Man Carries Wife's Body on Motorcycle: ସ୍ୱାସ୍ଥ୍ୟସେବାର ନଗ୍ନଚିତ୍ର: ମିଳିଲାନି ଆମ୍ବୁଲାନ୍ସ କି ଶବବୁହା ଗାଡି, ବାଇକରେ ବୁହାହେଲା ଶବ
ମିଳିଲାନି ମହାପ୍ରଣା ବାଇକରେ ବୋହିଲେ ପତ୍ନୀଙ୍କ ଶବ। ଝାରସୁଗୁଡା ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଏଭଳି ନଗ୍ନଚିତ୍ର ଦେଖିବାକୁ ମିଳିଛି। ଲଇକେରା ବ୍ଲକ ଓଡ଼ିଆପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ଅସୁସ୍ଥ ହେବାରୁ ଶନିବାର ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ମୃତ୍ୟୁ ପରେ ମୃତଦେହକୁ ଘରକୁ ଆଣିବା ପାଇଁ ନଥିଲା ଶବବାହକ ଗାଡି। ନା ମେଡିକାଲ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇଥିଲା ନା ପ୍ରଶାସନ ପକ୍ଷରୁ।
ଅନେକ ଚେଷ୍ଟା ପରେ ମଧ୍ୟ କୌଣସି ବ୍ୟବସ୍ଥା ନହେବାରୁ ନରେଶ ଜଣେ ପଡୋଶୀଙ୍କ ବାଇକରେ ପତ୍ନୀଙ୍କ ମୃତଦେହକୁ ବୋହି ଗାଁକୁ ଆଣିଥିଲେ। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ସେପଟେ ଘଟଣାରେ ପ୍ରକୃତରେ କଣ ହୋଇଥିଲା, ସେ ନେଇ ମୃତକଙ୍କ ଘରକୁ ଯାଇ ଅଧିକ ତଦନ୍ତ କରାଯିବ ଏବଂ ଯଦି ଡାକ୍ତରଙ୍କର କିଛି ଭୁଲ୍ ଥାଏ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାରସୁଗୁଡା CDMO ଶକ୍ତି ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
- ବାଇକରେ ବୋହିଲେ ପତ୍ନୀଙ୍କ ଶବ
- ଝାରସୁଗୁଡାରେ ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର
- ବାଇକ୍ ରେ ବୁହାହେଲା ପତ୍ନୀଙ୍କ ଶବ
- ଲଇକେରା ବ୍ଲକ ଓଡ଼ିଆପାଲି ଗାଁରେ ଅଭାବନୀୟ ଘଟଣା
- ମୁଦ୍ରାଜୋର ହସ୍ପିଟାଲରେ ମୃତ୍ୟୁ ପରେ ମିଳିଲାନି ଆମ୍ବୁଲାନ୍ସ କି ଶବବୁହା ଗାଡି
- ଉପାୟଶୂନ୍ୟ ହୋଇ ବାଇକରେ ସ୍ତ୍ରୀର ମୃତଶରୀର ବୋହିଲେ