MamataBanarjee: ଇଡି ଜବତ କରିଥିବା ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ପାଇଁ ମମତାଙ୍କ ଟିଏମ୍‌ସିକୁ ଅନୁମତି ଦେଲେନି ହାଇକୋର୍ଟ

Jul 20, 2026 - 22:29
MamataBanarjee: ଇଡି ଜବତ କରିଥିବା ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ପାଇଁ ମମତାଙ୍କ ଟିଏମ୍‌ସିକୁ ଅନୁମତି ଦେଲେନି ହାଇକୋର୍ଟ

"କୋଲକାତା: କୋଲକାତା ହାଇକୋର୍ଟରୁ ମମତା ବାନାର୍ଜୀଙ୍କୁ ସୋମବାର ବଡ଼ ଝଟ୍‌କା ଲାଗିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଜବତ ହୋଇଥିବା ଟିଏମ୍‌ସିର ତିନିଟି ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବାକୁ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) କୁ ଅନ୍ତରୀଣ ଅନୁମତି ମିଳିନାହିଁ।

ପଶ୍ଚିମବଙ୍ଗ ପୁଲିସ ଦ୍ୱାରା ଅଭିଯୋଗ କରାଯାଇଥିବା ଅସତ୍ ଆର୍ଥିକ କାରବାର, ବେଆଇନ ଅର୍ଥ ସଂଗ୍ରହ ଓ ଦଳର କିଛି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସନ୍ଦିଗ୍ଧ ପାଣ୍ଠି ପଠାଇବା ସମ୍ପର୍କରେ ରୁଜୁ ହୋଇଥିବା ଏତଲା ଆଧାରରେ ତଦନ୍ତ ପରିପ୍ରେକ୍ଷୀରେ ଇଡି ତୃଣମୂଳ କଂଗ୍ରେସର ୪୪୦.୪୨ କୋଟି ଟଙ୍କା ସହିତ ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି।

Advertisment ଏହି ମାମଲାରେ ପକ୍ଷମାନଙ୍କ ଯୁକ୍ତି ଶେଷ ହେବା ପରେ ଜଷ୍ଟିସ୍ କୃଷ୍ଣ ରାଓ ଜୁଲାଇ ୧୩ ତାରିଖରେ ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ସଂରକ୍ଷିତ ରଖିଥିଲେ।

ଅଧିକାରୀଙ୍କ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଥିଲେ ଯେ, ଟିଏମ୍‌ସି ବ୍ୟାଙ୍କ ଆକାଉଣ୍ଟରୁ କେୟାରୱେଲ୍‌ ଏଭିଏସନ ଇଣ୍ଡିଆ ଲିମିଟେଡ ଓ ଏହାର ସହଯୋଗୀ ସଂସ୍ଥାକୁ ଏପ୍ରିଲ ୨୦୨୩ରୁ ଜୁନ୍‌ ୨୦୨୬ ମଧ୍ୟରେ ୧୬୦ କୋଟି ଟଙ୍କା ଟ୍ରାନ୍ସଫର୍‌ କରାଯାଇଛି।

ଆହୁରି ପଢନ୍ତୁ: Britain: ଆଣ୍ଡି ବର୍ଣ୍ଣହାମ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ଷ୍ଟାର୍ମରଙ୍କ ବିଦାୟ ୨୦୨୩ରୁ ୨୦୨୬ ମଧ୍ୟରେ କମ୍ପାନି ଆହୁରି ୮୨.୯୬ କୋଟି ଟଙ୍କା ଅନ୍ୟ ଏକ ନୂତନ ସଂସ୍ଥାକୁ ପଠାଇଥିବା ଅଭିଯୋଗ ହୋଇଛି।

ଏହି ସଂସ୍ଥାକୁ ଏକ ବଡ଼ ପରିମାଣର ରାଶି ସ୍ଥାନାନ୍ତରିତ ହୋଇଥିଲା।

ଏଥିମଧ୍ୟରୁ ୧୧୨ କୋଟି ଟଙ୍କା ଏକ ଏମ୍ବ୍ରାର ଲିଗାସି ୬୦୦ ବ୍ୟବସାୟିକ ଜେଟ୍ ଓ ଏକ ଅଗଷ୍ଟାୱେଷ୍ଟଲ୍ୟାଣ୍ଡ ୧୦୯ଏସପି ହେଲିକପ୍ଟର କ୍ରୟ ପାଇଁ ବ୍ୟବହୃତ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।