Lucknow Court Takes Strict Stand: ଅଭିଯୁକ୍ତକୁ ବଡ଼ ଝଟକା, ଜାମିନ ଆବେଦନ ଖାରଜ; ଅଗ୍ନିକାଣ୍ଡରେ ଯାଇଥିଲା ୧୫ ଜୀବନ

Jul 19, 2026 - 10:45
Lucknow Court Takes Strict Stand: ଅଭିଯୁକ୍ତକୁ ବଡ଼ ଝଟକା, ଜାମିନ ଆବେଦନ ଖାରଜ; ଅଗ୍ନିକାଣ୍ଡରେ ଯାଇଥିଲା ୧୫ ଜୀବନ

ଉତ୍ତର ପ୍ରଦେଶ ଲକ୍ଷୌର ଅଲିଗଞ୍ଜ ଅଗ୍ନିକାଣ୍ଡ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର ପ୍ରସାଦ ଶୁକ୍ଲାକୁ ବଡ଼ ଝଟକା ଲାଗିଛି। ଜିଲ୍ଲା ଜଜ୍ ମଲଖାନ ସିଂହ ତାଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା, ସେଥିରେ ନିର୍ମାଣ ବେଳେ ଅନେକ ସୁରକ୍ଷା ଓ ନିୟମ ଉଲ୍ଲଂଘନ କରାଯାଇଥିଲା। ସେହି ବିଲ୍ଡିଂରେ ସୁରେନ୍ଦ୍ର ଶୁକ୍ଲାଙ୍କ ସମ୍ପୃକ୍ତି ଥିବା କଥା ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଛି।

ଅଦାଲତ କହିଛନ୍ତି, ବିଲ୍ଡିଂଟି ଆବଶ୍ୟକ ଅନୁମତି ଓ ଅଗ୍ନି ସୁରକ୍ଷା ନିୟମ ପାଳନ ନକରି ଚାଲୁଥିଲା। ଅଭିଯୋଗରେ ଆସିଥିବା ତଥ୍ୟରୁ ଅଭିଯୁକ୍ତଙ୍କ ଭୂମିକା ସ୍ପଷ୍ଟ ହୋଇଛି। ତେଣୁ ମାମଲାର ଗୁରୁତ୍ୱକୁ ଦେଖି ଜାମିନ ଆବେଦନ ଖାରଜ କରାଯାଇଛି।

୨୨ ଜୁନ୍ ୨୦୨୬ରେ ଲକ୍ଷ୍ଣୌର ଅଲିଗଞ୍ଜ ଅଞ୍ଚଳର ଏକ ତିନି ମହଲା ବ୍ୟବସାୟିକ ବିଲ୍ଡିଂରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, ୧୫ ଜଣଙ୍କ ଜୀବନ ଚାଲିଯାଇଥିଲା ଏବଂ ୭ ଜଣ ଆହତ ହୋଇଥିଲେ।

ଏହି ବିଲଡିଂରେ କାଫେ ଓ କୋଚିଂ ସେଣ୍ଟର ଚାଲୁଥିଲା। ଅଗ୍ନିକାଣ୍ଡ ବେଳେ ଭିତରେ ଫସି ରହିଥିବା ଲୋକଙ୍କ ପରିବାର ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି କାନ୍ଦି କାନ୍ଦି ଉଦ୍ଧାରକାରୀ ଟିମକୁ ଶୀଘ୍ର ଲୋକଙ୍କୁ ବାହାର କରିବାକୁ ଅନୁରୋଧ କରୁଥିଲେ। ଏହି ଦୃଶ୍ୟ ସମସ୍ତଙ୍କୁ ଭୟଭୀତ କରିଦେଇଥିଲା।

ଏହି ଘଟଣାର ତଦନ୍ତ ବେଳେ ୧୯ ଜଣ ଇଞ୍ଜିନିୟର ଓ ୬ ଜଣ ପିସିଏସ୍ ଅଧିକାରୀଙ୍କ ଅବହେଳା ସାମ୍ନାକୁ ଆସିଥିଲା। ଲକ୍ଷୌ ବିକାଶ ପ୍ରାଧିକରଣ ଏଲଡିଏର ତଦନ୍ତ ରିପୋର୍ଟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି।

ଘଟଣାର ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଲିଗଡ଼ ଗସ୍ତ ବାତିଲ କରି ଲକ୍ଷୌ ଫେରିଥିଲେ। ସେ କହିଥିଲେ ଯେ, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।