Major Gift for Odisha: ଓଡ଼ିଶାକୁ କେନ୍ଦ୍ରର ବଡ଼ ଭେଟି, ନିର୍ମାଣ ହେବ ୧୧୦ କିଲୋମିଟର ଲମ୍ବା ୬ ଥାକିଆ ରାସ୍ତା
ମିଶନ ପୂର୍ବୋଦୟରେ ସାମିଲ ହେଲା ଆଉ ଏକ ବଡ ପ୍ରକଳ୍ପ। ଓଡିଶାର ସଡକ ଭିତ୍ତିଭୁମି କ୍ଷେତ୍ରରେ କେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୬ ଲେନ୍ ବିଶିଷ୍ଟ ୧୧୦ କିମି ଲମ୍ବା ଭୁବନେଶ୍ବର ବାଇପାସ ନିର୍ମାଣକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁ
ମିଶନ ପୂର୍ବୋଦୟରେ ସାମିଲ ହେଲା ଆଉ ଏକ ବଡ ପ୍ରକଳ୍ପ। ଓଡିଶାର ସଡକ ଭିତ୍ତିଭୁମି କ୍ଷେତ୍ରରେ କେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୬ ଲେନ୍ ବିଶିଷ୍ଟ ୧୧୦ କିମି ଲମ୍ବା ଭୁବନେଶ୍ବର ବାଇପାସ ନିର୍ମାଣକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ଏହି ପ୍ରକଳ୍ପ ହେଲେ ଖୋର୍ଦ୍ଧା-ଭୁବନେଶ୍ବର-କଟକ ସହରରୁ କମିବ ଟ୍ରାଫିକ ସମସ୍ୟା। ଏଥିସହ ଓଡିଶାର ବିଭିନ୍ନ ଜିଲ୍ଲାକୁ ଗମନାଗମନ ଅଧିକ ସୁଗମ ହେବ। ପ୍ରସ୍ତାବିତ ରାମେଶ୍ବର-ଟାଙ୍ଗୀ ବାଇପାସକୁ ନେଇ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି।
କମିବ ଟ୍ରାଫିକ, ସହଜ ହେବ ଯାତାୟାତ । ଭୁବନେଶ୍ୱର ସହର ଭିତରକୁ ଆଉ ପଶିବନି ଭାରି ଯାନ । ବାଇପାସ୍ ଦେଇ ବାହାରି ଯିବେ ବାହାର ରାଜ୍ୟରୁ ଆସୁଥିବା ବଡ଼ ବଡ଼ ଗାଡ଼ି ।
ଖୋର୍ଦ୍ଧା ରାମେଶ୍ବରରୁ ଚୌଦ୍ବାର ଟାଙ୍ଗୀ ଯାଏଁ ଖୋଲିବ ପ୍ରଗତିର ନୂଆ ରାସ୍ତା ।
ସମସ୍ତ ଗାଡି ଖୋର୍ଦ୍ଧା-ଭୁବନେଶ୍ବର-କଟକ ଦେଇ ଯାତାୟାତ କରୁଥିବାରୁ ପ୍ରବଳ ଟ୍ରାଫକ ସମସ୍ୟା ସହରବାସୀ ସାମନା କରୁଛନ୍ତି। ଏଥିରେ ସୁଧାର ଆଣିବାକୁ ଭୁବନେଶ୍ବର ବାଇପାସ ଗ୍ରୀନଫିଲ୍ଡ ହାଇୱେର ପରିକଳ୍ପନା କରାଯାଇଛ ବୋଲି କୁହାଯାଇଛି। ଏହି ପ୍ରକଳ୍ପ ହେଲେ ଓଡିଶା ସମେତ ପୂର୍ବ ଭାରତର ଅନ୍ୟ ରାଜ୍ୟକୁ ବି ବେଶ ଫାଇଦା ହେବ। ମାଲବାହୀ ଗାଡି ସହଜରେ ଯାତାୟାତ କରିବା ସହିତ ପରିବହନ ଖର୍ଚ୍ଚ ବି କମିଯିବ। ଏଥିସହ ପୁରା ଅଞ୍ଚଳର ସାମାଜିକ ଓ ଅର୍ଥନୈକ ଅଭିବୃଦ୍ଧି ଆଣିବାରେ ସହାୟକ ହେବ ବୋଲି କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ପ୍ରସ୍ତାବିତ ବାଇପାସ ସହିତ ତିନିଟି ପ୍ରମୁଖ ଜାତୀୟ ରାଜପଥ ଏନଏଚ ୫୫, ଏନଏଚ ୫୭, ଏନଏଚ ୬୫୫ ସହ ରାଜ୍ୟ ରାଜପଥ ୬୫ ମଧ୍ୟ ସଂଯୋଗ କରିବ। ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଢେଙ୍କାନାଳକୁ ସଂଯୋଗ ଏକପ୍ରକାର ସହଜ ହୋଇଯିବ। ଏଥିସହ ଆର୍ଥିକ, ସାମାଜିକ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ଏଇ ରାସ୍ତା। କେବଳ ମାଲ ପରିବହନ ନୁହେଁ ଯାତ୍ରୀ ପରିବହନରେ ବି ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ। ରେଳ ଷ୍ଟେସନ, ବିମାନ ବନ୍ଦର, ପ୍ରସ୍ତାବିତ ଅସ୍ତରଙ୍ଗ ଓ ପୁରୀ ଭଳି ଦୁଇଟି ବନ୍ଦର ଏବଂ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କ କୁ ଗମନାଗମନକୁ ଅଧିକ ସୁଗମ କରିବ।
କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଥରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ, ଏହା ସ୍ଥାନୀୟ ଆର୍ଥିକ ଅଭିବୃଦ୍ଧିକୁ ବଳ ଦେବା ସହ ପ୍ରମୁଖ ଧାର୍ମିକ ଓ ଇକୋନମିକ୍ ସେଣ୍ଟରକୁ ଯୋଡି ନୂଆ ଶିଳ୍ପ ଓ ବାଣିଜ୍ୟ ପାଇଁ ପଥ ପରିଷ୍କାର କରିବ। ଏହାଦ୍ବାରା ୭୪ ଲକ୍ଷ ୪୩ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସହ ୯୩ ଲକ୍ଷ ୪ ହଜାର ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ, ମେଗା ଫୁଡ ପାର୍କ, ବୟନଶିଳ୍ପ କ୍ଲଷ୍ଟର, ଫାର୍ମା କ୍ଲଷ୍ଟର ସହ ଫିସିଂ କ୍ଲଷ୍ଟରର ବିକାଶ କରିବାରେ ମୁଖ୍ୟ ଭୂମିକା ତୁଲାଇବ। ସେହିଭଳି ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରଭାବିତ ଜିଲ୍ଲାକୁ ଅନେକ ଫାଇଦା ହେବ। ସେପଟେ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ରାଜ୍ୟ ପାଇଁ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ ଯନ୍ତ୍ରୀ। ଅନ୍ୟପଟେ ସ୍ଥାନୀୟ ଲୋକ ବି ନୂଆ ସମ୍ଭାବନା ଓ ସୁଯୋଗ ଆଣିବ ବୋଲି ମତ ରଖିଛନ୍ତି। ଆସନ୍ତା ଅଢେଇ ବର୍ଷ ମଧ୍ୟରେ ପ୍ରସ୍ତାବିତ ଭୁବନେଶ୍ବର ବାଇପାସ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
