Manipur: ମଣିପୁରରେ ପୁଣି ନାଗା-କୁକି ବିବାଦ: କୁକି ଗାଁ ପୋଡ଼ିବାକୁ ନେଇ ଉତ୍ତେଜନା

Jul 02, 2026 - 17:51
Manipur: ମଣିପୁରରେ ପୁଣି ନାଗା-କୁକି ବିବାଦ: କୁକି ଗାଁ ପୋଡ଼ିବାକୁ ନେଇ ଉତ୍ତେଜନା

"ଇମ୍ଫାଲ: ମଣିପୁରରେ ପୁଣି ଥରେ ନାଗା-କୁକି ସମୁଦାୟ ମଧ୍ୟରେ ଉତ୍ତେଜନା ଦେଖାଯାଇଛି।

ବୁଧବାର ଦିନ ମଣିପୁରର କାମଜୋଙ୍ଗ ଜିଲ୍ଲାରେ ଅଜ୍ଞାତ ଦୁର୍ବୃତ୍ତମାନେ ଫାଇମୋଲର ଜନଶୂନ୍ୟ କୁକି ଗ୍ରାମରେ ନିଆଁ ଲଗାଇ ସମସ୍ତ ଘର ପୋଡ଼ି ନଷ୍ଟ କରିଦେବାକୁ ନେଇ ଅଶାନ୍ତି ପ୍ରକାଶ ପାଇଛି।

ନାଗା ଲୋକମାନେ ଗ୍ରାମର ଚର୍ଚ୍ଚ ବ୍ୟତୀତ ଅନ୍ୟ ଘରଗୁଡ଼ିକୁ ପୋଡ଼ି ଦେବାକୁ ଚେଷ୍ଟା କରିଥିଲେ।

ଅନ୍ୟପକ୍ଷରେ ନିକଟସ୍ଥ ଶାଙ୍ଖାଲୋକର ତାଙ୍ଗଖୁଲ ନାଗା ଗ୍ରାମକୁ ପୋଡ଼ି ଦେବାର ପ୍ରତିଶୋଧମୂଳକ ପ୍ରୟାସକୁ ସୁରକ୍ଷାବାହିନୀ ପଣ୍ଡ କରିଦେଇଥିଲେ।Advertisment  ପୁଲିସ ସୂଚନା ଅନୁଯାୟୀ, ଏହି ଘଟଣା ବୁଧବାର ମଧ୍ୟାହ୍ନ ୧୨ଟା ୩୦ ମିନିଟ ସମୟରେ ଘଟିଥିଲା।

ଭାରତ-ମ୍ୟାଁମାର ନିକଟ ଚାସାଦ ପୁଲିସ ଷ୍ଟେସନର ଉତ୍ତର-ପୂର୍ବରେ ୪୫ କିମି ଦୂରରେ ଥିବା ଫାଇମୋଲ ଗାଁରେ ଦୁର୍ବୃତ୍ତ ପ୍ରବେଶ କରି କୁକି ସମ୍ପ୍ରଦାୟର ଲୋକଙ୍କ ଘରଗୁଡ଼ିକୁ ପୋଡ଼ି ଦେଇଥିଲେ।

ଫାଇମୋଲ ଗାଁର ଲୋକମାନେ ବର୍ତ୍ତମାନ ଆସାମ ରାଇଫଲ୍ସ ଶିବିର ନିକଟ ଆଇସି ଗାଁରେ ଆଶ୍ରୟ ନେଇଛନ୍ତି।

ଫାଇମୋଲ ଗାଁର ୧୫ଟି ଘର ଏଥିରେ ପୋଡ଼ି ଯାଇଥିଲା।

ଏହି ଘଟଣାର ପ୍ରତିଶୋଧ ନେବାକୁ ଆଉ ଏକ ଗୋଷ୍ଠୀ ଅପରାହ୍ଣ ୧ଟା ୪୫ ମିନିଟ ବେଳେ ଶାଙ୍ଖାଲୋକ ତାଙ୍ଗଖୁଲ ଗ୍ରାମରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା।ଏହି ଘଟଣାରେ ବର୍ମା ଶରଣାର୍ଥୀଙ୍କ କିଛି ଛୋଟ ଘର ଓ ତାଙ୍ଗଖୁଲ ସମ୍ପ୍ରଦାୟର କିଛି ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି।

ଡାକ୍ତରଙ୍କ ଆନ୍ଦୋଳନର ପ୍ରଭାବ: ବ୍ୟବଚ୍ଛେଦ ପାଇଁ ତୁହାକୁ ତୁହା ବର୍ଷାରେ ଶବକୁ ଧରିବୁଲିଲେ ପରିବାର ଲୋକ ତାଙ୍ଗଖୁଲ ନାଗାଙ୍କର ସାତଟି ଘର ଆଂଶିକ ଭାବେ ଜଳିଯାଇଥିଲା ଓ ସାତରୁ ଆଠଟି ଘର ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛି।

ହୁଇମିନେ ଥାନା (ଶାଙ୍ଖାଲୋକ ଓ ଫାଇକୋ ମଧ୍ୟବର୍ତ୍ତୀ ଟାଙ୍ଗଖୁଲ ଗ୍ରାମ) ରେ ଆଉ ସାତଟି ଘର ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି।

ଏହି ଦୁଇଟି ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ତେବେ ପୁଲିସ ନିଜ ପକ୍ଷରୁ ସମ୍ପୃକ୍ତ ଥାନାରେ ଏହି ଘଟଣା ବିରୋଧରେ ମାମଲା ରୁଜୁ କରିଛି।

ମେ ୧୩ ତାରିଖ ପରେ ନାଗା-କୁକି ସମ୍ପ୍ରଦାୟ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଯାଇଛି।

ମେ ୧୩ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷରେ ୩ ଜଣ ଚର୍ଚ୍ଚ ନେତା ଓ ଜଣେ ନାଗା ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା।

"