Martyr’s Mother:ସହିଦଙ୍କ ପରିବାରକୁ ୨୧ ଲକ୍ଷର ଘର, ନାଁ ରହିଛି ରାଷ୍ଟ୍ରଶକ୍ତି ମନ୍ଦିର

ଚକାଚକ ଘର। ଘର ସାମ୍ନାକୁ ଗୋଲାପରେ ସଜାଯାଛି। ଭିତର ସାଜସଜ୍ଜା ବି ବେଶ ଆକର୍ଷଣୀୟ ହୋଇଛି। ଜଣେ ସହିଦଙ୍କ ପରିବାରକୁ ୨୧ ଲକ୍ଷର ନୂଆ ଘର ତିଆରି କରି ଉତ୍ସର୍ଗ କରାଯାଛି।

21 August 2025 09:00 AM IST
Martyr’s Mother:ସହିଦଙ୍କ ପରିବାରକୁ ୨୧ ଲକ୍ଷର ଘର, ନାଁ ରହିଛି ରାଷ୍ଟ୍ରଶକ୍ତି ମନ୍ଦିର

ଚକାଚକ ଘର। ଘର ସାମ୍ନାକୁ ଗୋଲାପରେ ସଜାଯାଛି। ଭିତର ସାଜସଜ୍ଜା ବି ବେଶ ଆକର୍ଷଣୀୟ ହୋଇଛି। ଜଣେ ସହିଦଙ୍କ ପରିବାରକୁ ୨୧ ଲକ୍ଷର ନୂଆ ଘର ତିଆରି କରି ଉତ୍ସର୍ଗ କରାଯାଛି।

ଚକାଚକ ଘର। ଘର ସାମ୍ନାକୁ ଗୋଲାପରେ ସଜାଯାଛି। ଭିତର ସାଜସଜ୍ଜା ବି ବେଶ ଆକର୍ଷଣୀୟ ହୋଇଛି। ଝାଞ୍ଜ ମୃଦଙ୍ଗରେ କମ୍ପୁଛି ପୁରା ଅଞ୍ଚଳ। ଏହାରି ଭିତରେ ରେଡ କାର୍ପେଟରେ ଚାଲି ଚାଲି ଆସୁଛନ୍ତି ଜଣେ ମହିଳା। ମହିଳାଙ୍କ ଉପରକୁ ପୁଷ୍ପ ବୃଷ୍ଟି ବି ହେଉଛି। ସମସ୍ତେ ମୁଣ୍ଡିଆ ମାରି ସମ୍ମାନର ସହ ମାଙ୍କୁ ପାଛୋଟି ନେଉଛନ୍ତି। ଶେଷରେ ଚେୟାରରେ ବସାଇ ମହିଳାଙ୍କ ଦୁଇ ପାଦକୁ ଧୋଉଛନ୍ତି,, ଆଉ ରୁମାଲୁରେ ପାଦକୁ ପୋଛି ପକାଉଛନ୍ତି। ପାଦ ତଳେ ଶଷ୍ଟାଙ୍ଗ ପ୍ରଣାମ କରିବା ପରେ ଟିକେ ଆଶୀର୍ବାଦ ପାଇବାକୁ ସମସ୍ତେ ହାତ ପତେଇଛନ୍ତି। ଆଉ ମା ଜଣଙ୍କ ବି ନିଜ ଆଶୀର୍ବାଦ ଢାଳି ଚାଲିଛନ୍ତି।

।ହୁଏତ କେଉଁ ମଠ ମନ୍ଦିରର ମାତାଙ୍କୁ ଏଭଳି ସ୍ବାଗତ କରାଯାଉଥିବ ବୋଲି ଭାବୁଥିବେ ନା। କିନ୍ତୁ ଏ ମହିଳା ଜଣଙ୍କ ହେଉଛନ୍ତି ଜଣେ ସହୀଦର ମା। ଦେଶ ପାଇଁ ଲଢି ପୁଅକୁ ହରାଇଛନ୍ତି। ଶେଷରେ ଏ ଶହୀଦ ପରିବାରକୁ ନୂଆ ଘର ତିଆରି କରି ଉତ୍ସର୍ଗ କରାଯାଛି। ଏଥିପାଇଁ ଏକ ଗୃହପ୍ରବେଶ କାର୍ଯ୍ୟକ୍ରମକୁ ଅତି ଆଡମ୍ବର ସହ ଅନୁଷ୍ଠିତ ହୋଇଥିଲା। ଏ ଗୃହର ନାଁ ରହିଛି ରାଷ୍ଟ୍ରଶକ୍ତି ମନ୍ଦିର । ପୁରା ପରିବେଶ ଦେଖି ଭାବବିହ୍ବଳ ହୋଇଛନ୍ତି ଶହୀଦ ପରିବାର। ଜନ୍ମ ଦେଇଥିବା ମା ବି ଆଖିର ଲୁହକୁ ସମ୍ଭାଳି ପାରୁନି। ତା ପାଇଁ ଏତେବଡ ଆୟୋଜନ ଦେଖି ସେ ବି ଅଭିଭୂତ।

ଏତେବଡ ଆୟୋଜନ ପଛରେ ରହିଛି ସମରସ୍ତ ମିଶନ। ଏହି ସଂସ୍ଥା ତରଫରୁ ୨୧ ଲକ୍ଷ ଟଙ୍କାରେ ଏ ଘର ତିଆରି କରାଯାଛି। ମଧ୍ୟପ୍ରଦେଶ ଉଜ୍ଜୟିନୀର ଉଦ୍ୟୋଗପୁରୀ ପଛପଟେ ସରସ୍ୱତୀ ନଗରରେ ନିର୍ମିତ ହୋଇଛି ଏ ଘର। ସହିଦ ଗଜେନ୍ଦ୍ର ରାଓ ସୁର୍ଭେଙ୍କ ପରିବାରକୁ ଘର ଉତ୍ସର୍ଗ ସହିତ ତାଙ୍କ ମା'ଙ୍କୁ ବୀର ମାତା ଉପାଧି ଦିଆଯାଇଥିଲା।

୧୯ ବର୍ଷ ପୂର୍ବେ ୨୦୦୬ ମସିହାରେ ଲଦାଖରେ ସହିଦ ହୋଇଥିଲେ ଗଜେନ୍ଦ୍ର। ଆଉ ତାଙ୍କ ସ୍ମୃତିରେ ଏ ଘର ତିଆରି ହୋଇଛି। କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡର ରାଜ୍ୟପାଳ ତଥା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ୍ ସିଂହ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ। ସମରସ୍ତ ମିଶନ ୧୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଯାହାର ଉଦ୍ଦେଶ୍ୟ ହେଉଛି ଶହୀଦ ସୈନିକଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ସେମାନଙ୍କ ସହିତ ନିରନ୍ତର ଯୋଗାଯୋଗ ରଖିବା।

ବର୍ତ୍ତମାନ ଏହି ମିଶନ ୧୫ଟି ରାଜ୍ୟରେ ସକ୍ରିୟ ଭାବରେ କାମ କରୁଛି। ମିଶନ ମାଧ୍ୟମରେ ସୈନିକଙ୍କ ପରିବାରକୁ ସମ୍ମାନିତ କରିବା ପାଇଁ ଏପର୍ଯ୍ୟନ୍ତ ୩୦୦ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୨୦ ଜଣ ସହିଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ରାଷ୍ଟ୍ର ଶକ୍ତି ସ୍ଥଳ ନିର୍ମାଣ କରାଯାଇଛି। ସେହି ସମୟରେ, ରାଷ୍ଟ୍ର ଶକ୍ତି ମନ୍ଦିର ନିର୍ମାଣ କରାଯାଇଛି ଏବଂ ୪ଟି ସୈନିକ ପରିବାରଙ୍କୁ ଉତ୍ସର୍ଗ କରାଯାଇଛି।

Disclaimer: This content has been automatically aggregated from television for informational purposes. To read the original article, please visit television.