Manmohan-Naveen: ଦିଲ୍ଲୀ ଗସ୍ତରେ ମନମୋହନ-ନବୀନ, ବଢିଲା ଚର୍ଚ୍ଚା

ଗତ କାଲି ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଥିବା ବେଳେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି।

07 September 2025 12:05 PM IST
Manmohan-Naveen: ଦିଲ୍ଲୀ ଗସ୍ତରେ ମନମୋହନ-ନବୀନ, ବଢିଲା ଚର୍ଚ୍ଚା

ଗତ କାଲି ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଥିବା ବେଳେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି।

ପୁଣି ଦିଲ୍ଲୀ ଗସ୍ତରେ ମନମୋହନ ସାମଲ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ଗତକାଲି ରାତିରେ ସେ ଦିଲ୍ଲୀ ଯାଇଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏହା ସହ ରାଜ୍ୟ କମିଟି ଏବଂ ବୋର୍ଡ ଓ ନିଗମ ନିଯୁକ୍ତି ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଏହାର ଦିନକ ପୂର୍ବରୁ ହିଁ ଦିଲ୍ଲୀରୁ ଫେରିଥିଲେ ମନମୋହନ। ପୁଣି ଥରେ ଦିଲ୍ଲୀ ଯିବାକୁ ନେଇ ଏବେ ନାନା ଚର୍ଚ୍ଚା ହେଉଛି। ଗତ ଗସ୍ତ ବେଳେ ରାଜ୍ୟ ବିଜେପିର ନୂଆ ଟିମ୍ ଗଠନ ନେଇ ଆଲୋଚନା ହୋଇଥିବା ସେ ସୂଚନା ଦେଇଥିଲେ। ତେଣୁ ଏବେ ପୁଣି ଗସ୍ତ ନାନା ଚର୍ଚ୍ଚାକୁ ବଢ଼ାଇଛି।

ଅନ୍ୟପଟେ ଦିଲ୍ଲୀ ଯାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ବିଜେଡ଼ି ସାଂସଦ ମାନଙ୍କ ସହ ସେ ଆଲୋଚନା କରିବେ। ଗତକାଲି ବିଜେଡି ପିଏସି ସଦସ୍ୟଙ୍କ ସହିତ ନବୀନ ନିବାସରେ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ ନବୀନ।

ଦଳର ଆଭିମୁଖ୍ୟ ନେଇ ନବୀନ ଖୁବଶୀଘ୍ର ଚୁଡାନ୍ତ ନିଷ୍ପତ୍ତି ନେବେ । ଏସବୁ ଭିତରେ ବିଜେଡିର ଆଭିମୁଖ୍ୟ, ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି ।

ଉଭୟ ନେତାଙ୍କ ଦିଲ୍ଲୀ ଗସ୍ତ ନେଇ ରାଜ୍ୟ ରାଜନୀତି ସହ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି।

Disclaimer: This content has been automatically aggregated from television for informational purposes. To read the original article, please visit television.