30 JUNE 2026

Welcome!

Unlock your personalized experience.
Sign Up

Lord Jagannath: ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂରତିଙ୍କ ସ୍ନାନଯାତ୍ରା

Jun 30, 2026 - 06:49
Lord Jagannath: ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂରତିଙ୍କ ସ୍ନାନଯାତ୍ରା

ଫୁଲବାଣୀ: ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂରତିଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ୫ଟାରେ ଦ୍ବାରଫିଟା ନୀତି ଓ ମଙ୍ଗଳ ଆଳିତ ହୋଇଥିଲା। ଏହାପରେ ଅବକାଶ ସହିତ ଛେରାପଟା ଲାଗି ହୋଇଥିଲା। ସକାଳ ସାଢ଼େ ୭ଟାରେ ମହାପ୍ରଭୁଙ୍କ ଜଳଯାତ୍ରା ଅନୁଷ୍ଠିତ ହୋଇଥିଲା। ସାଢ଼େ ୯ଟା ୨୮ ମିନିଟ୍‌ରେ  ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରୀମନ୍ଦିରରୁ ସ୍ନାନବେଦିକୁ ପହଣ୍ଡି କରି ଅଣାଯାଇଥିଲା। 

ସକାଳ ୧୦ଟାରେ ମନ୍ଦିର ବେଢ଼ାରେ ଥିବା ସୁନାକୂଅରୁ ୧୦୮ ଗରା ଜଳ ଅଣାଯାଇ ଜଳ ଅଧିବାସଗୃହରେ ରଖାଯାଇଥିଲା। ଚନ୍ଦନ, କର୍ପୁର ଓ କେଶର ଆଦି ଏହି ପାଣିରେ ସମାନ ଭାଗରେ ମିଶାଯାଇ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତମାନଙ୍କୁ ହାତୀବେଶରେ ଦର୍ଶନ ଦେଇଥିଲେ। 

ଭୁବନେଶ୍ବର ଇସ୍କନ ମନ୍ଦିରରେ ସ୍ନାନଯାତ୍ରା

ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କୁ ସାହାଣ ମେଲା ଦର୍ଶନ ଦେଇଥିଲେ। ରାତି ସାଢ଼େ ୯ଟା ବେଳେ ସ୍ନାନବେଦିରେ ବଡ଼ସିଂହାର‌ ଭୋଗ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଯାଇ ଅଣସର ପିଣ୍ଡିକୁ ନିଆଯାଇଥିଲା। ସନ୍ଧ୍ୟାରେ ମନ୍ଦିର ପରିସରରେ ଭଜନ, ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେ‌ଷିତ ହୋଇଥିଲା