Milk Adulteration : କ୍ଷୀରରେ ମିଶୁଛି ବିଷ !

Milk Adulteration : କ୍ଷୀରରେ ମିଶୁଛି ବିଷ !

10 September 2025 01:55 PM IST
Milk Adulteration : କ୍ଷୀରରେ ମିଶୁଛି ବିଷ !

Milk Adulteration : କ୍ଷୀରରେ ମିଶୁଛି ବିଷ !

ଆଠଗଡ : ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ। ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ | ମାଡି ବସିଲା ପୋଲିସ | ଗତକାଲି ବିଳମ୍ବିତ ରାତିରେ କଟକ ଗୁରୁଡ଼ିଝାଟିଆ ଥାନା କୁ୍ସ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା ବେଳେ ମାଡ଼ି ବସିଥିଲା ପୋଲିସ। ଘଟଣାସ୍ଥଳରୁ କ୍ଷୀର ଟ୍ୟାଙ୍କର ଜବତ ହୋଇଛି । ଡ୍ରାଇଭର ସମେତ କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି ।

 ଦୀର୍ଘ ଦିନ ଧରି ଏଭଳି ଅପମିଶ୍ରଣ ଚାଲିଥିବା ନେଇ ନଜର ରଖିଥିଲା ପୋଲିସ। ମେସିନ୍ ଦ୍ବାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍ ଓ ଏକ କେମିକାଲ ମିଶାଇ ବଜାରକୁ ଛଡ଼ାଯାଉଥିଲା । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି | ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , ପାଉଡର୍ ଓ ଏକ କେମିକାଲ ଅପ ମିଶ୍ରିତ କରି ଦିଆ ଯାଉଥିଲା । । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି । ପୋଲିସ ର ତଦନ୍ତ ପରେ ଖୋଲିବ କ୍ଷୀର ଅପମିଶ୍ରଣର ରହସ୍ୟ।

Disclaimer: This content has been automatically aggregated from television for informational purposes. To read the original article, please visit television.