Maritime Security Concerns Grow: ୨୪ ଘଣ୍ଟାରେ ୩ ଜାହାଜକୁ ହମଲା, ୟୁଏସ-ଇରାନ ଅସ୍ତ୍ରବିରତି ଭିତରେ ପୁଣି ଉତ୍ତେଜନା
ୟୁଏସ-ଇରାନ ଅସ୍ତ୍ରବିରତି ଭିତରେ ପୁଣି ଉତ୍ତେଜନା। ୨୪ ଘଣ୍ଟା ମଧ୍ୟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ତିନିଟି ଟ୍ୟାଙ୍କର ଉପରେ ଆକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଅସ୍ତ୍ର ବିରତି ଚୁକ୍ତି ଉଲ୍ଲଂଘନ କରି ତୃତୀୟ ତେଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଥିବା ୟୁନାଇଟେଡ୍ କିଙ୍ଗଡମ୍ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ (UKMTO) ସଂସ୍ଥା ସୂଚନା ଦେଇଛି।
ସଂସ୍ଥାର କହିବା ଅନୁସାରେ, ଏହି ଟ୍ୟାଙ୍କରଟିକୁ ଏକ ଅଜଣା ଏରିଏଲ ଭେଇକିଲ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇନଥିଲେ। ଏହାର କିଛି ଘଣ୍ଟା ପୂର୍ବରୁ ଆଉ ଏକ ଜାହାଜ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ପରେ କତାର ଦାବି କରିଥିଲା ଯେ, ଏହାର ଏକ ଜାହାଜ ଉପରେ ଇରାନ ଆକ୍ରମଣ କରିଛି। ଏହି ଆକ୍ରମଣ ଫଳରେ ଓମାନ ଉପକୂଳଠାରୁ ପ୍ରାୟ ୮ ନଟିକାଲ୍ ମାଇଲ୍ ଦୂରରେ ଜାହାଜରେ ନିଆଁ ଲାଗି ଯାଇଥିଲା।
ଗତ ସପ୍ତାହରୁ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ଶୋକ ପାଳନ ଆରମ୍ଭ ପରଠୁ ଯୁଦ୍ଧ ବିରତି ସନ୍ଧିରେ ବାରମ୍ବାର ଉଲ୍ଂଘନ କରି ଆସୁଛି ଇରାନ୍। ସେପଟେ ଗ୍ୟାସ ବୋଝେଇ ଜାହାଜ ୱାର୍ଣ୍ଣିଂ ଅବମାନନା କରିଥିଲା ବୋଲି ତେହରାନ ସ୍ପଷ୍ଟୀକରଣ ରଖିଛି।...
୨୪ ଘଣ୍ଟାରେ ୩ ଜାହାଜକୁ ହମଲା
ୟୁଏସ-ଇରାନ ଅସ୍ତ୍ରବିରତି ଭିତରେ ପୁଣି ଉତ୍ତେଜନା
ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ
ଗତ ୨୪ ଘଣ୍ଟା ମଧ୍ୟରେ ୩ ଥର ଅସ୍ତ୍ର ବିରତି ଚୁକ୍ତି ଉଲ୍ଲଂଘନ
ତୃତୀୟ ତେଲବାହୀ ଜାହାଜ ଉପରେ ଆକ୍ରମଣ ସୂଚନା
ୟୁନାଇଟେଡ୍ କିଙ୍ଗଡମ୍ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ ପକ୍ଷରୁ ସୂଚନା
କତ୍ତାର ଜାହାଜ ଉପରେ ହମଲାରେ କେହି ମୃତାହତ ହୋଇନାହାନ୍ତି
ୱାର୍ଣ୍ଣିଂ ଅବମାନନାରୁ ଆକ୍ରମଣ ହୋଇଥିବା ତେହରାନର ସ୍ପଷ୍ଟୀକରଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।