Mata Vaishni Devi: ବୈଷ୍ଣୋ ଦେବୀ ମାର୍ଗରେ ବଡ଼ ଭୂସ୍ଖଳନରେ ୫ ଜଣଙ୍କ ମୃତ୍ୟୁ, ୧୪ ଆହତ
ଜମ୍ମୁ-କାଶ୍ମୀରରେ ଲଗାତର ପ୍ରବଳ ବର୍ଷା ଯୋଗୁଁ ବୈଷ୍ଣୋ ଦେବୀ ଯାତ୍ରା ରାସ୍ତାରେ ଏକ ବଡ଼ ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି ଓ ୧୪ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍ଖଳନ ଯୋଗୁଁ ବୈଷ୍ଣୋ ଦେବୀ
ଜମ୍ମୁ-କାଶ୍ମୀରରେ ଲଗାତର ପ୍ରବଳ ବର୍ଷା ଯୋଗୁଁ ବୈଷ୍ଣୋ ଦେବୀ ଯାତ୍ରା ରାସ୍ତାରେ ଏକ ବଡ଼ ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି ଓ ୧୪ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍ଖଳନ ଯୋଗୁଁ ବୈଷ୍ଣୋ ଦେବୀ ଯାତ୍ରାକୁ ବନ୍ଦ କରାଯାଇଛି ।
ଜମ୍ମୁ-କାଶ୍ମୀରରେ ମେଘ ବିସ୍ଫୋରଣ ଓ ଲଗାତର ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଅନେକ ଅଞ୍ଚଳ ବନ୍ୟାରେ ବୁଡ଼ିଯାଇଛି। ଏହି ସମୟରେ ବୈଷ୍ଣୋ ଦେବୀ ଯାତ୍ରା ମାର୍ଗରେ ଏକ ବଡ଼ ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍ଖଳନ ଯୋଗୁଁ ବୈଷ୍ଣୋ ଦେବୀ ଯାତ୍ରାକୁ ବନ୍ଦ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅଧକୁଆଁରୀ ନିକଟରେ ଭୂସ୍ଖଳନରେ ଅନେକ ଲୋକ ଆହତ ହୋଇଛନ୍ତି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖରାପ ପାଗ ଯୋଗୁଁ ବୈଷ୍ଣୋ ଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍ ବୋର୍ଡ ଏହି ସୂଚନା ଦେଇଛି।
ଜମ୍ମୁ-କାଶ୍ମୀରରେ ଲଗାତର ବର୍ଷା ଯୋଗୁଁ ରିଆସୀ ଜିଲ୍ଲାର ତ୍ରିକୁଟା ପାହାଡ଼ରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯାଇଥିବା ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଅଧିକାରୀମାନେ ଜଣାଇଛନ୍ତି ଯେ ଏହି ଘଟଣା ପରେ ପ୍ରସିଦ୍ଧ ମନ୍ଦିରର ତୀର୍ଥଯାତ୍ରାକୁ ବନ୍ଦ କରାଯାଇଛି।
ଅଧକୁଆଁରୀ ସ୍ଥିତ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଭୂସ୍ଖଳନ ଘଟିଛି। ଅଧିକାରୀମାନେ କହିଛନ୍ତି ଯେ ପାହାଡ଼ ଉପରେ ଅବସ୍ଥିତ ମନ୍ଦିରକୁ ଯାଇଥିବା ୧୨ କିଲୋମିଟର ବଙ୍କା ରାସ୍ତାର ପ୍ରାୟ ଅଧା ରାସ୍ତାରେ ଏହି ଘଟଣା ଘଟିଛି । ହିମକୋଟି ମାର୍ଗରେ ଯାତ୍ରା ସକାଳୁ ସ୍ଥଗିତ ରଖାଯାଇଥିଲା, କିନ୍ତୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ପୁରୁଣା ମାର୍ଗରେ ଯାତ୍ରା ଜାରି ରହିଥିଲା। ତେବେ ମୂଷଳଧାରା ବର୍ଷାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ମାର୍ଗରେ ମଧ୍ୟ ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଡୋଡାରେ ବାଦଲଫଟା ବର୍ଷା ଯୋଗୁଁ ତବୀ ନଦୀ ଉଗ୍ର ରୂପ ଧାରଣ କରିଛି। ଲଗାତର ପ୍ରବଳ ବର୍ଷା ପରେ ଜଳାଶୟଗୁଡ଼ିକରେ ପାଣି ଭର୍ତ୍ତି ହେବାରୁ ଚତୁର୍ଥ ତବୀ ପୋଲ ନିକଟରେ ରାସ୍ତା ଭାସି ଯାଇଛି। ଡୋଡାରେ ବର୍ଷା ଓ ବନ୍ୟାରେ ୪ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଅଧିକାରୀମାନେ କହିଛନ୍ତି ଯେ ଅନେକ ଅଞ୍ଚଳରେ ଆବାସିକ ଘର ଓ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହୋଇଛି । ଜିଲ୍ଲା ପ୍ରଶାସନ ହାଇ ଆଲର୍ଟ ଜାରି କରିଛି । ଉଦ୍ଧାର ଓ ରିଲିଫ ଅପରେସନ୍ ଜାରି ରହିଛି। ଅଧିକାରୀମାନେ ବାସିନ୍ଦାମାନଙ୍କୁ ବିଶେଷକରି ନିମ୍ନାଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ବର୍ଷା ଯୋଗୁଁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
