Loot: ଗୁରୁମାଙ୍କ ଘରୁ ସଶସ୍ତ୍ର ଡକାୟତି, ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା
"ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସାଆନ୍ଦା କଲେଜ ନିକଟରେ ଥିବା ଅବସରପ୍ରାପ୍ତ ଲାଇବ୍ରେରୀଆନ ସୁରେଶ ପାଣିଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନାଗହଣl ଲୁଟ ହୋଇଛି l ଖବର ନେବlରେ ଜଣାପଡିଛି ଶ୍ରୀ ପାଣି ଦୁଇ ମହଲା କୋଠା ଉପରେ ରୁହନ୍ତି l ତଳ ମହଲା ଭଡାରେ ଲାଗିଛି lAdvertisment ସମ୍ମୁଖଭାଗରେ ସିସିଟିଭି କ୍ୟାମେରା ଲାଗିଥିବାରୁ, ତିନି ଜଣ ଲୁଟେରା ଘର ପଛ ପାଖରେ ଥିବା ତାର ବାଡ଼କୁ କାଟି, ସିଡ଼ି ପକାଇ ବାଲକୋନୀରେ ଥିବା ଫାଇବର କବାଟ ଭାଙ୍ଗି ଭିତରେ ପଶିଥିଲେ l ଘର ମାଲିକ ଶ୍ରୀ ପାଣିଙ୍କ ସମେତ ତାଙ୍କ ପତ୍ନୀ ରୀନା ପାଣି ଯେ କି ସ୍ଥାନୀୟ ଶିଶୁ ମନ୍ଦିରର ଗୁରୁମା ଅଛନ୍ତି, ଉଭୟଙ୍କୁ ମାରଣାସ୍ତ୍ର ଦେଖାଇ, ଆଲମିରା ଚାବି ସହ ଦୁଇଟି ମୋବାଇଲ ନେଇ ଗୋଟିଏ ଘରେ ବନ୍ଦ କରିଦେଇଥିଲେl Pond: ଦିନେ ପାହାଡ଼ ଥିଲା, ଏବେ ପୋଖରୀ!
ଖଞ୍ଜାମହାଲରୁ ଲୁଟ୍ ହେଉଛି ପଥର ଏହାପରେ ୧୦ ଭରିର ସୁନା ଅଳଙ୍କାର ସହ ନଗଦ ୫ହଜାର ଟଙ୍କା ଲୁଟି ନେଇଥିଲେl ଲୁଟେରାମାନେ ଗଲାବେଳେ ଗୋଟିଏ ମୋବାଇଲ ସାଆନ୍ଦା ଶିବ ମନ୍ଦିର ପାଖରେ ପକାଇଥିବାବେଳେ, ଅନ୍ୟ ଗୋଟିଏ ମୋବାଇଲ କନ୍ତିଓ କାଟେଣୀ ପାଖରେ ପକାଇ ପଣ୍ଡୁଆ ଆଡକୁ ପଳାଇଥିବା ଅନୁମାନ କରାଯାଉଛି l ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।