Man Rapes Sister: ସମ୍ପର୍କରେ କଳଙ୍କ, ଭାଇ ସାଜିଲା ସଇତାନ; ଛୁରୀ ଦେଖାଇ ଭଉଣୀକୁ ଦୁଷ୍କର୍ମ
ଭଉଣୀର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ଜାଣିବା ପରେ ଭାଇ ତା’ ଭଉଣୀକୁ ବାରମ୍ବାର ବ୍ଲାକମେଲ୍ କରୁଥିଲା। ଦୁଇ ଥର ଦୁଷ୍କର୍ମ କରିଥିଲା।
ଭଉଣୀର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ଜାଣିବା ପରେ ଭାଇ ତା’ ଭଉଣୀକୁ ବାରମ୍ବାର ବ୍ଲାକମେଲ୍ କରୁଥିଲା। ଦୁଇ ଥର ଦୁଷ୍କର୍ମ କରିଥିଲା।
ଯେଉଁ ଭରସାରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥିଲା, ସେହି ଭରସାକୁ ଭାଙ୍ଗିରୁଜି ଚୁରମାର କରିଦେଲା ଭାଇ। ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ଅତ୍ୟନ୍ତ କଳଙ୍କିତ କରିଦେଲା ଭାଇ। ଭୁଲିଗଲା ସମ୍ପର୍କ। ଭଉଣୀ ଉପରେ ରଖିଲା ଖରାପ ନଜର। ଛୁରୀ ଦେଖାଇ ଭୟଭୀତ କରାଇ ଭଉଣୀକୁ ଦୁଷ୍କର୍ମ କଲା ଭାଇ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି ଗୁଜୁରାଟର ଭାବନଗର ଜିଲ୍ଲାରୁ।
ଭାବନଗରରେ ଜଣେ ୨୯ ବର୍ଷୀୟ ଯୁବକ ତା’ ନିଜ ଭଉଣୀଙ୍କୁ ଛୁରୀ ଦେଖାଇ ବ୍ଲାକମେଲ୍ କରିବା ସହ ବଳାତ୍କାର କରିବାର ଅଭିଯୋଗ ଆସିଛି। ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ତାଙ୍କ ଭଉଣୀଙ୍କୁ ଦେଢ଼ ମାସ ମଧ୍ୟରେ ଦୁଇଥର ବଳାତ୍କାର କରିଥିବା ଜଣାପଡ଼ିଛି। ଦ୍ୱିତୀୟ ଥର ଏଭଳି ଘଟିବା ପରେ, ପୀଡିତା ହିଂସାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କ ପାଇଁ ଥିବା ହେଲ୍ପଲାଇନ୍ ନମ୍ବର ୧୮୧ କୁ ଫୋନ୍ କରିଥିଲେ। ଏହା ପରେ ବୁଧବାର ଦିନ, ତାଙ୍କୁ ତଲାଜା ଥାନାକୁ ନିଆଯାଇଥିଲା ଯେଉଁଠାରେ ସେ ତାଙ୍କ ଭାଇ ବିରୁଦ୍ଧରେ ଏକ ଏଫଆଇଆର ଦାଖଲ କରିଥିଲେ।
ପୋଲିସର କହିବାନୁସାରେ, ୨୨ ବର୍ଷୀୟ ଯୁବତୀଙ୍କର ଗାଁର ଜଣେ ଯୁବକଙ୍କ ସହ ଗତ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଏ ବିଷୟରେ ତାଙ୍କ ଭାଇଙ୍କୁ ଜଣାଥିଲା। ଯେତେବେଳେ ତାଙ୍କ ଭାଇ ଏହା ଜାଣିପାରିଲେ, ସେ ତାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କଲେ। ୧୩ ଜୁଲାଇ ଏବଂ ୨୨ ଅଗଷ୍ଟରେ, ଯେତେବେଳେ ପୀଡିତା ଘରେ ଏକୁଟିଆ ଥିଲେ, ଅଭିଯୁକ୍ତ ତାଙ୍କୁ ଛୁରୀ ଦେଖାଇ ବଳାତ୍କାର କରିଥିଲେ। କେବଳ ଏତିକିରେ ଥମି ନଥିଲା ନିର୍ଯାତନା। ଭଉଣୀର ଡାହାଣ ପଟ ଜଙ୍ଘରେ ଜଳନ୍ତା ସିଗାରେଟ ଲଗାଇ ଦେଇଥିଲେ। ଯାହା ଦ୍ବାରା ଯୁବତୀଙ୍କ ଶରୀରରେ କ୍ଷତ ସ୍ୟଷ୍ଟି ହୋଇଥିଲା। ଏହି ଦ୍ବିତୀୟ ଘଟଣା ପରେ, ଯୁବତୀ ଜଣକ ୧୮୧ ହେଲ୍ପଲାଇନ୍ ନମ୍ବରରେ କଲ୍ କରିଥିଲେ ଏବଂ ପୋଲିସକୁ ଏହି ଘଟଣା ବିଷୟରେ ସବୁ କହିଥିଲେ।
ପୀଡିତା ଅବିବାହିତା ଥିଲେ। ସେ ତାଙ୍କ ବାପା ମାଆ ଭାଇ ଓ ତାଙ୍କ ସ୍ତ୍ରୀଙ୍କ ସହ ରହୁଥିଲେ। ଯେଉଁ ଦୁଇ ଦିନ ଏହି ଘଟଣା ଘଟିଥିଲା, ସେଦିନ ଅଭିଯୁକ୍ତର ସ୍ତ୍ରୀ ଘରେ ନଥିଲେ। ଅଭିଯୁକ୍ତ ଜଣେ କାର ଡ୍ରାଇଭର ଭାବରେ କାମ କରୁଥିଲେ। ପୀଡିତାଙ୍କୁ ଧମକାଇବା ପାଇଁ ଅଭିଯୁକ୍ତ ବ୍ୟବହାର କରିଥିବା ଛୁରୀ ଏବଂ ଅପରାଧ ସମୟରେ ସେ ପିନ୍ଧିଥିବା ପୋଷାକ ମଧ୍ୟ ଉଦ୍ଧାର କରାଯାଇଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
