Massive Quake Hits Japan: ହଠାତ୍ କମ୍ପିଲା ଜାପାନ, ୭.୧ ଭୂମିକମ୍ପ ପରେ ବଢ଼ିଲା ଭୟ...
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ଜାପାନ ମେଟିଓରୋଲଜିକାଲ ଏଜେନ୍ସି (JMA) ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିଲା।
ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ଯେ, ଭୂମିକମ୍ପରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଏକ କୋଠା ଭୁଶୁଡ଼ି ପଡ଼ିଛି। କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଭୂମିକମ୍ପ ପରେ ଜାପାନ କର୍ତ୍ତୃପକ୍ଷ ସୁନାମି ସତର୍କତା ଜାରି କରିଛନ୍ତି। ସମୁଦ୍ର ଉପକୂଳ ଅଞ୍ଚଳରେ ପ୍ରାୟ ୧ ମିଟର ଉଚ୍ଚତାର ଲହରୀ ଆସିବାର ଆଶଙ୍କା ରହିଛି। ଉପକୂଳବର୍ତ୍ତୀ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବା ସହ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ, ୧ ମିଟର ପର୍ଯ୍ୟନ୍ତ ଲହରୀ ରେକର୍ଡ ହୋଇଥିବା ସୂଚନା ମିଳିଛି।
କ୍ୟୁଶୁ ଦ୍ୱୀପର କୁମାମୋଟୋ, ନାଗାସାକି, କାଗୋଶିମା, ଫୁକୁଓକା, ସାଗା, ଓଇଟା ଏବଂ ମିୟାଜାକି ପ୍ରିଫେକ୍ଚର ପାଇଁ ଜରୁରୀ ଭୂମିକମ୍ପ ସତର୍କତା ଜାରି କରାଯାଇଛି। ଜାପାନର ଆଣବିକ ନିୟନ୍ତ୍ରଣ କର୍ତ୍ତୃପକ୍ଷ କହିଛନ୍ତି ଯେ, ଭୂମିକମ୍ପ ପରେ ଦକ୍ଷିଣ-ପଶ୍ଚିମ ଜାପାନର ଆଣବିକ କେନ୍ଦ୍ରଗୁଡ଼ିକରେ କୌଣସି ତତ୍କାଳିକ ଅସାମାନ୍ୟତା ଦେଖାଯାଇନାହିଁ।
ଗୋଟିଏ ସପ୍ତାହରେ ଦ୍ୱିତୀୟ ବଡ଼ ଭୂମିକମ୍ପ
ଜାପାନରେ ଏହା ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ବଡ଼ ଭୂମିକମ୍ପ। ଗତ ଜୁନ୍ ୨୫ରେ ଉତ୍ତର ଜାପାନରେ ୭.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା, କିନ୍ତୁ ସେଥିରେ କୌଣସି ମୃତାହତ କିମ୍ବା ବଡ଼ କ୍ଷତି ହୋଇନଥିଲା। ଭୂମିକମ୍ପ ପ୍ରବଣ ଦେଶ ଭାବେ ଜାପାନ ବିଶ୍ୱର ଅନ୍ୟତମ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।