Maoist Mining Link: ମାଇନିଂ କମ୍ପାନୀ ସହ ମାଓ ଲିଙ୍କ୍, ଶକ୍ତିହୀନ ମାଓ ସଂଗଠନକୁ ବଳ ଯୋଗାଉଛି ମାଇନିଂ କମ୍ପାନୀ

ବେନାମୀ ଖଣି ମାଲିକ ମାଓ ସଂଗଠନକୁ ଅସ୍ତ୍ର ବଳ ଯୋଗାଉଛନ୍ତି। ପଥର କ୍ୱାରୀକୁ ବିସ୍ଫୋରକ ଆସିବା ପରେ ତାହା ମାଓ ସଂଗଠନକୁ ଯାଉଥିବାର ଖବର ସାମନାକୁ ଆସିଛି।

20 August 2025 01:17 PM IST
Maoist Mining Link: ମାଇନିଂ କମ୍ପାନୀ ସହ ମାଓ ଲିଙ୍କ୍, ଶକ୍ତିହୀନ ମାଓ ସଂଗଠନକୁ ବଳ ଯୋଗାଉଛି ମାଇନିଂ କମ୍ପାନୀ

ବେନାମୀ ଖଣି ମାଲିକ ମାଓ ସଂଗଠନକୁ ଅସ୍ତ୍ର ବଳ ଯୋଗାଉଛନ୍ତି। ପଥର କ୍ୱାରୀକୁ ବିସ୍ଫୋରକ ଆସିବା ପରେ ତାହା ମାଓ ସଂଗଠନକୁ ଯାଉଥିବାର ଖବର ସାମନାକୁ ଆସିଛି।

ରାଜ୍ୟ ଗୁଇନ୍ଦା ବିଭାଗ ହାତରେ ଲାଗିଛି ସାଂଘାତିକ ତଥ୍ୟ। ଗଞ୍ଜାମ ଜିଲାର ଚମାଖଣ୍ଡି ଥାନା ଜଗନ୍ନାଥପୁର ଗାଁରୁ ବିପୁଳ ପରିମାଣର ବେଆଇନ ସାମଗ୍ରୀ ଜବତରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।

ସୁରାଗରୁ ଜଣା ପଡିଛି ଯେ, ଅସ୍ତ୍ର ସଂକଟରେ ଜଙ୍ଗଲରୁ ଜଙ୍ଗଲ ଘୂରି ବୁଲୁଥିବା ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଛନ୍ତି ଖଣି ମାଫିଆ। ଗୋଟିଏ ପରେ ଗୋଟିଏ ସ୍ଥାନରୁ ବେଆଇନ ବିସ୍ଫୋରକ ଜବତ ହେବା ଆଉ ଏହି ସବୁ ବିସ୍ଫୋରକ ସହ ମାଓ ଲିଙ୍କ୍ ମିଳିବା ପରେ ଏମିତି କିଛି ତଥ୍ୟ ଦେଇଛନ୍ତି ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଂଜୀବ ପଣ୍ଡା।

ରବିବାର କନ୍ଧମାଳ ପୋଲିସ ଗଞ୍ଜାମ ଚମାଖଣ୍ଡି ଥାନା ଜଗନ୍ନାଥପୁର ଗାଁର ଏକ ଗୁହାଳ ଘରୁ ୧୦ ଟନ୍‌ ବିସ୍ଫୋରକ ଜବତ କରିଥିଲା। ଏହା ପରେ ଆରମ୍ଭ ହୋଇଛି ଖୋଳତାଡ। ସବୁଠୁ ବଡ଼ କଥା ହେଉଛି ଗଞ୍ଜାମରୁ ଜବତ ବିସ୍ଫୋରକ ଓ କନ୍ଧମାଳରୁ ଜବତ ବିସ୍ଫୋରକ ସାମଗ୍ରୀ ଗୋଟିଏ କମ୍ପାନିର।

ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ଚାଲିଥିବା ଖଣି ଖାଦାନ ସହ ପଥର କ୍ୱାରୀ ଉପରେ ଗୁଇନ୍ଦା ବିଭାଗର ନଜର ରହିଛି। ପୂର୍ବରୁ କେବଳ ମାଓ ଉପଦ୍ରୁତ ଜିଲ୍ଲାର ଖଣି ଖାଦାନରେ ଯାଞ୍ଚ ହେଉଥିଲା। ଏବେ ସାରା ରାଜ୍ୟରେ ଏହି ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ଏଡିଜି ଅପରେସନ୍। ପୂର୍ବରୁ ସୁନ୍ଦରଗଡରେ ଟ୍ରକ୍‌ ଭର୍ତ୍ତି ବିସ୍ଫୋରକ ଲୁଟି ନେଇଥିଲେ ନକ୍ସଲ। ପରେ ଅପରେସନ ଜୋରଦାର କରାଯାଇ ଲୁଟ ବିସ୍ପୋରକକୁ ଜବତ କରାଯାଇଥିଲା ଆଉ ଖଣି ମାଲିକଙ୍କ ସହ ମାଓ ଲିଙ୍କ୍ ଥିବା ସୁରାକ ମିଳିଥିଲା। ତେବେ ଏଭଳି ଗୋଟିକ ପରେ ଗୋଟିଏ ଘଟଣା ମାଇନିଂ କଂପାନି ସହ ମାଓ ଲିଙ୍କ ସନ୍ଦେହକୁ ବଢ଼ାଇ ଦେଇଛି।

ତେବେ କାହିଁକି ମାଓବାଦୀଙ୍କ ସହ ସାଲିସ୍ କରୁଛନ୍ତି ମାଇନିଂ କମ୍ପାନି? ଭୟରେ ନା ଅର୍ଥ ଲୋଭରେ? ଅପରପକ୍ଷେ ଏବେ ଦେଶବ୍ୟାପୀ ମାଓଗଡ଼ରେ ଚାଲିଛି ପ୍ରଚଣ୍ଡ ପ୍ରହାର। ଏନେଇ କିଛି ବଡ଼ ଅଘଟଣ ଘଟାଇବା ଚକ୍କରରେ ରହିଛି କି ଲାଲବାହିନୀ ?

Disclaimer: This content has been automatically aggregated from television for informational purposes. To read the original article, please visit television.