Meerut: ସ୍ତ୍ରୀ ଚିତ୍କାର କରୁଥିଲା କିନ୍ତୁ ତରଳିଲାନି ସ୍ବାମୀର ହୃଦୟ...ବାରମ୍ବାର କରିଚାଲିଥିଲା ଛୁରୀରେ ଆଘାତ
ରବିଶଙ୍କର ଓ ସପନାଙ୍କର ବିବାହ ଚଳିତ ବର୍ଷ ଜାନୁଆରୀରେ ହୋଇଥିଲା। କିନ୍ତୁ ବିବାହର କିଛି ସମୟ ପରେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ପାଖାପାଖି ପାଞ୍ଚ ମାସ ହେବ ସପନା ତାଙ୍କ ଭଉଣୀ ପିଙ୍କିଙ୍କ ଶାଶୁଘରେ ରହୁଥିଲେ।
ରବିଶଙ୍କର ଓ ସପନାଙ୍କର ବିବାହ ଚଳିତ ବର୍ଷ ଜାନୁଆରୀରେ ହୋଇଥିଲା। କିନ୍ତୁ ବିବାହର କିଛି ସମୟ ପରେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ପାଖାପାଖି ପାଞ୍ଚ ମାସ ହେବ ସପନା ତାଙ୍କ ଭଉଣୀ ପିଙ୍କିଙ୍କ ଶାଶୁଘରେ ରହୁଥିଲେ।
ସ୍ତ୍ରୀ ଚିତ୍କାର କରୁଥିଲା । ନିଜ ଜୀବନ ପାଇଁ ଭିକ୍ଷା ମାଗୁଥିଲା। କିନ୍ତୁ ସ୍ୱାମୀ କିଛି ବି ଶୁଣିଲାନି । ଶେଷରେ ହତ୍ୟା କରିଦେଲା । ଏହି ଦୁଃଖଦ ଘଟଣା ଉତ୍ତର ପ୍ରଦେଶର ମେରଠରେ ଘଟିଛି । ଯେଉଁଠି ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ଛୁରୀ ମାରି ହତ୍ୟା କରିଛି ।
ଅଭିଯୁକ୍ତ ସ୍ୱାମୀ ରବିଶଙ୍କର ତାର ସାତ ମାସର ଗର୍ଭବତୀ ପତ୍ନୀ ସପନାଙ୍କୁ ଏକ ବନ୍ଦ କୋଠରୀ ଭିତରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହା ପରେ ଅଭିଯୁକ୍ତ ସ୍ୱାମୀ ନିଜେ ପୋଲିସକୁ ଫୋନ କରିଥିଲେ ।
ରବିଶଙ୍କର ଓ ସପନାଙ୍କର ବିବାହ ଚଳିତ ବର୍ଷ ଜାନୁଆରୀରେ ହୋଇଥିଲା। କିନ୍ତୁ ବିବାହର କିଛି ସମୟ ପରେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ପାଖାପାଖି ପାଞ୍ଚ ମାସ ହେବ ସପନା ତାଙ୍କ ଭଉଣୀ ପିଙ୍କିଙ୍କ ଶାଶୁଘରେ ରହୁଥିଲେ। ଶନିବାର ସକାଳେ ରବି ତାଙ୍କ ପତ୍ନୀ ସପନାଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ।
କୌଣସି କାରଣରୁ ସପନାଙ୍କ ସହ ତାଙ୍କର ଝଗଡ଼ା ହେବାକୁ ଲାଗିଲା। ରବି ରୁମର କବାଟ ବନ୍ଦ କରିଦେଇଥିଲେ। ତା’ପରେ ସେ ତାଙ୍କ ପତ୍ନୀଙ୍କୁ ଛୁରୀରେ ଅନେକ ଥର ଆଘାତ କରିଥିଲେ । ରବି ଛୁରୀରେ ସପନାଙ୍କ ଗଳା କାଟି ଦେଇଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ମଧ୍ୟ ରବି ତାଙ୍କ ଶରୀରରେ ଅନେକ ସ୍ଥାନରେ ଛୁରୀରେ ଆଘାତ କରିଥିଲେ।
ତା’ପରେ ସେ ତାଙ୍କ ମୃତଦେହ ପାଖରେ ବସି ପଡ଼ିଥିଲେ। ସପନାଙ୍କ ଚିତ୍କାର ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ଦୌଡ଼ି ଆସିଥିଲେ। ସପନା ଘରର ପ୍ରଥମ ମହଲାରେ ଥିଲେ। କବାଟ ଭିତରୁ ବନ୍ଦ ଥିବାରୁ କେହି ଭିତରକୁ ଯାଇ ପାରିଲେ ନାହିଁ। ରବି ନିଜେ ଫୋନ୍ କରି ପୁଲିସକୁ ହତ୍ୟାର ଖବର ଦେଇଥିଲେ।
ତୁରନ୍ତ ଗଙ୍ଗାନଗର ଥାନାର ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କୋଠରୀରେ ଚାରିଆଡ଼େ ରକ୍ତ ପଡ଼ିଥିଲା ।ଫରେନ୍ସିକ୍ ଟିମ୍ ଘଟଣାସ୍ଥଳୀରୁ ପ୍ରମାଣ ସଂଗ୍ରହ କରିଛି । ମେରଠର ଏସ୍ଏସ୍ପି ବିପିନ ତାଡ଼ା କହିଛନ୍ତି ଯେ ଏହି ମାମଲାରେ ରବିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୁଲିସ ରବିଙ୍କୁ ଜେରା କରୁଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
