29 JULY 2026

Welcome!

Unlock your personalized experience.
Sign Up

Mahanadi River Water Level: ମହାନଦୀରେ ବଢୁଛି ଜଳସ୍ତର, ବନ୍ୟାରେ ୨୦୦ରୁ ଅଧିକ ପରିବାର ପ୍ରଭାବିତ

Jul 29, 2026 - 11:08
Mahanadi River Water Level: ମହାନଦୀରେ ବଢୁଛି ଜଳସ୍ତର, ବନ୍ୟାରେ ୨୦୦ରୁ ଅଧିକ ପରିବାର ପ୍ରଭାବିତ

କଟକ ୨୯/୦୭: ଲଘୁଚାପ ବର୍ଷା ପ୍ରଭାବରେ ମହାନଦୀରେ ବଢୁଛି ଜଳସ୍ତର। ଜଗତସିଂହପୁର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୬ଟି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ତିର୍ତ୍ତୋଲ ବ୍ଲକର କୋଟକଣା, ମଣିଜଙ୍ଗା, ଆଦିବାସୀ ସାହି ଏବଂ କୁଜଙ୍ଗ ବ୍ଲକର ହରିପୁର ଗାଁରେ ବନ୍ୟା ଜଳ ପ୍ରବାହିତ ହେଉଛି। କୋଟକଣା ଓ ମଣିଜଙ୍ଗା ଗୋପାଳ ସାହି ରାସ୍ତା ଉପରେ ପାଣି ଚାଲୁଛି। ୨୦୦ରୁ ଅଧିକ ପରିବାର ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।