Major Drug Bust: ବାସୁମତି ଚାଉଳ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଗଜପତିରୁ ଯାଉଥିଲା ଦିଲ୍ଲୀ

Jul 31, 2026 - 15:51
Major Drug Bust: ବାସୁମତି ଚାଉଳ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଗଜପତିରୁ ଯାଉଥିଲା ଦିଲ୍ଲୀ

ଗଞ୍ଜେଇ ବାସ୍ନା କାଟିବାକୁ ଚାଉଳ ଥୋପ। ପରିବା, ଗ୍ୟାସ, ଅମ୍ବୁଲାନ୍ସ ପରେ ଏବେ ବାସୁମତି ଚାଉଳ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚାଲାଣ। ଶ୍ରାବଣ ମାସରେ ଗଜପତିରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଦିଲ୍ଲୀ ଯାଉଥିବା ଖବର STFକୁ ମିଳିଥିଲା। ତେଣୁ ଭୋରୁ ଭୋରୁ ଭୁବନେଶ୍ୱର NH 16ରେ STF ଯାଞ୍ଚ କରିଥିଲା।

ଏହି ଯାଞ୍ଚବେଳେ ଏକ ୟୁପି ନମ୍ବର ଟ୍ରକ ଉପରେ ସନ୍ଦେହ ହୋଇଥିଲା। ଆଉ ସେଇ ଟ୍ରକ ଡ୍ରାଇଭର ଭୟରେ ଗଙ୍ଗପଡା ପଡିଆ ଭିତରକୁ ଗାଡିକୁ ପୂରାଇ ଦେଇଥିଲା। କାଦୁଅ ଭିତରେ ଚକ ପଶି ଯିବାରୁ ଅଟକି ଯାଇଥିଲା ଟ୍ରକ। ଆଉ ଯାଞ୍ଚ ବେଳେ ଟ୍ରକ ଭିତରୁ ବିପୁଳ ପରିମାଣରେ ଗଞ୍ଜେଇ ବାହାରିଥିଲା। ଜଟଣୀ ତହସିଲଦାର ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇଛି। ପୋଲିସ ଟ୍ରକର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

ଗଞ୍ଜେଇ ବାସ୍ନା କାଟିବାକୁ ଚାଉଳ ଥୋପ
ବାସୁମତି ଚାଉଳ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ 
ଶ୍ରାବଣ ମାସରେ ଗଜପତିରୁ ଦିଲ୍ଲୀ ଯାଉଥିଲା ଗଞ୍ଜେଇ
ଭୁବନେଶ୍ୱର ଉପକଣ୍ଠରେ ଟ୍ରକରୁ ମାଡିବସିଲା STF
ଟ୍ରକର ଡ୍ରାଇଭରକୁ ଅଟକ ରଖି STFର ଛାନଭିନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।