Mirabai Chanu: ମୀରାବାଈଙ୍କ ଅଧୁରା ସ୍ବପ୍ନ
"ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଥିଲେ ବି ଭାରୋତ୍ତୋଳନକାରୀ ସାଇଖୋମ୍ ମୀରାବାଈ ଚାନୁଙ୍କ ଗୋଟିଏ ସ୍ବପ୍ନ ଏବେ ବି ଅଧୁରା ରହିଛି।
ତାହା ହେଉଛି ଏସୀୟ କ୍ରୀଡ଼ା ପଦକ।
ଏହା କାରଣରୁ ସେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ସଫଳତାକୁ ପାଳନ କରିବା ବଦଳରେ ଏବେଠାରୁ ଏସୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।Advertisment Harassment Case: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ବ୍ରିଜ ଭୂଷଣ ଏ ନେଇ ମୀରାବାଈ କହିଛନ୍ତି ଯେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣପଦକ ଜିତିବାର ୨୪ ଘଣ୍ଟା ମଧ୍ୟରେ ହିଁ ସେ ଏସୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। “ ଆଗାମୀ ଏସୀୟ କ୍ରୀଡ଼ା ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ, କାରଣ ମୁଁ ଏସୀୟ କ୍ରୀଡ଼ା ପଦକ ଜିତିନାହିଁ, ଏଣୁ ମୁଁ ଏହି ପଦକ ଜିତିବାକୁଚାହୁଁଛି।
ପ୍ରତି ଏସୀୟ କ୍ରୀଡ଼ା ପୂର୍ବରୁ ମୁଁ ଆହତ ହୋଇଯାଏ କିମ୍ବା ଅନ୍ୟ କିଛି ଘଟିଯାଏ ଯେ ପଦକ ପାଇପାରେ ନାହିଁ।
ଏଥର ମୁଁ ସେସବୁ ସମସ୍ୟା ଦୂର କରିବାକୁ ଚାହୁଁଛି ଓ ମୋର ସଂପୂର୍ଣ୍ଣ ଫୋକସ୍ ଏସୀୟ କ୍ରୀଡ଼ା ଉପରେ ରହିଛି।
ଏହି ଗୋଟିଏ ମାତ୍ର ଟାଇଟଲ୍ ମୁୁଁ ଜିତିବାକୁ ଚାହୁଁଛି।
ଏଥର ମୋ ପାଇଁ ଏକ ମାତ୍ର ଓ ସର୍ବଶ୍ରେଷ୍ଠ ସୁଯୋଗ ଅଛି ବୋଲି ଭାବି ପ୍ରତିଦ୍ବନ୍ଦ୍ବିତା କରିବି।"" ଏସୀୟ କ୍ରୀଡ଼ା ପଦକ ଏକମାତ୍ର ଅପୂର୍ଣ୍ଣ ଅଧ୍ୟାୟ ମୀରାବାଈ ୨୦୧୪ରେ ନିଜର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦାର୍ପଣ ଠାରୁ ଏପର୍ଯ୍ୟନ୍ତ କ୍ରମାଗତଭାବେ ପଦକ ଜିତିଆସୁଛନ୍ତି।
୨୦୧୪ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀରେ ମହିଳା ୪୮ କେଜିରେ ସେ ରୌପ୍ୟ ପଦକ ଜିତିଥିଲେ।
କିନ୍ତୁ ୨୦୧୮ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀଠାରୁ ୨୦୨୬ ଗ୍ଲାସ୍ଗୋ ପର୍ଯ୍ୟନ୍ତ ସେ କ୍ରମାଗତ ସ୍ବର୍ଣ୍ଣପଦକ ଜିତିଆସୁଛନ୍ତି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ୟତୀତ ସେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଏବଂ ୨୦୧୭ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନ୍ସିପ୍ରେ ସ୍ବର୍ଣ୍ଣ ପଦକ ଜିତି ସ୍ମରଣୀୟ ସଫଳତା ହାସଲ କରିଛନ୍ତି।
କିନ୍ତୁ ଏତେ ସବୁ ଉପଲବ୍ଧି ସତ୍ତ୍ୱେ ତାଙ୍କ ସମୃଦ୍ଧ ପଦକ ତାଲିକାରେ ଏସୀୟ କ୍ରୀଡ଼ା ପଦକ ଏବେ ମଧ୍ୟ ଅନୁପସ୍ଥିତ ରହିଛି, ଯାହାକୁ ସେ ନିଜ କ୍ୟାରିୟରର ଏକମାତ୍ର ଅପୂର୍ଣ୍ଣ ଅଧ୍ୟାୟ ବୋଲି ମନେ କରନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।