Missing CMO Files Case: CMOରୁ ୨ ଗୁରୁତ୍ବପୂର୍ଣ୍ଣ ଫାଇଲ ଗାଏବ ଘଟଣା, କ୍ୟାପିଟାଲ ଥାନାରେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର
CMOରୁ ଫାଇଲ୍ ଗାଏବ୍ ଘଟଣାରେ କ୍ୟାପିଟାଲ୍ ଥାନା ପୋଲିସର ଜୋରଦାର ଛାନଭିନ୍। ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର। ଆଉ ପୋଲିସ ନିକଟରେ ରଖିଛନ୍ତି ଗୋଟି ଗୋଟି ତଥ୍ୟ। ନବୀନ ସରକାର ଅମଳରେ CMOରୁ ଫାଇଲ୍ ଗାଏବ ମାମଲାରେ ଥାନାରେ ହାଜର ହୋଇ ସବୁ କିଛି ବଖାଣିଛନ୍ତି। ମାମଲାରେ ତଦନ୍ତରେ ପୋଲିସକୁ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି ମନୋଜ। ଅନ୍ୟପଟେ ମାମଲାରେ ସମନ ହୋଇଥିବା ପୂର୍ବତନ ଆଇଏଏସ ରାଜେଶ ବର୍ମାଙ୍କୁ ମଧ୍ୟ ପଚରାଉଚରା କରିପାରେ କ୍ୟାପିଟାଲ ଥାନା ପୋଲିସ।...
ସିଏମଓରୁ ୨ ଫାଇଲ ଗାଏବ ନେଇ IAS ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ୍ ହୋଇଥିଲା। ପୂର୍ବ ସରକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ତଦନ୍ତ ରିପୋର୍ଟ ଗାଏବ ହୋଇଯାଇଥିଲା। ୨୦୨୪ ଜୁନ୍ ୪ରେ ଗୃହ ବିଭାଗକୁ ସିଏମ୍ଓରୁ ସବୁ ଫାଇଲ୍ ଫେରିଥିଲା, କିନ୍ତୁ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ତଦନ୍ତ ରିପୋର୍ଟ ଫେରିନଥିଲା।
ଏ ନେଇ ବିଧିବଦ୍ଧ ଭାବେ କ୍ୟାପିଟାଲ୍ ଥାନାରେ FIRର ପରେ ଖୋଳତାଡ଼ କରୁଛି ପୋଲିସ। ଅଭିଯୋଗ ଫର୍ଦ୍ଦରେ ଯାହାର ନାମ ଅଛି ସେ ସମସ୍ତଙ୍କୁ ପୋଲିସ ଗୋଟି ଗୋଟି କରି ଜେରା କରିବ। ପୋଲିସ ତଦନ୍ତ ଯଦି ଠିକରେ ନହୁଏ, ତେବେ ଆଗକୁ ପୁଣିଥରେ ମାମଲା କୋର୍ଟକୁ ଯାଇପାରେ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ।
CMOରୁ ଫାଇଲ୍ ଗାଏବ ଘଟଣାରେ ଏତଲାକୁ ମାସେରୁ ଅଧିକ ସମୟ ବିତିଛି। ଗତ ଜୁନ୍ ୧୦ ତାରିଖରେ ଗୃହ ବିଭାଗ ଯୁଗ୍ମ ସଚିବ ଫାଇଲ୍ ଗାଏବ୍ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଏଫଆଇଆରକୁ ନେଇ ତଦନ୍ତ ଆରମ୍ଭ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।