Manav Suthar: ୱର୍କସାୟରରେ ଯୋଗଦେଲେ ସୂତାର
"ନୂଆଦିଲ୍ଲୀ: ଆଫ୍ଗାନିସ୍ତାନ ବିପକ୍ଷ ଟେଷ୍ଟ୍ରେ ପଦାର୍ପଣ କରିଥିବା ଭାରତୀୟ ଅଲ୍ରାଉଣ୍ଡର ମାନବ ସୂତାର ସ୍ବଳ୍ପ ଅବଧି ପାଇଁ ୱର୍କସାୟର ସହ ଚୁକ୍ତି କରିଛନ୍ତି।
ସେ ରୋଦ୍ସେ କାଉଣ୍ଟି ପ୍ରତିଯୋଗିତାରେ ମାତ୍ର ଦୁଇଟି ମ୍ୟାଚ୍ରେ ଉପଲବ୍ଧି ରହିବେ।
ଏହି ଲେଗ୍ ସ୍ପିନର୍ ଦଳ ପକ୍ଷରୁ ସ୍କାରବୋରୋରେ ୟର୍କସାୟର ଏବଂ ଟନ୍ଟନ୍ରେ ସମରସେଟ୍ ବିପକ୍ଷରେ ଖେଳିବେ।
୨୩ ବର୍ଷୀୟ ସୂତାର ଆଫଗାନିସ୍ତାନ ବିପକ୍ଷ ପଦାର୍ପଣ ମ୍ୟାଚ୍ରେ ୭ ୱିକେଟ୍ ଅକ୍ତିଆର କରିଥିଲେ।
ପ୍ରଥମ ପାଳିରେ ୬ ୱିକେଟ୍ ନେଇ ପଦାର୍ପଣରେ ସଫଳ ଭାରତୀୟ ବୋଲର ତାଲିକାରେ ଯୋଡ଼ି ହୋଇଥିଲେ।Advertisment ଗାଧୋଇବାକୁ ଯାଇ ୨ ନାବାଳକଙ୍କ ମୃତ୍ୟୁ, ଅଳ୍ପେକେ ବର୍ତ୍ତିଲା ଆଉ ଜଣେ ନାବାଳକ ୧୯୮୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନରେନ୍ଦ୍ର ହିରୱାନୀଙ୍କ ଉଭୟ ପାଳିରେ ୮ ୱିକେଟ୍ ଲେଖାଏଁ ସଫଳତା ପରେ ଭାରତୀୟ ଭାବେ ସୂତାରଙ୍କ ଏହା ଶ୍ରେଷ୍ଠ ପ୍ରଦର୍ଶନ।
ଇଂଲଣ୍ଡ ଗସ୍ତ ପୂର୍ବରୁ ସୂତାର ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଚମତ୍କାର ସଫଳତା ପାଇଛନ୍ତି।
ସେ ଭାରତୀୟ ଅନ୍ତର୍ଜାତୀୟ ଟୋପି ଗ୍ରହଣ କରିବା ସହ ୨୯ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୨୯ ୱିକେଟ୍ ଅକ୍ତିଆର କରି ସାରିଛନ୍ତି।
ୱର୍କସାୟର ସହ ଚୁକ୍ତି କରିବା ପରେ ସୂତାର କହିଛନ୍ତି, ""ଦଳର ପରବର୍ତ୍ତୀ ଦୁଇଟି କାଉଣ୍ଟି ମ୍ୟାଚ୍ ଖେଳିବା ଲାଗି ଚୁକ୍ତି କରି ବହୁତ ଖୁସି।
ଦଳର ଚଳିତ ଋତୁରେ ଭଲ ଆରମ୍ଭ କରିଛି।
ମୁଁ ଆଶା ରଖିଛି ଦଳର ଟ୍ରଫି ବିଜୟରେ ମୋର ଛୋଟିଆ ଅବଦାନ ଦେବି""।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।