Men's Hockey Asia Cup: ଏସିଆ କପ ହକିରେ ସଂଘର୍ଷ କରି ଜାପାନ ଠାରୁ ଜିତିଲା ଭାରତ
ଆଜିର ମ୍ୟାଚ୍ରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ୨ଟି ଗୋଲ (୫ମ ଓ ୪୫ମିନିଟ) ସ୍କୋର କରିଥିବା ବେଳେ ମନପ୍ରୀତ ସିଂହ ଗୋଟିଏ ଗୋଲ ଦେଇଛନ୍ତି। ଜାପାନ ପକ୍ଷରୁ ୨ଟି ଯାକ ଗୋଲ କୋସେଇ କାୱାବେଙ୍କ ଷ୍ଟିକରୁ ବାହାରିଛି। ଭାରତ ପାଇଁ ମନପ୍ରୀତ
ଆଜିର ମ୍ୟାଚ୍ରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ୨ଟି ଗୋଲ (୫ମ ଓ ୪୫ମିନିଟ) ସ୍କୋର କରିଥିବା ବେଳେ ମନପ୍ରୀତ ସିଂହ ଗୋଟିଏ ଗୋଲ ଦେଇଛନ୍ତି। ଜାପାନ ପକ୍ଷରୁ ୨ଟି ଯାକ ଗୋଲ କୋସେଇ କାୱାବେଙ୍କ ଷ୍ଟିକରୁ ବାହାରିଛି। ଭାରତ ପାଇଁ ମନପ୍ରୀତ ଫିଲ୍ମ ଗୋଲ କରିଥିବା ବେଳେ ହରମନପ୍ରୀତ ପେନାଲ୍ଟି କର୍ଣ୍ଣର ବଳରେ ୨ଟି ଯାକ ଗୋଲ ଦେଇଛନ୍ତି। ,
ବିହାରର ରାଜଗିରରେ ଚାଲିଥିବା ଏସିଆ କପ ହକିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଆଜି ଭାରତୀୟ ଟିମ ଅପେକ୍ଷାକୃତ ଦୁର୍ବଳ ଜାପାନ ବିରୋଧରେ ବେଶ ସଂଘର୍ଷମୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ଚାଇନା ଠାରୁ ୪-୩ରେ ଜିତିଥିବା ଭାରତ ଆଜି ଜାପାନକୁ ୩-୨ରେ ହରାଇ ଦେଇଛି। ଜାପାନ ମ୍ୟାଚ ହାରିଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେଇଛି। ବିଶେଷ କରି ଶେଷ କ୍ୱାର୍ଟରରେ ଜାପାନର ଘନଘନ ଆକ୍ରମଣକୁ ଭାରତ ବେଶ କଷ୍ଟ କରି ଅଟକାଇବାକୁ ସକ୍ଷମ ହେବାରୁ ବିଜୟ ସ୍ୱାଦ ଚାଖିଛି।
ଆଜିର ମ୍ୟାଚ୍ରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ୨ଟି ଗୋଲ (୫ମ ଓ ୪୫ମିନିଟ) ସ୍କୋର କରିଥିବା ବେଳେ ମନପ୍ରୀତ ସିଂହ ଗୋଟିଏ ଗୋଲ ଦେଇଛନ୍ତି। ଜାପାନ ପକ୍ଷରୁ ୨ଟି ଯାକ ଗୋଲ କୋସେଇ କାୱାବେଙ୍କ ଷ୍ଟିକରୁ ବାହାରିଛି। ଭାରତ ପାଇଁ ମନପ୍ରୀତ ଫିଲ୍ମ ଗୋଲ କରିଥିବା ବେଳେ ହରମନପ୍ରୀତ ପେନାଲ୍ଟି କର୍ଣ୍ଣର ବଳରେ ୨ଟି ଯାକ ଗୋଲ ଦେଇଛନ୍ତି। ତେବେ ଜାପାନ ପାଇଁ କୋସେଇ ୨ଟି ଫିଲ୍ଡ ଗୋଲ ସ୍କୋର କରି ନିଜ ଯାଦବୁ ଦେଖାଇଛନ୍ତି।
ଚାଇନା ଠାରୁ ଅଳ୍ପକେ ବିଜୟୀ ହୋଇଥିବା ଭାରତୀୟ ହିକି ଟିମ ଆଜି ନୂଆ ଆଶା ଓ ବିଶ୍ୱାସର ସହ ପଡ଼ିଆକୁ ଓହ୍ଲାଇଥିଲା। ମ୍ୟାଚ୍ର ୪ର୍ଥ ମିନିଟରେ ମନପ୍ରୀତ ଚମତ୍କାର ଫିଲ୍ଡ ଗୋଲ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। ଏହାର ଗୋଟିଏ ମିନିଟ ପରେ ଭାରତକୁ କ୍ରମାଗତ ୩ଟି ପିସି ମିଳିଥିଲା। ଶେଷ ପ୍ରୟାସରେ ହରମନପ୍ରୀତ ଗୋଲ ସ୍କୋର କରି ଦଳକୁ ୨-୦ରେ ଆଗୁଆ କରି ଦେଇଥିଲେ। ଭାରତ ବେଶ ଆକ୍ରମଣାତ୍ମକ ହକି ଖେଳିଥିଲା। ୧୨ତମ ମିନିଟରେ ଜାପାନକୁ ଦୁଇଟି ପିସି ମିଳିଥିଲେ ହେଁ ଏହାକୁ ଦଳ ଗୋଲରେ ପରିଣତ କରି ପାରି ନଥିଲା। ପ୍ରଥମ କ୍ୱାର୍ଟର ଭାରତ ୨-୦ରେ ଶେଷ କରିଥିଲା।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
