି କ୍ରାଇମବ୍ରାଞ୍ଚ

ତଦନ୍ତକାରୀ ସଂସ୍ଥା ଜାଣିବାକୁ ଚାହିଁଛି ଯେ, ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ନାଇଡୁ କମିଶନ ରିପୋର୍ଟ ସମ୍ବନ୍ଧୀୟ ଫାଇଲ୍ କେଉଁ ବିଭାଗରେ ରହିଥିଲା ଏବଂ ଏହାର ଦାୟିତ୍ୱ କାହା ପାଖରେ ଥିଲା।

ଚିଠିରେ କ୍ରାଇମବ୍ରାଞ୍ଚ ପକ୍ଷରୁ ନିମ୍ନଲିଖିତ ତଥ୍ୟ ମଗାଯାଇଥିବା ଜଣାପଡ଼ିଛି:

  • ଫାଇଲ୍ କିଏ ଡିଲ୍ କରୁଥିଲେ?
  • ଫାଇଲ୍ କେଉଁ ବିଭାଗରେ ରହିଥିଲା?
  • ଫାଇଲ୍ କିଏ ରିସିଭ୍ କରିଥିଲେ?
  • ଫାଇଲ୍‌ର ଗତିବିଧି ସମ୍ପର୍କିତ ସମସ୍ତ ରେକର୍ଡ

ରିପୋର୍ଟ ଗାୟବ ଘଟଣାରେ ବଢ଼ୁଛି ତଦନ୍ତ

ନାଇଡୁ କମିଶନ ରିପୋର୍ଟ ଗାୟବ ହେବା ଘଟଣାକୁ ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଏବେ କ୍ରାଇମବ୍ରାଞ୍ଚର ତଦନ୍ତ ପରେ ଫାଇଲ୍‌ର ରହସ୍ୟ ଉପରୁ ପରଦା ହଟିବା ଆଶା କରାଯାଉଛି।

ଫାଇଲ୍ କେବେ ଗାୟବ ହେଲା, କାହା ନିକଟରେ ଥିଲା ଏବଂ ଏଥିରେ କାହାର ଭୂମିକା ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ଫାଇଲ୍ ଗାୟବ: ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ
ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାରେ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ
CMO, ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା
କିଏ ଫାଇଲ୍ ଡିଲ୍ କରେ, କେଉଁ ବିଭାଗରେ ରୁହେ ତଥ୍ୟ ମାଗିଲା
କିଏ ଫାଇଲ ରିସିଭ୍ କରିଥିଲା ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।