LPG ସବସିଡି ଚେକ୍ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍!
ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଠିକ୍ ଏଭଳି ଘଟଣା ଘଟିଛି। ସେ କେବଳ LPG ସିଲିଣ୍ଡର ସବସିଡି ତାଙ୍କ ବ୍ୟାଙ୍କ ଖାତାକୁ ଆସିଛି କି ନାହିଁ ଦେଖିବା ପାଇଁ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ଖାତାର ବାଲାନ୍ସ ଦେଖି ସେ ସମ୍ପୂର୍ଣ୍ଣ ଚକିତ ହୋଇଯାଇଥିଲେ।
ରିପୋର୍ଟ ଅନୁସାରେ, ଦକ୍ଷିଣ ୨୪ ପରଗଣା ଜିଲାର ୩୬ ବର୍ଷୀୟା କାଶ୍ମୀରା ଶେଖଙ୍କ ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ୯୯,୯୯,୯୯,୯୯୭ ଟଙ୍କା ଦେଖାଯାଇଥିଲା। ଅର୍ଥାତ୍ ତାଙ୍କ ଖାତାରେ ୧୦୦ କୋଟି ଟଙ୍କାଠାରୁ ମାତ୍ର ୩ ଟଙ୍କା କମ ଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।