Missing Man Identified Through Slippers: ଚପଲରୁ ମିଳିଲା ମୃତକର ପରିଚୟ; ଅଢେଇ ବର୍ଷ ପରେ ଖୋଲିଲା ହତ୍ୟା ରହସ୍ୟ

ଚପଲରୁ ମିଳିଲା ମୃତକର ପରିଚୟ । ଅଢେଇ ବର୍ଷ ପରେ ଖୋଲିଲା ହତ୍ୟା ରହସ୍ୟ । ଡିଏନଏ ରିପୋର୍ଟରେ ଧରାପଡ଼ିଲା ହତ୍ୟାକାରୀ । ୨୦୨୩ ନଭେମ୍ବର ୮ରେ ଉଦଳା ଥାନା ବହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲର ଏକ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହୋଇଥିଲା ଅଜଣା ମୃତଦେହ । ସେବେଠୁ ମୃତକଙ୍କ ପରିଚୟ ପାଇନଥିଲା ପୋଲିସ ।
ଘଟଣାର ୩ ମାସ ପରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରିଥିଲା । ତେବେ ଗତ ଜୁନ ୧୭ ତାରିଖରେ ନିଖୋଜ ବାପାଙ୍କୁ ଖୋଜି ଖୋଜି ଥାନାରେ ପହଞ୍ଚିଥିଲେ ଶୁଖୁଆସାହି ଗ୍ରାମର ବିଶ୍ବନାଥ ସିଂ । ସେହି ସମୟରେ ଅଜଣା ମୃତଦେହ ପାଖରୁ ମିଳିଥିବା ଚପଲ ଦେଖି ତାହା ତାଙ୍କ ବାପା ଯୁବରାଜ ସିଂଙ୍କ ଚପଲ ବୋଲି ଦାବି କରିଥିଲେ। ପରେ କ୍ରାଇମବ୍ରାଞ୍ଚ ତାଙ୍କ ଡିଏନଏ ପରୀକ୍ଷା କରିବା ପରେ ଖୋଲିଗଲା ସବୁ ରହସ୍ୟ।
ଯୁବରାଜ ସିଂଙ୍କୁ ଗୁଣି ଗାରେଡି ପାଇଁ ବଣସାହି ଗାଁର ତିନି ଜଣ ହତ୍ୟା କରି ଫିଙ୍ଗିଦେଇଥିଲେ । ଅଭିଯୁକ୍ତମାନେ ହେଲେ ସାନଗୌର ମୋହନ ସିଂ, ନରହରି ସିଂ ଏବଂ ଜଣେ ନାବାଳକ । ଯୁବରାଜଙ୍କୁ ଏକ ରଶି ସାହାଯ୍ୟରେ ତଣ୍ଟିଚିପି ହତ୍ୟା କରିବା ପରେ କୂଅରେ ପକାଇ ଦେଇଥିଲେ। କ୍ରାଇମବ୍ରାଞ୍ଚ ମାମଲାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
- ଚପଲରୁ ମିଳିଲା ମୃତକର ପରିଚୟ
- ଅଢେଇ ବର୍ଷ ପରେ ଖୋଲିଲା ହତ୍ୟା ରହସ୍ୟ
- ଡିଏନଏ ରିପୋର୍ଟରେ ଧରାପଡ଼ିଲା ହତ୍ୟାକାରୀ
- ୨୦୨୩ ନଭେମ୍ବର ୮ରେ ମିଳିଥିଲା ମୃତଦେହ
- ଉଦଳା ବହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲରୁ ମିଳିଥିଲା
- ପରିତ୍ୟକ୍ତ କୂଅ ଭିତରୁ ଅଜଣା ମୃତଦେହ ପାଇଥିଲା ପୋଲିସ
- ଘଟଣାସ୍ଥଳରୁ ଉଦ୍ଧାର ହୋଇଥିଲା ଦୁଇଟି ଅଲଗା ଚପଲ
- ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ବି ପ୍ରମାଣ ପାଇନଥିଲା
- ଗତ ଜୁନ ୧୭ରେ ଥାନାରେ ପହଞ୍ଚିଥିଲେ ମୃତକଙ୍କ ପୁଅ
- ଥାନାରେ ଚପଲ ନିଜ ବାପାଙ୍କର ବୋଲି ଦାବି କରିଥିଲେ ପୁଅ
- ଡିଏନଏ ଟେଷ୍ଟ କରିବା ପରେ ଘଟଣାର ପର୍ଦ୍ଦାଫାସ
- ତିନି ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
- ଯୁବରାଜ ସିଂଙ୍କୁ ଗୁଣି ସନ୍ଦେହରେ ହତ୍ୟା କରିଥିଲେ