MAOIST SURRENDER: ଭୁଶୁଡୁଛି ମାଓଗଡ଼, ୪ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ

ଆତ୍ମସମର୍ପଣ କଲେ ୪ ହାର୍ଡକୋର୍ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ମାଓବାଦୀଙ୍କ ନାଁରେ ଥିଲା ୨୨ ଲକ୍ଷ ଟଙ୍କାର ପୁରସ୍କାର ।

20 August 2025 02:20 PM IST
MAOIST SURRENDER: ଭୁଶୁଡୁଛି ମାଓଗଡ଼, ୪ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ

ଆତ୍ମସମର୍ପଣ କଲେ ୪ ହାର୍ଡକୋର୍ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ମାଓବାଦୀଙ୍କ ନାଁରେ ଥିଲା ୨୨ ଲକ୍ଷ ଟଙ୍କାର ପୁରସ୍କାର ।

ଭୁଶୁଡୁଛି ମାଓଗଡ଼, ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ୪ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ। ମାଲକାନଗିରି ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ମାନେ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଦୀର୍ଘଦିନ ଧରି ଓଡ଼ିଶା-ଛତିଶଗଡ଼ ସୀମାରେ ସକ୍ରିୟ ଥିଲେ । ସମସ୍ତ ମାଓବାଦୀଙ୍କ ନାଁରେ ଥିଲା ୨୨ ଲକ୍ଷ ଟଙ୍କାର ପୁରସ୍କାର। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଲକ୍ଷ୍ମଣ କୋରାମ ଓରଫ ଜୁନୁ, ସଖରମ, ଲକ୍ଷ୍ମଣର ପତ୍ନୀ ମାଦୋ ଓରଫ ଜରିନା ଏବଂ ପାଣ୍ଡୁରାମ। ଏମାନେ ବସ୍ତର, କୋଣ୍ଡାଗାଁ, କାଂକେର, ଦନ୍ତେୱାଡା ଓ ମାନପୁର ଅଂଚଳରେ ଅନେକ ମାଓ ହିଂସାରେ ସାମିଲ ଥିଲେ।

ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହାସହ ଛତିଶଗଡ଼ ସରକାରଙ୍କ ନୂଆ ଆତ୍ମସମର୍ପଣ ନୀତି ଅନୁସାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୋଣ୍ଡାଗାଁ ଏସପି ଅକ୍ଷୟ କୁମାର ଓ CRPF କମାଣ୍ଡାଣ୍ଟ ଭବେସ ଚୌଧୁରୀ କହିଛନ୍ତି।

Disclaimer: This content has been automatically aggregated from television for informational purposes. To read the original article, please visit television.