Major Drug Haul: ପୋଲିସକୁ ବଡ଼ ସଫଳତା, ମନ୍ଦିର ନିକଟରୁ ଜବତ କଲା ବ୍ରାଉନ ସୁଗାର

Jul 18, 2026 - 18:01
Major Drug Haul: ପୋଲିସକୁ ବଡ଼ ସଫଳତା, ମନ୍ଦିର ନିକଟରୁ ଜବତ କଲା ବ୍ରାଉନ ସୁଗାର

ଖୋର୍ଦ୍ଧା ସଦର ଥାନା ପୁଲିସକୁ ବଡ଼ ସଫଳତା। ୨୫୭ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ  ଗିରଫ କରିଛି ପୋଲିସ । ଏହା ସହ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶିଆଳିଆ ଶ୍ୟାମାକାଳୀ ମନ୍ଦିର ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବା ନେଇ ବିଶ୍ୱସ୍ତ ସୂଚନା ପାଇଥିଲା ପୁଲିସ। ତଲାସୀ ବେଳେ ସେମାନଙ୍କ ନିକଟରୁ ମୋଟ ୨୫୭ ଗ୍ରାମ ବ୍ରାଉନ ସୁଗାର ଏବଂ ଏକ ନମ୍ବରବିହୀନ କଳା ରଙ୍ଗର ମୋଟର ସାଇକେଲ ଜବତ କରାଯାଇଛି।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଅଭି ସାହୁ ଓ ଜଗନ୍ନାଥ ରଣସିଂହ। ଉଭୟଙ୍କ ବିରୋଧରେ ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରିବା ପାଇଁ ପୁଲିସ ପ୍ରକ୍ରିୟା ଜାରି ରଖିଛି। ଆଗାମୀ ଦିନରେ ଏଭଳି ବେଆଇନ କାରବାର ବିରୋଧରେ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି।..... 

ଖୋର୍ଦ୍ଧା ସଦରଥାନା ପୋଲିସକୁ ବଡ଼ ସଫଳତା 
ଶିଆଳିଆ ନିକଟ ଏକ ମନ୍ଦିର ପାଖରେ ରେଡ୍  
୨୫୭ ଗ୍ରାମର ବ୍ରାଉନ ସୁଗାର ଜବତ 
୨ ଜଣଙ୍କୁ ଗିରଫ କଲା ପୋଲିସ 
ଏକ ନମ୍ବର ବିହୀନ ମୋଟର ସାଇକେଲ ଜବତ 
ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ପ୍ରକ୍ରିୟା ଜାରି  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।