Madhya Pradesh:ମିସଙ୍କୁ କରୁଥିଲା ପ୍ରେମ, ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା
ପୁଲିସ୍ର କହିବା କଥା ଯେ ପୂରା ଘଟଣା ସୋମବାର ଅପରାହ୍ନ ୩.୩୦ରେ ଘଟିଥିଲା। ସୂର୍ଯ୍ୟାଂଶ ଗୋଟିଏ ବୋତଲରେ ପେଟ୍ରୋଲ ଧରି ଶିକ୍ଷୟିତ୍ରୀଙ୍କ ଘରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେ ଶିକ୍ଷୟିତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଦିଆସିଲି ମାରି
ପୁଲିସ୍ର କହିବା କଥା ଯେ ପୂରା ଘଟଣା ସୋମବାର ଅପରାହ୍ନ ୩.୩୦ରେ ଘଟିଥିଲା। ସୂର୍ଯ୍ୟାଂଶ ଗୋଟିଏ ବୋତଲରେ ପେଟ୍ରୋଲ ଧରି ଶିକ୍ଷୟିତ୍ରୀଙ୍କ ଘରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେ ଶିକ୍ଷୟିତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଦିଆସିଲି ମାରି ଦେଇଥିଲା।
ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ମଧ୍ୟପ୍ରଦେଶର ଜଣେ ୧୮ ବର୍ଷୀୟ ଛାତ୍ର ଘଟାଇଛି ସାଂଘାତିକ କାଣ୍ଡ। ସେ ନିଜର ୨୬ ବର୍ଷୀୟ ମିସ୍ ବା ଗୁରୁମାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଛାତ୍ର ଜଣଙ୍କ ଏକତରଫା ଭାବେ ମିସଙ୍କୁ ପ୍ରେମ କରୁଥିଲା।
ହେଲେ ଏହାକୁ ମିସ ଧ୍ୟାନ ଦେଉ ନଥିଲେ। ସେହିପରି ସର୍ବସମ୍ମୁଖରେ ଏକଦା ମିସ ଜଣଙ୍କ ତା’କୁ ଅପମାନିତ କରିଥିଲେ। ବାସ୍ ପ୍ରେମ ଓ ପ୍ରତିଶୋଧର ନିଆଁରେ ଜଳୁ ଥିବା ୧୮ ବର୍ଷୀୟ ଛାତ୍ର ଜଣଙ୍କ ଏପରି କାଣ୍ଡ ଘଟାଇଛି।
ଅଭିଯୁକ୍ତ ଜଣକ ହେଉଛି ନରସିଂହପୁର ଜିଲ୍ଲାର କୋଟୱାଲି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଏକ୍ସିଲେନ୍ସ ସ୍କୁଲର ପୂର୍ବତନ ଛାତ୍ର ସୂର୍ଯ୍ୟାଂଶ କୋଚର। ମିସ ଜଣଙ୍କ ତା’ ବିରୋଧରେ ଏକଦା କରିଥିବା ଅଭିଯୋଗର ବଦଲା ନେବାକୁ ସେ ଏପରି କରିଛି।
ପୁଲିସ୍ର କହିବା କଥା ଯେ ପୂରା ଘଟଣା ସୋମବାର ଅପରାହ୍ନ ୩.୩୦ରେ ଘଟିଥିଲା। ସୂର୍ଯ୍ୟାଂଶ ଗୋଟିଏ ବୋତଲରେ ପେଟ୍ରୋଲ ଧରି ଶିକ୍ଷୟିତ୍ରୀଙ୍କ ଘରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେ ଶିକ୍ଷୟିତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଦିଆସିଲି ମାରି ଦେଇଥିଲା। ଶିକ୍ଷୟିତ୍ରୀ ନିଆଁ ଲାଗିଯିବାରୁ ଚିତ୍କାର କରିଥିଲେ। ଏହା ଦେଖି ସୂର୍ଯ୍ୟାଂଶ ଫେରାର ହୋଇଯାଇଥିଲା।
ନିଆଁ ଲାଗିବା ଯୋଗୁ ଶିକ୍ଷୟିତ୍ରୀଙ୍କ ଶରୀରର ୧୦ରୁ ୧୫% ଅଂଶ ପୋଡ଼ି ଯାଇଛି। ଜିଲ୍ଲା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସୂର୍ଯ୍ୟାଂଶ ଓ ଶିକ୍ଷୟିତ୍ରୀ ଜଣଙ୍କ ପରସ୍ପରକୁ ୨ ବର୍ଷ ହେଲା ଜାଣିଥିଲେ। ସୂର୍ଯ୍ୟାଂଶ ଏକତରଫା ଭାବେ ମିସଙ୍କୁ ଭଲ ପାଉଥିଲେ। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ୨ ବର୍ଷ ତଳେ ସୂର୍ଯ୍ୟାଂଶକୁ ସ୍କୁଲରୁ ବହିଷ୍କାର କରାଯାଇଥିଲା ଓ ସେ ଆଉ ଏକ ଶିକ୍ଷାନୁଷ୍ଠାନରେ ପଢ଼ୁଥିଲା।
ସବ ଡିଭିଜନାଲ ପୁଲିସ୍ ଅଫିସର(ଏସଡିପିଓ) ମନୋଜ ଗୁପ୍ତା କହିଛନ୍ତି ଯେ ସ୍କୁଲର ସ୍ୱାଧୀନତା ଦିବସ ବେଳେ ଅଭିଯୁକ୍ତ ଜଣଙ୍କ ଶିକ୍ଷୟିତ୍ରୀଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ଏହା ବିରୋଧରେ ଶିକ୍ଷୟିତ୍ରୀ ଜଣଙ୍କ ଅଭିଯୋଗ କରିବାରୁ ପିଲାଟିକୁ ସ୍କୁଲରୁ ବାହାର କରାଯାଇଥିଲା। ଅଭିଯୁକ୍ତ ଜଣକୁ ଏକତରଫା ଭାବେ ଶିକ୍ଷୟିତ୍ରୀଙ୍କୁ ଭଲ ପାଉଥିଲା।
ଘଟଣା ପରେ କୋଟୱାଲି ପୁଲିସ୍ ଅଭିଯୁକ୍ତକୁ କଲ୍ୟାଣପୁର ଗାଁରୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
