Minor Girl : ନାବାଳିକାକୁ ମାରି ଟାଙ୍ଗି ଦେଲେ !
Minor Girl : ନାବାଳିକାକୁ ମାରି ଟାଙ୍ଗି ଦେଲେ !
Minor Girl : ନାବାଳିକାକୁ ମାରି ଟାଙ୍ଗି ଦେଲେ !
ଅନୁଗୁଳରେ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର । କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ମୃତ ନାବାଳିକା ହେଲେ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁର । ଗତକାଲି ଅପରାହ୍ନରୁ ଝିଅ ନମିଳିବାରୁ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ଆଜି ସକାଳେ ଘର ପାଖ ନାଳରୁ କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମନ୍ଦ ଉଦ୍ଦେଶ୍ୟ ରଖି କେହି ୧୦ ବର୍ଷର ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇବାବେଳେ ଦୋଷୀକୁ ଧରିବାକୁ ଦାବି ହୋଇଛି । ନ୍ୟାୟ ଦାବିରେ ଅନୁଗୁଳ-ବନ୍ତଳା ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ପୋଲିସ୍ ଘଟଣାର ତଦନ୍ତ କରୁଛି ।
ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୂର୍ ର 10 ବର୍ଷର ନାବାଳିକା ଗତକାଲି 3ଟା ଠାରୁ ନିଖୋଜ ଥିଲେ। ଏ ନେଇ ସଦର ଥାନାରେ ତାଙ୍କ ବାପା ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜି ସକାଳେ ଘର ପାଖରେ ଥିବା ଏକ ନାଳରୁ କ୍ଷତାକ୍ତ ଅବସ୍ଥାରେ ମୃତ ଦେହ ମିଳିବ ପରେ ସ୍ଥାନୀୟ ଲୋକେ ଦୋଷୀକୁ ଦଣ୍ଡ ସହ ନ୍ୟାୟ ପାଇଁ ବନ୍ତଳା ଅନୁଗୁଳ ରାସ୍ତାକୁ ଟାୟାର ଜଳି ଅବରୋଧ କରିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
