Milk Adulteration: କ୍ଷୀରରେ ମିଶୁଛି ପାଉଡର ଓ କେମିକାଲ୍ , ପ୍ଲାଣ୍ଟକୁ ପ୍ରୋସେସିଂ ପାଇଁ ଯିବା ପୂର୍ବରୁ ଭେଜାଲ୍

ମଙ୍ଗଳବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରଣ ଚାଲିଥିଲା ବେଳେ ସାମାନାକୁ ଆସିଛି ପୂରା ଘଟଣା । ଏ ଖବର ପୋଲିସ ପାଖରେ ପହଞ୍ଚିବା ପରେ ହଠାତ ଚଢଉ କରିଥିଲା ଆଉ ପୋଲିସକୁ

10 September 2025 10:25 PM IST
Milk Adulteration: କ୍ଷୀରରେ ମିଶୁଛି ପାଉଡର ଓ କେମିକାଲ୍ , ପ୍ଲାଣ୍ଟକୁ ପ୍ରୋସେସିଂ ପାଇଁ ଯିବା ପୂର୍ବରୁ ଭେଜାଲ୍

ମଙ୍ଗଳବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରଣ ଚାଲିଥିଲା ବେଳେ ସାମାନାକୁ ଆସିଛି ପୂରା ଘଟଣା । ଏ ଖବର ପୋଲିସ ପାଖରେ ପହଞ୍ଚିବା ପରେ ହଠାତ ଚଢଉ କରିଥିଲା ଆଉ ପୋଲିସକୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ।

ପ୍ଲାଣ୍ଟରେ କ୍ଷୀର ପ୍ରୋସେସିଂ ପୂର୍ବରୁ ହୋଇଯାଉଛି ହେରଫେର। ଅଧାବାଟରେ ହେଉଛି କାରସାଦି। ଟ୍ୟାଙ୍କରରୁ ଭଲ କ୍ଷୀର କାଢି ନିଆଯାଇ ସେଥିରେ ଲୁଣ, ପାଉଡର ଓ କିଛି କେମିକାଲ ମଶାଇ ଦିଆଯାଉଛି। ପରେ ଯେତିକି ଥିଲା ତାହା ସମାନ କରି ପହଞ୍ଚା ଯାଉଛି। ଜାତୀୟ ରାଜପଥ କଡରେ ଅନ୍ଧାର ରାତିରେ ଖୁଲମଖୁଲା ଚାଲୁଛି କ୍ଷୀର ଅପମିଶ୍ରଣ ।

ମଙ୍ଗଳବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରଣ ଚାଲିଥିଲା ବେଳେ ସାମାନାକୁ ଆସିଛି ପୂରା ଘଟଣା । ଏ ଖବର ପୋଲିସ ପାଖରେ ପହଞ୍ଚିବା ପରେ ହଠାତ ଚଢଉ କରିଥିଲା ଆଉ ପୋଲିସକୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ।

କ୍ଷୀର ଗାଡ଼ିଟି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ଜଣାପଡିଛି | ଘଟଣା ସ୍ଥଳରୁ କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୁତ୍ତ ଫେରାର ହୋଇଯାଇଥିବା ବେଳେ କ୍ଷୀର ଟ୍ୟାଙ୍କର, ଏକ ଟାଟା ଏସି ଗାଡି ସମେତ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ପୋଲିସ | ପୋଲିସ୍ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି।

ତେବେ କିପରି ଆଉ କାହା ସାହାଯ୍ୟରେ ଅପମିଶ୍ରଣ କରାଯାଏ ? ପ୍ରଥମେ ମେସିନ୍ ସାହାଯ୍ୟରେ ଗାଡିରୁ କ୍ଷୀରକୁ ବାହାର କରାଯାଏ। ପରେ ସମାନ ମାତ୍ରାର ପାଣି ଲୋଡ କରି ସେଥିରେ ଆବଶ୍ୟକ ମୁତାବକ ଲୁଣ, ପାଉଡର୍ ଓ ଏକ କେମିକାଲ ମିଶାଯାଏ। ପରେ ଏହି ଗାଡି ତାର ଗନ୍ତବ୍ୟ ସ୍ଥାନକୁ ବାହାରିଥାଏ। ଏହାରି ଭିତରେ ବଡ ପ୍ରଶ୍ନ ହେଉଛି କେବେଠାରୁ ଏହି କ୍ଷୀର ଅପମିଶ୍ରଣ ଚାଲିଥିଲା ? ଏହାପଛର ମୁଖ୍ୟ କାର୍ପେଟଦାର କିଏ ? ଟ୍ୟାଙ୍କରରୁ ବାହାରୁଥିବା କ୍ଷୀର ଯାଏ କୁଆଡେ ? ମିଶୁଥିବା କେମିକାଲ ଓ ପାଉଡର ଦେହ ପାଇଁ କେତେ କ୍ଷତିକାରକ ?

ଏସବୁର ଖୋଳତାଡ ହେବା ଜରୁରୀ। ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାର କଥା, ଅପମିଶ୍ରିତ କ୍ଷୀର ମଣିଷ ଶରୀର ପାଇଁ ଘାତକ ହୋଇପାରେ। ୟୁରିଆ, ଫସଫେଟ, ଫସଫରସ ବି କ୍ଷୀରରେ ମିଶୁଥିବା ଅଭିଯୋଗ ହୋଇଆସୁଛି। ତେବେ ଅପମିଶ୍ରିତ କ୍ଷୀର ଖାଇଲେ, ଝାଡାବାନ୍ତି, ଲିଭର ସହ କିଡନୀ ଖରାପ ହେବାର ସମ୍ଭାବନା ରହିଛି । ଗୁଲେନବରି ସିଣ୍ଡ୍ରମ ମଧ୍ୟ ବହୁତ ସାଧାରଣ ଭାବରେ ଦେଖାଯାଏ।

ସାଧାରଣ ଲୋକଟିଏ କିପରି ଜାଣିବ ଯେ ଏହା ଅପମିଶ୍ରିତ ? ଏତେ ଟଙ୍କା ଦେଇ କିଣୁଥିଲେ ବି ଏହା ଭଲ କି ଖରାପ ଜାଣିବା ମୁସ୍କିଲ। ଏଭଳି ସମୟରେ ଅପମିଶ୍ରିତ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ପାଇଁ ଦାବି ହୋଇଛି।

Disclaimer: This content has been automatically aggregated from television for informational purposes. To read the original article, please visit television.