Mask Man: ପୋଲିସକୁ ଭୁଆଁ ବୁଲାଉଥିଲା ମାସ୍କ ମ୍ୟାନ୍, ୭୦ରୁ ୮୦ଟି ଶବ ପୋତା ଯାଇଥିବା କରୁଥିଲା ଦାବି

ଧର୍ମସ୍ଥଳ ଗାଁରେ ଜଣେ ବ୍ୟକ୍ତି ମିଛରେ ୭୦ରୁ ୮୦ଟି ଶବକୁ ବେଆଇନ ଭାବେ ପୋତି ଦିଆଯାଇଥିବା ଅଭିଯୋଗ କରିଥିଲେ। ମାସ୍କ ମ୍ୟାନ୍ ହୋଇ ଗଣମାଧ୍ୟମରେ ରଖୁଥିଲେ ପକ୍ଷ।

24 August 2025 02:00 PM IST
Mask Man: ପୋଲିସକୁ ଭୁଆଁ ବୁଲାଉଥିଲା ମାସ୍କ ମ୍ୟାନ୍, ୭୦ରୁ ୮୦ଟି ଶବ ପୋତା ଯାଇଥିବା କରୁଥିଲା ଦାବି

ଧର୍ମସ୍ଥଳ ଗାଁରେ ଜଣେ ବ୍ୟକ୍ତି ମିଛରେ ୭୦ରୁ ୮୦ଟି ଶବକୁ ବେଆଇନ ଭାବେ ପୋତି ଦିଆଯାଇଥିବା ଅଭିଯୋଗ କରିଥିଲେ। ମାସ୍କ ମ୍ୟାନ୍ ହୋଇ ଗଣମାଧ୍ୟମରେ ରଖୁଥିଲେ ପକ୍ଷ।

କର୍ଣ୍ଣାଟକର ଧର୍ମସ୍ଥଳ ଗାଁର ସାମୂହିକ ଶବ ସଂସ୍କାର ମାମଲାରେ ଅନେକ ତଥ୍ୟ ସାମନାକୁ ଆସିଛି। ୭୦ରୁ ୮୦ଟି ଶବକୁ ବେଆଇନ ଭାବେ ପୋତି ଦିଆଯାଇଥିବା ଅଭିଯୋଗ କରିଥିବା ମାସ୍କ ମ୍ୟାନକୁ ଗିରଫ କରିଛି ଏସଆଇଟି। ଧର୍ମସ୍ଥଳ ମନ୍ଦିର ପ୍ରଶାସନ ଅଧୀନରେ ସଫେଇ ଭାବେ କାମ କରୁଥିବା ଉକ୍ତ ବ୍ୟକ୍ତି ଚାକିରି ଶେଷ ହେବା ପରେ ନିକଟରେ ଦାବି କରିଥିଲେ ଯେ ୭୦ରୁ ୮୦ଟି ଶବକୁ ବିଭିନ୍ନ ସ୍ଥାନରେ ଗୁପ୍ତ ଭାବେ ପୋତା ଯାଇଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ତାଙ୍କ ପରିଚୟ ଗୁପ୍ତ ରଖାଯାଇ ତଦନ୍ତକୁ ଜୋରସୋର କରାଯାଇଥିଲା। ଥିଲା। ହେଲେ ଏସଆଇଟି ତାଙ୍କୁ ପ୍ରାୟ ୬ ଘଣ୍ଟା ଜେରା କରିବା ପରେ ଗିରଫ କରିଛି।

ସେ ତାଙ୍କ ଦାବିକୁ ପ୍ରମାଣିତ କରିବା ପାଇଁ ଗୋଟିଏ ଖପୁରୀ ଉପସ୍ଥାପନ କରିଥିଲେ, ଯାହା ନକଲି ଥିଲା। ଏହାପରେ ତାଙ୍କୁ ପୋଲିସକୁ ବିଭ୍ରାନ୍ତ କରିବା ଓ ମିଛ ତଥ୍ୟ ଉପସ୍ଥାପନ କରିବା ଅଭିଯୋଗରେ ଗିରଫ କରାଯାଇଛି। ସେ ଜାଣିଶୁଣି ମାଟି ତଳୁ ଖପୁରୀକୁ ବାହାର କରି ଜଣେ ପୀଡ଼ୀତାଙ୍କ ବୋଲି ଦର୍ଶାଇ ନିଜ ଅଭିଯୋଗକୁ ସତ ବୋଲି ପ୍ରମାଣିତ ମରିବାକୁ ଚେଷ୍ଟା କରୁଥିଲେ। ହେଲେ ପରେ ସବୁ କିଛି ନାଟକ ଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ସେ ୧୯୯୮ରୁ ୨୦୧୪ ମଧ୍ୟରେ ଅନେକ ନାବାଳିକା ଓ ମହିଳାଙ୍କ ମୃତଦେହକୁ ପୋତା ଯାଇଥିବା ଦାବି କରିଥିଲେ। କିନ୍ତୁ ସେ ଚିହ୍ନଟ କରିଥିବା ୧୫ଟି ସ୍ଥାନ ମଧ୍ୟରୁ କେବଳ ୬ ନମ୍ବର ସ୍ଥାନରୁ ଜଣେ ପୁରୁଷଙ୍କ କଙ୍କାଳ ମିଳିଥିଲା। ଏପରିକି ସେ ମାସ୍କ ପିନ୍ଧି ଗଣମାଧ୍ୟମରେ ନିଜ ପକ୍ଷ ମଧ୍ୟ ରଖିଥିଲେ।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ତାଙ୍କ ପିତାମାତା ଅତ୍ୟନ୍ତ ପ୍ରଶଂସନୀୟ ହୋଇଥିବା ବେଳେ, ସେ ବହୁତ ଅଳସୁଆ ଥିଲେ। ଅଳ୍ପ ବୟସରେ ବିବାହ କରିଥିଲେ। ତାଙ୍କ ଘର ମାଣ୍ଡ୍ୟାରେ ହୋଇଥିବା ବେଳେ ସେ ୧୯୯୪ ପର୍ଯ୍ୟନ୍ତ ଗାଁରେ ରହିଥିଲେ। ତାଙ୍କ ଭାଇ ଧର୍ମସ୍ଥଳକୁ ଚାଲିଯିବା ପରେ ସେ ମଧ୍ୟ ସେଠାକୁ ଚାଲିଗଲେ। ୨୦୧୪ ରେ, ସେ ତାଙ୍କ ତୃତୀୟ ପତ୍ନୀଙ୍କ ସହ ଗାଁକୁ ଫେରିଥିଲେ ଏବଂ ପ୍ରାୟ ଏକ ବର୍ଷ ରହିଥିଲେ।

ଏହି ସମୟରେ, ଗ୍ରାମ ପଞ୍ଚାୟତ ସରକାରୀ ଜମିରେ ଏକ ଶେଡ଼ ମଞ୍ଜୁର କରିଥିଲା, ଯାହାକୁ ସେ ନିଜ ପାଇଁ ଦାବି କରିବାକୁ ଚେଷ୍ଟା କରିଥିଲେ, ଯାହା ଗାଁ ଲୋକଙ୍କ ସହ ବିବାଦର କାରଣ ହୋଇଥିଲା। ଏହା ପରେ ସେ ଶୀଘ୍ର ଗାଁ ଛାଡ଼ି ଚାଲିଗଲେ ଏବଂ ଗତ ବର୍ଷ ପିତୃ ପକ୍ଷ ସମୟରେ କିଛି ସମୟ ପାଇଁ ଫେରିଥିଲେ।

ଗାଁ ଲୋକେ କହିଛନ୍ତି, ସେ ଟଙ୍କା ପାଇଁ ଏହା କରୁଛନ୍ତି। ଏକଦା ସେ ଆମ ଗାଁରେ ଶାଢ଼ୀ ବାଣ୍ଟିଥିଲେ, ଦାବି କରିଥିଲେ ଯେ ଏହା ଧର୍ମାଧିକାରୀ ବୀରେନ୍ଦ୍ର ହେଗଡେଙ୍କ ଦ୍ୱାରା ଦିଆଯାଇଛି। ଆମେ ମଧ୍ୟ ଶୁଣିଛୁ ଯେ ସେ ଶବରୁ ଅଳଙ୍କାର ମଧ୍ୟ ଚୋରି କରୁଥିଲେ।

ଏପରି ସମୟରେ ତାଙ୍କ ପ୍ରଥମ ପତ୍ନୀ କହିଛନ୍ତି, “ସେ ଜଣେ ବଡ଼ ମିଛୁଆ। ମୁଁ ତାଙ୍କ ସହ ସାତ ବର୍ଷ ରହିଥିଲି। ସେ ନିରନ୍ତର ମୋତେ ମିଛ କହୁଥିଲେ, ମୋ ଉପରେ ସନ୍ଦେହ କରୁଥିଲେ, ଗାଳି ଦେଉଥିଲେ ଏବଂ ମାରୁଥିଲେ। ସେ ବହୁତ ଅହଂକାରୀ ଏବଂ ମୋର ବଞ୍ଚିବା ଅସହ୍ୟ କରିଦେଇଥିଲେ। ଶେଷରେ, ମୁଁ ତାଙ୍କୁ ଛାଡ଼ପତ୍ର ଦେଇ ନାଗମଙ୍ଗଳାରେ ମୋ ମାଆଙ୍କ ଘରକୁ ଫେରିଗଲି। ମାସ୍କ ମ୍ୟାନ୍ ଏହି ମିଛ ଦାବି କରିବାକୁ କାହାର ପ୍ରରୋଚନାରେ କାମ କରୁଛନ୍ତି ଏବଂ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ। ସେ ଏହା ମଧ୍ୟ ଶୁଣିଛନ୍ତି ଯେ, ରାତିରେ ସେ ନଦୀରେ ମିଳୁଥିବା ଅଜଣା ଶବକୁ ଗାଢ଼ି ଦେଉଥିଲେ। କିନ୍ତୁ ସେ କ’ଣ କରୁଥିଲେ ମୁଁ ଠିକ୍ ଜାଣେ ନାହିଁ ବୋଲି କହିଛନ୍ତି।

ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ, ସେ ଦୁଇଥର ବିବାହ କରିଥିବା କୁହାଯାଏ। ତାଙ୍କର ଜଣେ ପତ୍ନୀ ସତ୍ୟମଙ୍ଗଳମର ବନ୍ନାରିରୁ ଥିଲେ।

Disclaimer: This content has been automatically aggregated from television for informational purposes. To read the original article, please visit television.