Man Cheats: ନ୍ୟାୟ ପାଇଁ ଧାରଣାରେ ପ୍ରେମିକା, ଘରୁ ଉଠାଇ ଆଣି ରଖିଲେ... ଏବେ ଫେରାର୍

ମିଛୁଆ ପ୍ରେମିକ ଜାଲରେ ଫସିଗଲେ ଯୁବତୀ। ଭିନ୍ନକ୍ଷମ ପ୍ରେମିକାକୁ ଠକିଦେଲେ ଯୁବକ। ଘରୁ ଉଠାଇ ଆଣି ରଖିଲେ, ଏବେ ଫେରାର୍। ନ୍ୟାୟ ପାଇଁ ଧାରଣାରେ ପ୍ରେମିକା। ମିଠା ମିଠା କଥା ଆଉ ମିଛ ପ୍ରତିଶୃତି ଉଜାଡିଦେଇଛି ଜଣେ ଭିନ୍ନକ୍ଷମ ଯୁବତୀଙ୍କ ଜୀବନ।

11 September 2025 07:15 PM IST
Man Cheats: ନ୍ୟାୟ ପାଇଁ ଧାରଣାରେ ପ୍ରେମିକା, ଘରୁ ଉଠାଇ ଆଣି ରଖିଲେ... ଏବେ ଫେରାର୍

ମିଛୁଆ ପ୍ରେମିକ ଜାଲରେ ଫସିଗଲେ ଯୁବତୀ। ଭିନ୍ନକ୍ଷମ ପ୍ରେମିକାକୁ ଠକିଦେଲେ ଯୁବକ। ଘରୁ ଉଠାଇ ଆଣି ରଖିଲେ, ଏବେ ଫେରାର୍। ନ୍ୟାୟ ପାଇଁ ଧାରଣାରେ ପ୍ରେମିକା। ମିଠା ମିଠା କଥା ଆଉ ମିଛ ପ୍ରତିଶୃତି ଉଜାଡିଦେଇଛି ଜଣେ ଭିନ୍ନକ୍ଷମ ଯୁବତୀଙ୍କ ଜୀବନ।

ମିଠା ମିଠା କଥା ଆଉ ମିଛ ପ୍ରତିଶୃତି ଉଜାଡିଦେଇଛି ଜଣେ ଭିନ୍ନକ୍ଷମ ଯୁବତୀଙ୍କ ଜୀବନ l ପ୍ରେମିକ କଥାରେ ଘରଛାଡି ପଳାଇ ଆସିଲେ ସିନା ହେଲେ ପ୍ରେମିକ ଦେଲା ଧୋକା, ରାତିଅଧିଆ ମାରିଲା ଚମ୍ପଟ। ଏଭଳି ଏକ ଦୁଃଖଦାୟକ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗଙ୍ଗlପୁର ଗ୍ରାମରେ ଦେଖିବାକୁ ମିଳିଛି। ପତ୍ନୀର ମାନ୍ୟତା ଦାବିରେ ପ୍ରେମିକର ଘରେ ଧାରଣରେ ବସିଛି ଯୁବତୀ।

ରିପୋର୍ଟ ଅନୁସାରେ ରମେଶ ଗୌଡ ଜଣେ ପରିବା ବେପାରୀ। ସେ ବଡଆଗୁଳ ଗ୍ରାମକୁ ପରିବା ବିକିବାକୁ ଯାଇ ସୁଲତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଉଭୟ ଦୁଇ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ସୁଲାତାଙ୍କୁ ଘରୁ ନେଇ ପଳାଇଥିଲେ ରମେଶ। ଫେରାରର ପ୍ରଥମ ମାସ ସୁଖରେ ରହିବା ପରେ ଅଚାନକ ବ୍ୟବସାୟ କରିବାକୁ ଯାଉଛି କହି ରମେଶ ଫେରାର ହୋଇଯାଇଛି। ପ୍ରେମିକକୁ ଅପେକ୍ଷା କରି ବିଫଳ ପରେ ପ୍ରେମିକା ଥାନାର ଦ୍ଵାରସ୍ଥ ହୋଇଥିଲେ। ନ୍ୟାୟ ନ ମିଳିବାରୁ ପ୍ରେମିକର ଘରେ ଧାରଣାରେ ବସିଛନ୍ତି ସୁଲତା।

ଦିନ ପରେ ଦିନ ବିତୁଛି । ଦୁଇମାସ ହେଲା ପ୍ରେମିକ ଯାଇଛି ଯେ ଯାଇଛି। ଏବେ ବି ପ୍ରେମିକର ଫେରିବା ବାଟକୁ ଅନାଇ ବସିବା ସହ ପ୍ରେମିକର ଘରେ ଭୋକ ଉପାସରେ ବସିଛନ୍ତି ସୁଲତା l ଅନ୍ୟପଟେ ସୁଲତା ଘରେ ବସିବା ଦିନଠାରୁ ରମେଶଙ୍କ ପୂରା ପରିବାର ଘର ଛାଡି କେଉଁଆଡେ ଚାଲିଯାଇଛନ୍ତି। ହେଲେ ସେହି ଭଙ୍ଗା-ଦଦରା ଘରେ ନ୍ୟାୟ ପାଇଁ ଚାହିଁ ରହିଛନ୍ତି ସୁଲତା। ସମ୍ପର୍କୀୟମାନେ କେତେବେଳେ ଖାଇବାକୁ ଆଣିଲେ ମୁଠାଏ ଖାଉଛନ୍ତି ନଚେତ ଭୋକ ଉପାସରେ ଜୀବନ କାଟୁଛନ୍ତି।

ଏନେଇ ସୁଲତା କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିବା ସହ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିଥିବା ବେଳେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ l

ଧୋକାଦିଆ ପ୍ରେମିକ ପାଇଁ ଭିନ୍ନକ୍ଷମ ଯୁବତୀଙ୍କ ଧାରଣା ଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ଲାଗି ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Disclaimer: This content has been automatically aggregated from television for informational purposes. To read the original article, please visit television.