Massive Eviction Drive Targets Illegal Enclosures in Chilika: ଚିଲିକାରୁ ୧୦୦ ଏକର ବେଆଇନ ଘେରୀ ଉଚ୍ଛେଦ, ପ୍ରଶାସନର ବଡ଼ ଅଭିଯାନ
ଚିଲିକାରୁ ବେଆଇନ ଘେରୀ ମୁକ୍ତ ଅଭିଯାନ। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରୀ ଉଚ୍ଛେଦ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ବେଆଇନ ଘେରୀ ଉଚ୍ଛେଦ ଆରମ୍ଭ ହୋଇଛି। ବଜ୍ରକୋଟ ରାଜସ୍ବ ସର୍କଲ ଅଧୀନ ତାଳତଳା ବାହାର ଚିଲିକା ଅଞ୍ଚଳରୁ ୧୦୦ ଏକର ଚିଲିକାରେ ହୋଇଥିବା ଜାଲ ଘେରୀକୁ ପ୍ରଶାସନ ଉଚ୍ଛେଦ କରିଛି ।
ଘେରୀରେ ବ୍ୟବହାର ହୋଇ ଥିବା ଜାଲ, କିଳା, ବାଉଁଶ ଆଦିକୁ ନିଆଁ ଲଗାଇ ନଷ୍ଟ କରାଯାଇଛି । କୃଷ୍ଣପ୍ରସାଦ ଅତିରିକ୍ତ ତହସିଲଦାର ବିକାଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଶାନ୍ତି ଶୃଙ୍ଖଳା ଲାଗି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ....
ଚିଲିକାରୁ ବେଆଇନ ଘେରୀ ଉଚ୍ଛେଦ
ଚିଲିକାରୁ ବେଆଇନ ଘେରୀ ମୁକ୍ତ ଅଭିଯାନ
ଚିଲିକାରୁ ୧୦୦ ଏକର ବେଆଇନ ଘେରୀ ଉଚ୍ଛେଦ
କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକାରୁ ଘେରୀ ଉଚ୍ଛେଦ
ଘଟଣାସ୍ଥଳରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।