Market Building in Flames: ମାର୍କେଟ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୧୫ରୁ ଅଧିକ ଦୋକାନ
ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ପୁଣି ଥରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ୧୫ରୁ ଅଧିକ ଦୋକାନ। ଆଜି ଭୋର ସମୟରେ ଘଟିଥିଲା ଏହି ଅଗ୍ନିକାଣ୍ଡ। ପ୍ରଥମେ ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ଏହା ଅନ୍ୟ ଦୋକାନକୁ ମଧ୍ୟ ବ୍ୟାପିଯାଇଥିଲା।
ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ନିଆଁ ଲିଭାଇବା କାମରେ ୫ ଦମକଳ ବାହିନୀ ନିୟୋଜିତ ହୋଇଥିଲେ। ସର୍ଟ ସର୍କିଟ ପାଇ ନିଆଁ ଲାଗିଥିବାର ଅନୁମାନ କରାଯାଉଛି।