Minor Girl Gang Raped: ମନ୍ଦିର ନେବା ବାହାନାରେ ଅପହରଣ; ମଦ ପିଆଇ ରାତିସାରା ଦୁଷ୍କର୍ମ

Jul 21, 2026 - 16:36
Minor Girl Gang Raped: ମନ୍ଦିର ନେବା ବାହାନାରେ ଅପହରଣ; ମଦ ପିଆଇ ରାତିସାରା ଦୁଷ୍କର୍ମ

ଶିହରି ଉଠିଲା ପୂରା ରାଜ୍ୟ। ଗୋଟିଏ ନାବାଳିକା ଝିଅ, ଆଉ ତିନିଜଣ ନରରାକ୍ଷସ। ମନ୍ଦିର ନେବା ବାହାନାରେ ନାବାଳିକାକୁ ଅପହରଣ... ପ୍ରଥମେ ମଦ ପିଆଇଲେ, ତା’ପରେ ରାତିସାରା ନିର୍ମାଣାଧୀନ କୋଠାରେ ଚାଲିଲା ନୃଶଂସ ଅତ୍ୟାଚାର। କର୍ଣ୍ଣାଟକର ଦେବନହଲ୍ଲୀରୁ ଆସିଛି ସମାଜକୁ ଲଜ୍ଜିତ କଲା ଭଳି ଏକ ଅତି ଭୟାନକ ଖବର। 

ଗତ ଜୁଲାଇ ୧୭ ତାରିଖରେ ଘଟିଥିଲା ଏହି ବୀଭତ୍ସ କାଣ୍ଡ। ଦେବନହଲ୍ଲୀ ଅଞ୍ଚଳର ରେଣୁକା ନାମ୍ନୀ ଜଣେ ମହିଳା, ନାବାଳିକାଙ୍କୁ ମନ୍ଦିର ନେବା ବାହାନାରେ ଘରୁ ଡାକି ନେଇଥିଲେ। ମାତ୍ର ବାଟରେ ସେ ନାବାଳିକାଙ୍କୁ ନବୀନ ଓ ଭେଙ୍କଟରମଣା ନାମକ ଦୁଇ ଯୁବକଙ୍କ ହାତକୁ ଟେକି ଦେଇଥିଲେ।

ଅଭିଯୁକ୍ତ ଦ୍ୱୟ ନାବାଳିକାଙ୍କୁ ଏକ ଅଟୋରେ ନେଇଯାଉଥିବା ସମୟରେ ବଳପୂର୍ବକ ମଦ ପିଆଇଥିଲେ। ପରେ ତାଙ୍କୁ ଘର ପାଖରେ ଛାଡ଼ିବାକୁ ଚେଷ୍ଟା କରିଥିଲେ ବି, ସେ ନିଶାସକ୍ତ ଥିବା ଦେଖି ଧରାପଡ଼ିଯିବା ଭୟରେ ଏକ ନିର୍ମାଣାଧୀନ କୋଠାକୁ ନେଇଯାଇଥିଲେ। ସେଠାରେ ରାତିସାରା ନାବାଳିକାଙ୍କୁ ସାମୂହିକ ଦୁଷ୍କର୍ମ କରିବା ସହ ପ୍ରଚୁର ମାଡ଼ ମାରିଥିଲେ।

ପରଦିନ ସକାଳେ ନାବାଳିକାଙ୍କୁ ଘର ନିକଟରେ ଛାଡ଼ି, କାହା ଆଗରେ କିଛି କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଝିଅଟି ଘରକୁ ଫେରି ମା' ଆଗରେ ସମସ୍ତ ଘଟଣା ବିବରଣୀ ପ୍ରକାଶ କରିବା ପରେ ପରିବାର ଲୋକେ ଦେବନହଲ୍ଲୀ ଥାନାରେ ଏତଲା ଦେଇଥିଲେ।

ନାବାଳିକାଙ୍କ ବୟାନ ଆଧାରରେ ପୋଲିସ ସାମୂହିକ ଦୁଷ୍କର୍ମ ଓ ମାମଲାରେ ସଂପୃକ୍ତି ନେଇ କେସ୍ ରୁଜୁ କରିଛି। ମୁଖ୍ୟ ଅଭିଯୁକ୍ତ ନବୀନ, ଭେଙ୍କଟରମଣା ଓ ସହଯୋଗୀ ମହିଳା ରେଣୁକାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।