Masterpiece from Nolan: ନୋଲନ୍‌ଙ୍କ ଆଉ ଏକ ମାଷ୍ଟର୍‌ପିସ୍‌

Jul 18, 2026 - 04:51
Masterpiece from Nolan: ନୋଲନ୍‌ଙ୍କ ଆଉ ଏକ ମାଷ୍ଟର୍‌ପିସ୍‌

""ଦିଓଡିସି"ର ଦର୍ଶକଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ- ଯେଉଁମାନେ ପ୍ରାଚୀନ ଗ୍ରୀକ୍ ମହାକାବ୍ୟ "ଓଡିସି" ସମ୍ପର୍କରେ ଜାଣନ୍ତି ଏବଂ ଯେଉଁମାନେ ଜାଣନ୍ତି ନାହିଁ।

ପୂର୍ବ ରାତିରେ ଏହି ପୌରାଣିକ କାହାଣୀର ସାରାଂଶ ପଢ଼ିଥିବା ଜଣେ ଦର୍ଶକ ଭାବେ ଏହି ତିନିଘଣ୍ଟିଆ ଚଳଚ୍ଚିତ୍ର ଦେଖିବା ପରେ ନିର୍ଦ୍ବନ୍ଦ୍ବରେ ଏତିକି କହି ହେବ ଯେ ଏହା ଉଭୟ ପ୍ରକାର ଦର୍ଶକଙ୍କୁ ଚମତ୍କୃତ କରିବ।

ନିର୍ଦେଶକ ଖ୍ରୀଷ୍ଟୋଫର୍‌ ନୋଲନ୍‌ ତାଙ୍କ କ୍ୟାରିଅରର ଆଉ ଏକ ଅତୁଳନୀୟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

Advertisment Rain: ୫ କୋଟି ଟଙ୍କାର ବିଦ୍ୟୁତ୍‌ ସବଷ୍ଟେସନରେ ବର୍ଷାପାଣି ଲହଡ଼ି ଆଜି ଦିନରେ ପୃଥିବୀର ସର୍ବଶ୍ରେଷ୍ଠ ଜୀବିତ ନିର୍ଦେଶକଙ୍କ ତାଲିକାରେ ଖ୍ରୀଷ୍ଟୋଫର୍‌ ନୋଲନ୍‌ଙ୍କ ନାମ ଆସେ।

ସେ ଏମିତି ଜଣେ ନିର୍ମାତା ଯାହାଙ୍କ ଚଳଚ୍ଚିତ୍ରର ଚରିତ୍ର ତାଙ୍କ ସହିତ ଖୁବ୍ ଅନ୍ତରଙ୍ଗ ଭାବେ ଗୁନ୍ଥା ହୋଇଥାଏ।

ରୋଚକ କଥା ହେଲା ତାଙ୍କ ଚଳଚ୍ଚିତ୍ରର ବିଡ଼ମ୍ବିତ ଚରିତ୍ରମାନଙ୍କ ପରି ନୋଲନ୍‌ଙ୍କ ପାଖରେ ଦୁଇଟି ବିପରୀତ ଗୁଣର ସମାହାର ଦେଖିବାକୁ ମିଳେ।

ସେ ଗୋଟିଏ ପଟେ ସିନେମା ନିର୍ମାଣର ବୈଷୟିକ ଦିଗ ନେଇ ଖୁବ୍ ରକ୍ଷଣଶୀଳ (ଭିଜୁଆଲ୍ ଇଫେକ୍ଟ ପାଇଁ ସିଜିଆଇ ବ୍ୟବହାର କରନ୍ତି ନାହିଁ, ଅତ୍ୟାଧୁନିକ ଡିଜିଟାଲ୍ କ୍ୟାମେରା ବଦଳରେ ଆଇମ୍ୟାକ୍ସ ରିଲ୍ କ୍ୟାମେରାରେ ସୁଟିଂ କରନ୍ତି) ତ ଅପର ପକ୍ଷେ ପ୍ରାଚୀନ ଗ୍ରୀକ୍ ମହାକାବ୍ୟ "ଓଡିସି"କୁ ଚିତ୍ରନାଟ୍ୟରେ ରୂପାନ୍ତର କରିବା ସମୟରେ ସେ ଅତ୍ୟନ୍ତ ଉଦାରବାଦୀ ଆଭିମୁଖ୍ୟ ପୋଷଣ କରିଛନ୍ତି।

ସେଥିପାଇଁ ଏହି ଚଳଚ୍ଚିତ୍ରରେ ପ୍ରାଚୀନ କାଳର ଗ୍ରୀକ୍ ଚରିତ୍ରମାନେ ଆଜି ଦିନର ଆମେରିକୀୟ ଭାଷାରେ କଥା ହେଉଛନ୍ତି, ବିଭିନ୍ନ ଚରିତ୍ରମାନଙ୍କ ରୂପରଙ୍ଗ ବିତର୍କ ସୃଷ୍ଟି କରିଛି ଏବଂ ଐତିହାସିକ ଅମେଳ ନେଇ ଅନେକ ପ୍ରଶ୍ନ ଉଠୁଛି।

ତେବେ କଳାତ୍ମକ ସ୍ବାଧୀନତାର ଆଳରେ ଖ୍ରୀଷ୍ଟୋଫର୍ କାହାଣୀର ଉଦ୍ଦେଶ୍ୟ ଓ ବାର୍ତ୍ତାକୁ ନକାରାତ୍ମକ କରି ନାହାନ୍ତି।

ଏ ଚଳଚ୍ଚିତ୍ରର କାହାଣୀ ଅପେକ୍ଷା କଥନ ଶୈଳୀ ଅଧିକ ଗୁରୁତ୍ବପୂର୍ଣ୍ଣ।

ଇଥେକାର ରାଜା ଓଡିସିଅସ୍ (ମାଟ୍ ଡାମନ୍) ଟ୍ରୟ ଯୁଦ୍ଧରୁ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନ ଫେରିବା ଯୋଗୁଁ ତାଙ୍କ ପତ୍ନୀ ପେନୋଲୋପି (ଆନ୍‌ ହାଥ୍‌ୱେ)ଙ୍କୁ ବିବାହ କରି ସିଂହାସନ ଅକ୍ତିଆର କରିବାକୁ ଏକ ଡଜନରୁ ଅଧିକ ଦାବିଦାର ରାଜପ୍ରାସାଦରେ ପ୍ରତିଯୋଗିତା କରୁଛନ୍ତି।

ଓଡିସିଅସ୍ ଓ ପେନୋଲୋପିଙ୍କ ପୁଅ ଟେଲିମାଚୁସ୍ (ଟମ୍ ହଲାଣ୍ଡ୍) ଆଶା ରଖିଛି ଯେ ତା" ବାପା ନିଶ୍ଚୟ ଫେରିବେ।

ସେପଟେ ଓଡିସିଅସ୍‌ଙ୍କୁ କ୍ୟାଲିପ୍‌ସୋ ନାମ୍ନୀ ଦେବୀ ସ୍ମୃତି ହରଣକାରୀ ପଦ୍ମ ଖୁଆଇ ନିଜ ସ୍ବାମୀ ରୂପେ ଚିରଦିନ ରଖିବାକୁ ଉଦ୍ୟମ କରୁଛନ୍ତି।

ହେଲେ ଓଡିସିଅସ୍‌ ଘରକୁ ଫେରିବାକୁ ଚାହାନ୍ତି।

ଧୀରେ ଧୀରେ ତାଙ୍କ ସ୍ମୃତି ଶକ୍ତି ଫେରୁଛି ଏବଂ ଟ୍ରୟ ଜୟ ପରେ ସେ ସମୁଦ୍ରରେ ସ୍ବଦେଶ ଫେରିବାର ଯାତ୍ରାରେ କିଭଳି ନିଜ ଅହଂକାର ଯୋଗୁଁ ଭଗବାନମାନଙ୍କୁ ରୁଷ୍ଟ କରିବାର ଫଳ ଭୋଗିଛନ୍ତି ତାହା ପ୍ରଦର୍ଶିତ ହୋଇଛି।

ଶେଷରେ ସେ ଘରକୁ ଫେରିବା ବେଳେ ଅନୁଭବ କରୁଛନ୍ତି ଯେ ଭଗବାନ "ଜିଉସ୍"ଙ୍କ ନିୟମ ଭାଙ୍ଗିବାର ପରିଣାମ ସ୍ବରୂପ ତାଙ୍କ ସାମ୍ରାଜ୍ୟ ରସାତଳଗାମୀ ହେବାରେ ଲାଗିଛି।

ଶେଷରେ ଏହାକୁ ଠିକ୍ କରିବା ଲାଗି ସେ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ସମ୍ରାଟ ଅଶୋକଙ୍କ ସହ ତୁଳନୀୟ।

Jewellery store: ଇନ୍ଦ୍ରିୟା ଜୁଏଲାରିର ନୂଆ ଷ୍ଟୋର୍‌ ଭାରତୀୟ ଦର୍ଶକମାନଙ୍କ ପାଇଁ ଏହି ପୌରାଣିକ ଗାଥା ଅଧିକ ଆଗ୍ରହର କାରଣ ନିଶ୍ଚୟ।

ଏଥିରେ ପେନୋଲୋପିଙ୍କ ସ୍ବୟଂବରରେ ଧନୁରେ ତାର ଭିଡ଼ିବା ସର୍ତ୍ତ ମହାଭାରତ କଥା ମନେ ପକାଇ ଦେଇଥାଏ।

ଚଳଚ୍ଚିତ୍ରଟି ଦେଖିସାରିବା ପରେ ଏହି ଅନୁଭବ ଅଧିକ ସୁଦୃଢ଼ ହେଲା ଯେ ସବୁ ମହାନ ପୌରାଣିକ ଗାଥା ମଣିଷକୁ ଅଧିକ ନ୍ୟାୟପୂର୍ଣ୍ଣ, ସତ୍ୟନିଷ୍ଠ ଓ ମାନବତାବାଦୀ ହେବାର ଶକ୍ତିଶାଳୀ ବାର୍ତ୍ତା ଦେଇଥାନ୍ତି।

ଏହି ଚଳଚ୍ଚିତ୍ର ଦେଖିବା ବେଳେ କିଛି ସ୍ଥାନରେ ଚରିତ୍ରମାନେ କ"ଣ କହୁଛନ୍ତି ତାହା ବୁଝିବାରେ ସମସ୍ୟା ହୋଇଥାଏ।

ଆମେରିକୀୟ ଉଚ୍ଚାରଣ ଏହାର ମୁଖ୍ୟ କାରଣ।

ସେହିପରି ଖ୍ରୀଷ୍ଟୋଫର୍‌ଙ୍କ ଚଳଚ୍ଚିତ୍ରର ପ୍ରଥମ ଥର ଦେଖୁଥିଲେ କାହାଣୀର ଗତିଶୀଳତା ବେଖାପ ଲାଗିପାରେ।

ଏହାର କାରଣ ହେଲା ଚଳଚ୍ଚିତ୍ରର କାହାଣୀକୁ ସେ ସମାନ୍ତରାଳ ଭାବେ ନ ଦେଖାଇ ଅଧିକ ପ୍ରଭାବଶାଳୀ କରିବା ଲାଗି ଦୃଶ୍ୟଗୁଡ଼ିକୁ ଆଗ-ପଛ କରି ସ୍ଥାନିତ କରିଥାନ୍ତି।

ତାଙ୍କ ଅନ୍ୟ ଚଳଚ୍ଚିତ୍ର ଭଳି “ଦି ଓଡିସି"" ମଧ୍ୟ ଏକାଧିକ ଥର ଦେଖିବାର ଇଚ୍ଛା ଜାଗ୍ରତ କରିିଥାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।