Man Found Dead: ବିବାହିତ ପ୍ରେମିକଙ୍କୁ ବ୍ଲାକମେଲ୍ କରୁଥିଲେ ପ୍ରେମିକା, କାର ଭିତରୁ ମିଳିଲା ମୃତଦେହ
ପୁଲିସ୍ ମୃତଦେହକୁ ଜବତ କରିବା ପରେ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା। ହେଲେ ଘଟଣାର ତଦନ୍ତ କରି ପୁଲିସ୍ ଗୋବିନ୍ଦଙ୍କ ପ୍ରେମିକା ୨୧ ବର୍ଷୀୟ ପୂଜା ଦେବଦାସ ଗାଏକ୍ୱାଡଙ୍କୁ ଗିରଫ କରିଛି।
ପୁଲିସ୍ ମୃତଦେହକୁ ଜବତ କରିବା ପରେ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା। ହେଲେ ଘଟଣାର ତଦନ୍ତ କରି ପୁଲିସ୍ ଗୋବିନ୍ଦଙ୍କ ପ୍ରେମିକା ୨୧ ବର୍ଷୀୟ ପୂଜା ଦେବଦାସ ଗାଏକ୍ୱାଡଙ୍କୁ ଗିରଫ କରିଛି।
ବାହାଘର ପରେ ବି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ତାଙ୍କୁ ଦାମୀ ଉପହାର ମଧ୍ୟ ଦେଉଥିଲେ। ହେଲେ ପ୍ରେମିକାଙ୍କ ଲୋଭ ବଢ଼ିଥିଲା। ସେ ନିଜର ବିବାହିତ ପ୍ରେମିକଙ୍କ ଠାରୁ ଅଧିକ ଟଙ୍କା ଆଶା କରିଥିଲେ। ଟଙ୍କା ନ ଦେଲେ ଦୁଷ୍କର୍ମ ମାମଲା ରୁଜୁ କରିବାର ଧମକ ବି ଦେଇଥିଲେ। ଏପରି ଧମକ ଦେଇ ୩୮ ବର୍ଷୀୟ ବ୍ୟବସାୟୀ ଗୋବିନ୍ଦ ଜଗନ୍ନାଥ ବାର୍ଗେଙ୍କୁ ବ୍ଲାକମେଲ କରୁଥିଲେ ପ୍ରେମିକା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ବି ହେଉଥିଲେ।
ଏବେ ଗୋଟିଏ କାର ଭିତରୁ ବ୍ୟବସାୟୀ ଗୋବିନ୍ଦଙ୍କ ମୃତଦେହ ମିଳିଛି। ତାଙ୍କ ମୁଣ୍ଡରେ ଗୁଳି ମାଡ଼ର ଚିହ୍ନ ରହିଛି। ମହାରାଷ୍ଟ୍ରର ସୋଲାପୁରରୁ ଆସିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। ପୁଲିସ୍ ମୃତଦେହକୁ ଜବତ କରିବା ପରେ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା। ହେଲେ ଘଟଣାର ତଦନ୍ତ କରି ପୁଲିସ୍ ଗୋବିନ୍ଦଙ୍କ ପ୍ରେମିକା ୨୧ ବର୍ଷୀୟ ପୂଜା ଦେବଦାସ ଗାଏକ୍ୱାଡଙ୍କୁ ଗିରଫ କରିଛି। ଗୋବିନ୍ଦଙ୍କୁ ଆତ୍ମହତ୍ୟା ପଛରେ ତାଙ୍କର ହାତ ଥିବା ଅଭିଯୋଗରେ ପୁଲିସ ଏପରି ଗିରଫଦାରୀ କରିଛି।
ମଙ୍ଗଳବାର ସକାଳେ ସୋଲାପୁରର ସାସୁରେ ଗାଁର ରାସ୍ତା କଡ଼ରେ ପାର୍କ ହୋଇଥିବା ଗୋଟିଏ କାର ସମ୍ପର୍କରେ ପୁଲିସ୍କୁ ଖବର ମିଳିଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୋବିନ୍ଦଙ୍କ ମୃତଦେହ ଓ ଗୋଟିଏ ପିସ୍ତଲ କାର ଭିତରୁ ଜବତ କରିଥିଲା। ପୁଲିସ୍ ପ୍ରଥମେ ଏହାକୁ ଆତ୍ମହତ୍ୟା ମାମଲା ବୋଲି ଧରି ନେଇଥିଲା। କିନ୍ତୁ ତଦନ୍ତ ବେଳେ ପୁଲିସ୍କୁ ଏମିତି କିଛି ସୂଚନା ମିଳିଥିଲା, ଯାହା ତଦନ୍ତର ଦିଗ ବଦଳାଇ ଦେଇଥିଲା। ପୁଲିସ୍ ଉକ୍ତ ତଥ୍ୟଗୁଡ଼ିକୁ ଆଧାର କରି ତଦନ୍ତକୁ ଆଗକୁ ନେଇଥିଲା। ଶେଷରେ ପୂଜାଙ୍କୁ ଗିରଫ କରିଥିଲା।
ପୁଲିସ୍ କହିଛି ଯେ ଗୋବିନ୍ଦଙ୍କ ଘର ବୀଡରେ ଓ ସେ ପେଶାରେ ଜଣେ ବ୍ୟବସାୟୀ। ସେ ବିବାହିତ ଓ ତାଙ୍କର ଦୁଇ ଜଣ ପିଲା ମଧ୍ୟ ରହିଛନ୍ତି। ତେବେ ତାଙ୍କର ପ୍ରେମ ସମ୍ପର୍କ ପୂଜା ଗାଏକ୍ୱାଡ ନାମକ ଜଣେ ଯୁବତୀଙ୍କ ସହ ରହିଥିଲା। ପୂଜାଙ୍କ ଘର ସାସୁରେ ଗାଁରେ ଓ ସେ ଜଣେ ଡ୍ୟାନ୍ସର।
ପ୍ରେମ ସମ୍ପର୍କ ରହିଥିବାରୁ ଗୋବିନ୍ଦ ଏକଦା ପୂଜାଙ୍କୁ ୨.୫ ଲକ୍ଷର ସୁନା ଅଳଙ୍କାର ଓ ଗୋଟିଏ ମୋବାଇ ଫୋନ ଉପହାରରେ ଦେଇଥିଲେ। ଘଟଣାର କିଛି ଦିନ ପୂର୍ବରୁ ୨ ଜଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସୋମବାର ରାତିରେ ଗୋବିନ୍ଦ କାର ଧରି ପୂଜାଙ୍କ ଘରକୁ ମଧ୍ୟ ଯାଇଥିଲେ। ହେଲେ ମଙ୍ଗଳବାର ତାଙ୍କ ମୃତଦେହ ଗାଁ ପାଖ ରାସ୍ତା କଡ଼ରେ ପାର୍କିଂ ହୋଇଥିବା କାର ଭିତରୁ ମିଳିଛି।
ଘଟଣା ପରେ ଗୋବିନ୍ଦଙ୍କ ଶାଳକ ଲକ୍ଷ୍ମଣ ଜଗନ୍ନାଥ ଚୌହାନ ପୁଲିସ୍ ନିକଟରେ ଗୋଟିଏ ଅଭିଯୋଗ ଦାଖଲ କରିଛନ୍ତି। ଏଥିରେ ପୂଜା ନିୟମିତ ଭାବେ ଗୋବିନ୍ଦଙ୍କୁ ଟଙ୍କା ମାଗୁଥିଲେ। ଟଙ୍କା ନ ଦେଲେ ସେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବେ ବୋଲି ଧମକ ଦେଉଥିଲେ। ଏହାକୁ ନେଇ ବେଶ କିଛି ଦିନ ହେବ ଗୋବିନ୍ଦ ମାନସିକ ଚାପରେ ରହୁଥିଲେ ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତାଙ୍କ ଅଭିଯୋଗ ପରେ ପୁଲିସ୍ ପୂଜାଙ୍କୁ ଗିରଫ କରିଛି। ଏଥିସହ ଗଟଣାର ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
