Minor Girl Found Dead Near Hostel: ହଷ୍ଟେଲ ପାଖ ଗଛରୁ ମିଳିଲା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ
ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ସରକାରୀ ବିଦ୍ୟାଳୟର ଛାତ୍ରୀ ବୋଲି ଜଣାପଡିଛି। ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ପାଖ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଛାତ୍ରୀଙ୍କ ଘର ଉମରକୋଟ ବ୍ଲକ୍ ଦଲଦଲି ଗ୍ରାମରେ । ସୂଚନା ଅନୁସାରେ ଗତକାଲି ହଷ୍ଟେଲରେ ରାତିରେ ସମସ୍ତ ପିଲା ଖାଇବା ପାଇଁ ଯିବା ସମୟରେ ତିନିଜଣ ଛାତ୍ରୀ ଉପସ୍ଥିତ ନଥିଲେ ।
ଅଳ୍ପ ସମୟ ପରେ ତିନି ଝିଅଙ୍କ ମଧ୍ୟରୁ ଦୁଇ ଜଣ ଝିଅଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଦେଖିଥିଲେ। ହେଲେ ଅନ୍ୟ ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଘଟଣା ଜାଣିବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ଉମରକୋଟ ଥାନା ରେ ଲିଖିତ ଭାବରେ ଜଣାଇଛନ୍ତି । ଯୁବତୀଙ୍କ ମୃତଦେହ ଉଦ୍ଧାର କରି ଉମରକୋଟ ପୋଲିସ ଛାନଭିନ୍ ଚଳାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ...
ସ୍କୁଲ୍ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସରକାରୀ ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ପାଖ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
ନାବାଳିକାଙ୍କ ଘର ଉମରକୋଟ ଥାନା ଅଞ୍ଚଳରେ, ମୃତ୍ୟୁର କାରଣ ଅସ୍ପଷ୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।