Lok Sabha Passes Anti-Paper Leak Bill: ଲୋକସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାସ୍, ରାହୁଲଙ୍କ ଅଭିଯୋଗକୁ ନେଇ ଝଡ଼
ଲୋକସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପାସ୍ ହୋଇଛି ଆଣ୍ଟି-ପେପର ଲିକ୍ ବିଲ୍। ବିଲ୍ ଉପରେ ଚର୍ଚ୍ଚା ବେଳେ ରାହୁଲ ଗାନ୍ଧୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ପରେ ସଂସଦରେ ତୀବ୍ର ବାକ୍ଯୁଦ୍ଧ ଦେଖିବାକୁ ମିଳିଥିଲା। ତେବେ ସରକାର ଏହି ସବୁ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି।
ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ବେଳେ ବଳ ପ୍ରୟୋଗ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଥିଲେ। ଏହି ମନ୍ତବ୍ୟ ପରେ ସରକାରୀ ଦଳର ସାଂସଦମାନେ ତୀବ୍ର ବିରୋଧ କରିଥିଲେ ଏବଂ ପ୍ରମାଣ ଦାଖଲ କରିବାକୁ ଦାବି କରିଥିଲେ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିବା ବେଳେ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଦନରେ କୌଣସି ଅଭିଯୋଗ କରିବା ପୂର୍ବରୁ ପ୍ରମାଣ ରଖିବାକୁ ରାହୁଲ ଗାନ୍ଧୀଙ୍କୁ ସ୍ମରଣ କରାଇଥିଲେ।
ବିତର୍କର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଥିଲେ ଯେ, ପ୍ରଦର୍ଶନ ସମୟରେ କୌଣସି ଗୁଳି ଚାଳନା ହୋଇନଥିଲା କିମ୍ବା ଗୁଳି ଚଳାଇବାକୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିଲା। ପୋଲିସ କେବଳ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା ଏବଂ ଗୁଳି ଚଳାଇବାର ନିର୍ଦ୍ଦେଶ କେବଳ ଜଣେ ମାଜିଷ୍ଟ୍ରେଟ୍ ଦେଇପାରିବେ ବୋଲି ସେ ସ୍ପଷ୍ଟ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।