Miracle: ୫ ମାସର ଗର୍ଭାବସ୍ଥାରେ ଜଣାପଡ଼ିଲା କର୍କଟ ରୋଗ, ଡାକ୍ତର କଲେ ଚମତ୍କାର
ଜଣେ ୩୫ ବର୍ଷୀୟା ମହିଳାଙ୍କୁ ୫ ମାସର ଗର୍ଭାବସ୍ଥାରେ କର୍କଟ ରୋଗ ହେବାର ଜଣା ପଡିଥିଲା। ରୋଗ ଜଣାପଡ଼ିବା ମାତ୍ରେ ମହିଳାଙ୍କ ସହ ତାଙ୍କ ପରିବାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଜଣେ ୩୫ ବର୍ଷୀୟା ମହିଳାଙ୍କୁ ୫ ମାସର ଗର୍ଭାବସ୍ଥାରେ କର୍କଟ ରୋଗ ହେବାର ଜଣା ପଡିଥିଲା। ରୋଗ ଜଣାପଡ଼ିବା ମାତ୍ରେ ମହିଳାଙ୍କ ସହ ତାଙ୍କ ପରିବାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କର୍କଟର ନାଁ ଶୁଣିଲେ ଲୋକେ ହିଁ ହତାଶ ହୋଇପଡ଼ନ୍ତି। ରୋଗୀଙ୍କ ଅବସ୍ଥା ତ ଛଡ଼ା, ତାଙ୍କ ପୂରା ପରିବାର ଏହି ରୋଗର ଦୀର୍ଘ ଓ ଜଟିଳ ଚିକିତ୍ସା ବିଷୟରେ ଚିନ୍ତାରେ ପଡ଼ିଯାଆନ୍ତି। ଯଦି ଆପଣ କେବେ କର୍କଟ ରୋଗୀଙ୍କ ଚିକିତ୍ସା ସମୟରେ ହସ୍ପିଟାଲ ଯାଇଥାଆନ୍ତି, ତେବେ ଆପଣ ନିଜେ ବୁଝିଥିବେ କେତେ ଚାପରେ ଥାଆନ୍ତି ରୋଗୀଙ୍କ ପରିବାର । କର୍କଟ ରୋଗ ଏଯାଏଁ ଏକ ଅସାଧ୍ୟ ରୋଗ ବୋଲି ଗଣାଯାଏ। କିନ୍ତୁ ଦିଲ୍ଲୀର ଡାକ୍ତରମାନଙ୍କ କଠିନ ପରିଶ୍ରମ ଜଣେ କର୍କଟ ରୋଗୀ ଉପରେ ଏଭଳି ଚମତ୍କାର କରିଛନ୍ତି ଯେ ଲୋକଙ୍କର ସାହସ ବଢ଼ିଛି।
ଦିଲ୍ଲୀରେ ଜଣେ ୩୫ ବର୍ଷୀୟା ମହିଳାଙ୍କୁ ୫ ମାସର ଗର୍ଭାବସ୍ଥାରେ କର୍କଟ ରୋଗ ହେବାର ଜଣା ପଡିଥିଲା। ରୋଗ ଜଣାପଡ଼ିବା ମାତ୍ରେ ମହିଳାଙ୍କ ସହ ତାଙ୍କ ପରିବାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଡାକ୍ତରମାନଙ୍କ କଠିନ ପରିଶ୍ରମ ଓ ସଠିକ ଚିକିତ୍ସା ଦ୍ୱାରା ଏଭଳି ଚମତ୍କାର ହୋଇଛି, ଯାହା କଳ୍ପନାର ବାହାରେ । ଏହି ଚିକିତ୍ସା ମାଧ୍ୟମରେ ପ୍ରମାଣିତ ହୋଇଛି ଯେ ଗର୍ଭାବସ୍ଥା ସମୟରେ ମଧ୍ୟ ସ୍ତନ କର୍କଟର ଚିକିତ୍ସା ସଫଳତାର ସହ କରାଯାଇପାରେ। ନୂଆଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏହା ସମ୍ଭବ ହୋଇଛି।
ହସ୍ପିଟାଲର ଡାକ୍ତରମାନେ ଗର୍ଭାବସ୍ଥା ସମୟରେ ସ୍ତନ କର୍କଟରେ ପୀଡ଼ିତ ଜଣେ ମହିଳାଙ୍କର ସଫଳ ଚିକିତ୍ସା କରି ମା’ ଓ ଶିଶୁ ଉଭୟଙ୍କ ଜୀବନ ବଞ୍ଚାଇଛନ୍ତି। ଏହା ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ବୋଲି ଗଣାଯାଉଛି। ୩୫ ବର୍ଷୀୟା ଗର୍ଭବତୀ ମହିଳା ଜୁଲାଇ ୨୦୨୪ରେ ସ୍ତନରେ ଗେଟା ଅଭିଯୋଗ ନେଇ ହସ୍ପିଟାଲ ପହଞ୍ଚିଥିଲେ।
ପରୀକ୍ଷାରେ ଟ୍ରିପଲ-ପଜିଟିଭ ଇନଭେସିଭ ସ୍ତନ କର୍କଟ ସ୍ପଷ୍ଟ ହୋଇଥିଲା। ବିଶେଷଜ୍ଞମାନଙ୍କ ପରାମର୍ଶ ପରେ ମହିଳା ଜଣକ ପ୍ରଥମେ ଅସ୍ତ୍ରୋପଚାର କରାଇବାକୁ ନିଷ୍ପତ୍ତି ନେଇଥିଲେ। ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ସହ-ଅଧ୍ୟକ୍ଷ ଡା. ରାକେଶ କୁମାର କୌଲ ସଫଳତାର ସହ ମାଷ୍ଟେକ୍ଟୋମି (ସ୍ତନ ଅପସାରଣ ଅସ୍ତ୍ରୋପଚାର) କରିଥିଲେ।
ଏହାପରେ ଦ୍ୱିତୀୟ ତ୍ରୈମାସିକରୁ ନିରାପଦ ଭାବେ କେମୋଥେରାପି ଆରମ୍ଭ କରାଯାଇଥିଲା। ହସ୍ପିଟାଲର ମେଡିକାଲ ଅଙ୍କୋଲୋଜି ବିଭାଗର ଅଧ୍ୟକ୍ଷ ଡା. ଶ୍ୟାମ ଅଗ୍ରୱାଲ କହିଛନ୍ତି, “ପ୍ରଥମ ତ୍ରୈମାସିକ ପରେ ଦିଆଯାଉଥିବା କେମୋଥେରାପି ଭୃଣ ପାଇଁ ନିରାପଦ ହୋଇଥାଏ।”ମହିଳାଙ୍କୁ ଗର୍ଭାବସ୍ଥା ସମୟରେ ୧୨ ସାଇକେଲ ପାକ୍ଲିଟାକ୍ସେଲ ଦିଆଯାଇଥିଲା। ଜାନୁଆରୀ ୨୦୨୫ରେ ସେ ସାଧାରଣ ପ୍ରସବ ମାଧ୍ୟମରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ମହିଳାଙ୍କୁ ଏଡଜୁଭାଣ୍ଟ କେମୋଥେରାପି, ରେଡିଓଥେରାପି, ଟାର୍ଗେଟେଡ ଏବଂ ହରମୋନାଲ ଥେରାପି ଦିଆଯାଇଥିଲା।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
