Mann Ki Baat: ଓଡ଼ିଶାର ରଶ୍ମିତା ସାହୁଙ୍କ ସହ କଥା ହେଲେ ମୋଦି

ଜାତୀୟ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

31 August 2025 02:05 PM IST
Mann Ki Baat: ଓଡ଼ିଶାର ରଶ୍ମିତା ସାହୁଙ୍କ ସହ କଥା ହେଲେ ମୋଦି

ଜାତୀୟ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍'ରେ ସ୍ଥାନ ପାଇଲେ ଜାତୀୟ କାନୋଇଂ ଖେଳାଳି ରଶ୍ମିତା ସାହୁ । ଜାତୀୟ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସହ ଖେଳରେ ଦେଶରେ ନାଁ ଉଜ୍ଜ୍ବଳ କରିଥିବାରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସରେ ଭାଗ ନେଇ ଥିଲେ ରଶ୍ମିତା। କଟକ ଯୋବ୍ରା ସ୍ଥିତ ମହାନଦୀରେ ନୌକା ଚାଳନା ଏବଂ ସନ୍ତରଣ ପାଇଁ ଅଭ୍ୟାସ କରୁଥିଲେ ରଶ୍ମିତା। 

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଚାରିଥିଲେ, ଆପଣଙ୍କ ଖେଳ-ଜୀବନୀ ସମ୍ବନ୍ଧରେ ଜାଣିବାକୁ ଅତ୍ୟନ୍ତ ଆଗ୍ରହୀ। ମୁଁ ମଧ୍ୟ ଖୁବ୍ ଆଗ୍ରହୀ…କିଛି କୁହନ୍ତୁ। ଉତ୍ତରରେ ରଶ୍ମିତା କହିଥିଲା, ସାର୍ ମୁଁ ରଶ୍ମିତା ସାହୁ କ୍ୟାନୋଇଙ୍ଗ୍ ଖେଳାଳି। ୨୦୧୭ରେ ମୁଁ ଖେଳରେ ଯୋଗଦେଲି। କ୍ୟାନୋଇଙ୍ଗ୍ ଆରମ୍ଭ କରି ରାଷ୍ଟ୍ରୀୟ ସ୍ତରରେ ନ୍ୟାସନାଲ୍ ଚ୍ୟାମ୍ପିଅନସିପ୍, ନ୍ୟାସନାଲ୍ ଗେମ୍ସରେ ଖେଳିଛି। ମୋର ୪୧ଟି ପଦକ ଅଛି ଯେଉଁଥିରେ ୧୩ଟି ସ୍ୱର୍ଣ୍ଣ, ୧୪ଟି ରୂପା ଏବଂ ୧୪ଟି କାଂସ୍ୟ ପଦକ ରହିଛି । 

ଏଇ ଖେଳ ପ୍ରତି ଆପଣଙ୍କ ଆଗ୍ରହ କିପରି ହେଲା ବୋଲି ପିଏମ୍ ମୋଦିଙ୍କ ପ୍ରଶ୍ନର ଉତ୍ତର ଦେଇ ରଶ୍ମିତା କହିଥିଲେ, ସାର୍ ମୋ ଗାଁରେ ଖେଳର କୌଣସି ପରିବେଶ ନଥିଲା। ନଦୀରେ ନୌକା ଚଲୁଥିଲା, ଆମେ ସାଙ୍ଗମାନେ ପହଁରୁଥିଲୁ। ସେଠାରେ କ୍ୟାନୋଇଙ୍ଗ୍-କାୟାକିଂ ବୋଟ୍ ଦେଖିଲି। ପଚାରିଲି, ଏହା କ’ଣ? କହିଲା SAI Sports Centre ଅଛି ସେଠାରେ ଟ୍ରେନିଂ ହୁଏ। ମୋତେ ଭଲ ଲାଗିଲା। ଘରକୁ ଯାଇ ବାପାଙ୍କୁ କହିଲି—"ମୁଁ ସେଠାକୁ ଯିବାକୁ ଚାହୁଁଛି"। ବାପା ମୋତେ ସହାୟତା କଲେ, ଏଭଳି ଭାବେ ମୋ ଯାତ୍ରା ଆରମ୍ଭ ହେଲା।

ଯେଉଁମାନେ ଆପଣଙ୍କ ପରି ଖେଳରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ କ’ଣ ସନ୍ଦେଶ ଦେବେ? ପିଏମ୍ ମୋଦିଙ୍କ ଏହି ପ୍ରଶ୍ନରେ ଉତ୍ତର ରଖି ରଶ୍ମିତା କହିଥିଲେ, ସାର୍ ଅନେକ ଝିଅମାନେ ଘରୁ ବାହାରିବାକୁ ମଧ୍ୟ ପାଆନ୍ତିନି, "ଝିଅ ହୋଇ କେମିତି ଯିବୁ" ଏହା ନେଇ ବହୁତ ବାଧା ରହିଛି। କିନ୍ତୁ ଖୋଲେ ଇଣ୍ଡିଆ ସ୍କିମ୍ ଦ୍ୱାରା ଅନେକ ପିଲା ଆର୍ଥିକ ସହାୟତା ପାଇଛନ୍ତି, ଯାହା ଦ୍ୱାରା ସେମାନେ ଖେଳରେ ଆଗକୁ ବଢ଼ୁଛନ୍ତି।

Disclaimer: This content has been automatically aggregated from television for informational purposes. To read the original article, please visit television.