Maternal Sacrifice: ପୁଅର ଚିକିତ୍ସା ପାଇଁ ବଡ଼ ମେଡିକାଲରେ ମାଆ ବନିଗଲେ ସିକ୍ୟୁରିଟି ଗାର୍ଡ

ପ୍ରାୟ ୪ ବର୍ଷ ଧରି ଅସୁସ୍ଥ ପୁଅର ଚିକିତ୍ସା ପାଇଁ କଟକ SCBରେ ସଂଘର୍ଷ କରୁଛନ୍ତି ଭଞ୍ଜନଗରର ମମତା ପଣ୍ଡା। ଦିନେ ମୂଲ ଲାଗି ଚଳୁଥିଲେ, ଏବେ ପୁଅକୁ ଚିକିତ୍ସା ପାଇଁ ସେହି ବଡ଼ ମେଡିକାଲରେ ବନିଛନ୍ତି ସିକ୍ୟୁରିଟି ଗାର୍ଡ।

03 September 2025 09:45 PM IST
Maternal Sacrifice: ପୁଅର ଚିକିତ୍ସା ପାଇଁ ବଡ଼ ମେଡିକାଲରେ ମାଆ ବନିଗଲେ ସିକ୍ୟୁରିଟି ଗାର୍ଡ

ପ୍ରାୟ ୪ ବର୍ଷ ଧରି ଅସୁସ୍ଥ ପୁଅର ଚିକିତ୍ସା ପାଇଁ କଟକ SCBରେ ସଂଘର୍ଷ କରୁଛନ୍ତି ଭଞ୍ଜନଗରର ମମତା ପଣ୍ଡା। ଦିନେ ମୂଲ ଲାଗି ଚଳୁଥିଲେ, ଏବେ ପୁଅକୁ ଚିକିତ୍ସା ପାଇଁ ସେହି ବଡ଼ ମେଡିକାଲରେ ବନିଛନ୍ତି ସିକ୍ୟୁରିଟି ଗାର୍ଡ।

ସନ୍ତାନ ପାଇଁ ମା’ଟିଏ କ’ଣ କରିପାରେ, କେତେ ଯେ ସଂଘର୍ଷ କରିପାରେ। ବୋଧହୁଏ ଆଉ କେହି କରିପାରିବେ ନାହିଁ। ସ୍ୱାମୀଙ୍କୁ ହରାଇବା ପରେ ପୁଅର ଦାୟିତ୍ୱ ମୁଣ୍ଡାଇଥିବା ମା’ଟିଏ ଆଜି ଯାହା କରିଦେଖାଇଛି, ଆପଣଙ୍କୁ ଦୋହଲାଇ ଦେବ। ପ୍ରାୟ ୪ ବର୍ଷ ଧରି ଅସୁସ୍ଥ ପୁଅର ଚିକିତ୍ସା ପାଇଁ କଟକ SCBରେ ସଂଘର୍ଷ କରୁଛନ୍ତି ଭଞ୍ଜନଗରର ମମତା ପଣ୍ଡା। ଦିନେ ମୂଲ ଲାଗି ଚଳୁଥିଲେ, ଏବେ ପୁଅକୁ ଚିକିତ୍ସା ପାଇଁ ସେହି ବଡ଼ ମେଡିକାଲରେ ବନିଛନ୍ତି ସିକ୍ୟୁରିଟି ଗାର୍ଡ। ପଣ କରିଛନ୍ତି, ପୁଅକୁ ନିଶ୍ଚିତ ସେ ସୁସ୍ଥ କରାଇବେ।

ପୁଅର କଥା କହିଲା ବେଳକୁ କୋହରେ ଛାତି କୋରି ହେଉ ଯାଉଛି। ଆଖିରୁ ଝରୁଛି ଧାରଧାର ଲୁହ। ଗୋଟେ ମାଆ ତା ପୁଅ ପାଇଁ କଣ ଯେ କରିପାରେ... କେତେ କଷ୍ଟ ଉଠାଇ ପାରେ, କେତେ ସାହସ ଯେ ଜୁଟାଇ ପାରେ, ତାହା କଳ୍ପନା ବାହାରେ। ଏ ମାଆଙ୍କ ଦୁଃଖ ଶୁଣିଲେ ଆପଣଙ୍କ ହୃଦୟ ତରଳିଯିବ। ଯାହା ଆମେ ଭାବି ପାରିବାନାହିଁ ଏ ମାଆଟି ତାହା କରି ଦେଖାଇଛନ୍ତି। ତାଙ୍କର ପୁଅଟିର ଦୁନିଆ ସମ୍ପୂର୍ଣ୍ଣ ବଦଳି ଯାଇଛି। ତା' ଜୀବନ ଯନ୍ତ୍ରଣା ସହ ସେ ନିଜେ ଯୁଝୁଛି। ସେହି ପୁଅକୁ ଭଲ କରିବା ପାଇଁ ସବୁଦିନ ଲାଗି ମା’ ପାଲଟି ଯାଇଛନ୍ତି କଟକ ଏସସିବି ବଡ଼ ମେଡିକାଲର ସିକ୍ୟୁରିଟି ଗାର୍ଡ୍। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେତାର ଗାଁର ମମତା ପଣ୍ଡା। ପୁଅ ବବଲୁକୁ ଭଲ କରିବା ପାଇଁ ବଡ ମେଡିକାଲରେ ସାଜିଛନ୍ତି ସିକ୍ୟୁରିଟି ଗାର୍ଡ। ଗୋଟେ ପଟେ ପୁଅର ଚିକିତ୍ସା, ଏପଟେ କର୍ତ୍ତବ୍ୟର ଦାୟିତ୍ୱ। ସଂକଳ୍ପ ନେଇଛନ୍ତି ପୁଅକୁ ନିଶ୍ଚୟ ସୁସ୍ଥ କରାଇବେ।

ଆଜକୁ ପ୍ରାୟ ୧୦ ବର୍ଷ ତଳର କଥା। ୨୦୧୪ରେ ଏକ ଟ୍ରେନ ଦୁର୍ଘଟଣାରେ ମମତା ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ। ଘର ଚଳାଇବା ଆଉ ପୁଅ ବବଲୁକୁ ମଣିଷ କରିବା ପାଇଁ ମମତା ଗାଁ ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ। ଭୁବନେଶ୍ୱରରେ ମୂଲଲାଗି ପୁଅକୁ ସରକାରୀ ସ୍କୁଲରେ ପାଠ ପଢାଉଥିଲେ। ପୁଅ ବବଲୁ ବି ଭଲ ପାଠ ପଢ଼ୁଥିଲା। ୨୦୨୨ରେ ଦିନେ ମମତା କାମକୁ ଯାଇଥିବା ବେଳେ ବବଲୁ ଖାଦ୍ୟ ଗରମ କରିବା ପାଇଁ ଷ୍ଟୋଭ୍ ଲଗାଉଥିଲା। ଦୁର୍ଭାଗ୍ୟ, ହଠାତ ଫାଟିଯାଇଥିଲା ଷ୍ଟୋଭ୍। ଫଳରେ ଗୁରୁତର ଆହତ ହୋଇଥିଲା ବବଲୁ। ସେଦିନଠୁ ଆଜି ଯାଏଁ ଏମିତି ଯନ୍ତ୍ରଣାରେ ଜୀବନ ଜୀଉଁଛି ନାବାଳକ ବବଲୁ।

ଘରୋଇ, ସରକାରୀ। ବିଭିନ୍ନ ହସ୍ପିଟାଲକୁ ଦୌଡ଼ିଛନ୍ତି ମା’ ମମତା। ଅର୍ଥ ଅଭାବରୁ ପୁଅକୁ ଦିନେ ଗାଁକୁ ସେ ଫେରାଇ ନେଇଥିଲେ। ହେଲେ ଏବେ ଗତ ପ୍ରାୟ ୪ ବର୍ଷ ଧରି SCBରେ ଚିକିତ୍ସା ସହ ଏକାଧିକ ଅସ୍ତ୍ରୋପଚାର ଯୋଗୁଁ ବବଲୁ ଏବେ ସୁସ୍ଥ ହେଉଛି। କିଛି ଦିନ ପାଇଁ ନିଜ ଗାଁକୁ ଯାଇଛି, ଆଈ ପାଖରେ ରହୁଛି। ପାଠ ପଢ଼ି ବଡ଼ ମଣିଷ ହେବାର ଆଶା ରଖି ଶାରିରୀକ ଯନ୍ତ୍ରଣା ସତ୍ତ୍ୱେ ନିଜ ନାଁକୁ ଖାତାରେ ଲେଖୁଛି। SCBରେ ସିକ୍ୟୁରିଟି ଗାର୍ଡ ଥିବା ମମତାମୟୀ ମା’ ସହ ଫୋନରେ କଥା ହେଉଛି। ୨୦୨୨ରୁ ୨୦୨୫, ୪ ବର୍ଷର ସଂଘର୍ଷ ଭିତରେ ସୁସ୍ଥ ହେଉଥିବା ବବଲୁକୁ ନେଇ ଆଖିଏ ସ୍ୱପ୍ନ ଦେଖିଛନ୍ତି ମା’ ମମତା। ଆତ୍ମ ବିଶ୍ୱାସର ସହ କର୍ତ୍ତବ୍ୟ ସମ୍ପାଦନ କରି ଅନ୍ଧର ଲଉଡ଼ିକୁ ଅନାଇ ରହିଛନ୍ତି, ସମ୍ପୂର୍ଣ୍ଣ ସୁସ୍ଥତାକୁ। 

Disclaimer: This content has been automatically aggregated from television for informational purposes. To read the original article, please visit television.